17 फ़रवरी 2016

ଜେସିଙ୍କ ଜୀବନାଧିକାର

୨୦୧୬ ଫେବୃଆରି ୭ ତାରିଖରେ ଆଲ୍ବମ୍ ଟେଲି ଅଭିନେତା ରାଜା ପଟ୍ଟନାୟକଙ୍କ ଆକସ୍ମିକ ମୃତ୍ୟୁ ପରେ କ୍ରମାଗତ ଭାବେ ଗଣମାଧ୍ୟମରେ ରିପୋର୍ଟମାନ ପ୍ରକାଶ ପାଇବାରେ ଲାଗିଛି ସବୁ ରିପୋର୍ଟରେ ଅଭିନେତ୍ରୀ ଜେସିଙ୍କ ଚେହେରା ଦେଖିବାକୁ ମିଳୁଛି ପୁଲିସ୍ ତଥ୍ୟ ଅନୁସାରେ ଜେସି ହିଁ ରାଜାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ ତେବେ ପରିସ୍ଥିତି ଯାହା ବି ହୋଇଥାଉ, ଜଣକୁ ଦୋଷୀ ସାବ୍ୟସ୍ତ କରିବା ଦଣ୍ଡବିଧାନ କରିବା ହେଉଛି ଅଦାଲତର କାମ ଅଦାଲତର ଏହି କାମ ସମ୍ପନ୍ନ ନହେବା ପର୍ଯ୍ୟନ୍ତ ଆମର ଗଣତନ୍ତ୍ରର ଢାଞ୍ଚା ଭିତରେ କାହାର ମାନବାଧିକାର ବା ବଞ୍ଚିବାର ଅଧିକାର କ୍ଷୁନ୍ନ କରାଯାଇପାରିବ ନାହିଁ ଅର୍ଥାତ୍ଜଣେ ଅପରାଧୀ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ଇଜ୍ଜତର ସହ ବଞ୍ଚିବାର ଅଧିକାର ରହିଛି ଅନ୍ୟ ଶବ୍ଦରେ କହିଲେ, କେହି ବ୍ୟକ୍ତି ନିଜର ଦୋଷ ପାଇଁ ଦଣ୍ଡ ପାଇବ କିନ୍ତୁ ତାଙ୍କୁଅପମାନିତକରାଯାଇ ପାରିବ ନାହିଁ ଖାସ୍ଏଇ ଟିକକ କଥା ପାଇଁ ଜଣେ ଡକାୟତି ଘଟଣାର ଅଭିଯୁକ୍ତ ପଞ୍ଚମ ଥର ଗିରଫ ହେଲେ ମଧ୍ୟ ତାଙ୍କର ଇଜ୍ଜତ (ମାନବାଧିକାର) ରକ୍ଷା ପାଇଁ ତାଙ୍କ ମୁହଁରେ ଗାମୁଛା ବା କପଡ଼ା ଢଙ୍କା ଯାଇଥାଏ କଥା ପ୍ରେସ୍ ପୁଲିସ୍ସମସ୍ତେ ଜାଣନ୍ତି ଆଉ ଗିରଫ ହୋଇଥିବା ବ୍ୟକ୍ତି ଯଦି ମହିଳା, ଶିଶୁ ଅଥବା ବରିଷ୍ଠ ନାଗରିକ ହୋଇଥାଆନ୍ତି, ତେବେ ସେମାନଙ୍କ ଇଜ୍ଜତ, ଅଧିକ ସ୍ପର୍ଶକାତର ବୋଲି ବିବେଚନା କରାଯାଏ ଜେସି ଜଣେ ମହିଳା ବା ଯୁବତୀ କିନ୍ତୁ ତାଙ୍କର ବିନା ମେକପପ୍ବାଲା ମୁହଁକୁ, ଅର୍ଥାତ୍ସାଧାରଣ ଜୀବନର ମୁହଁକୁ ବାରମ୍ବାର ଦେଖାଇ ଗଣମାଧ୍ୟମମାନେ ଲକ୍ଷ୍ମଣରେଖା ଡେଇଁଛନ୍ତି ଏହା ହିଁ ବିଚାର୍ଯ୍ୟ

ପରଦା ଅଭିନେତା-ଅଭିନେତ୍ରୀଙ୍କୁ ମଞ୍ଚରେ ଠିଆ କରିବାର ମାନସିକତା ମଧ୍ୟ ଏକ ବାଞ୍ଛିତ ଧୃଷ୍ଟତା ସରଳ ଶବ୍ଦରେ କହିଲେ, ଏହା ଆୟୋଜକ ଦର୍ଶକଙ୍କ ଏକ ପ୍ରକାର କଣ୍ଡୁ ତାହାର ନିବାରଣ ପାଇଁ ସଂପୃକ୍ତ କଳିଙ୍ଗକନ୍ୟା ଗଣନାଟ୍ୟ ଲୋଡିଥିଲେ ଲୋକପ୍ରିୟ ଧାରାବାହିକ ‘‘ତୋଅଗଣାର ତୁଳସୀ ମୁଁ’’ ମୁଖ୍ୟ ଯୋଡ଼ି ଇଚ୍ଛା ଚନ୍ଦନକୁ କିନ୍ତୁ ଇଚ୍ଛା (ଜେସି) ଯାଇଥିଲେ, ଯାଇନଥିଲେ ଚନ୍ଦନ(ତୁଷାର) ବରଂ ସାଙ୍ଗରେ ଥିଲେ ଜେସିଙ୍କ ପ୍ରେମିକ ରାଜା ଯିଏକି ଜଣେ ଓସ୍ତାଦ୍ନୃତ୍ୟଶିଳ୍ପୀ ଭାବରେ ଖୁବ୍ଲୋକପ୍ରିୟ କିନ୍ତୁ ମଞ୍ଚ ପ୍ରଦର୍ଶନ ପରେ ଆୟୋଜକ ହିଁ ନିଜର ଅସହିଷ୍ଣୁତା ଜାହିର କରିଥିଲେ ପାଉଣାରେ ପାତରଅନ୍ତର କରି ଜେସିଙ୍କୁ ୨୭ହଜାର ଟଙ୍କା ଆଉ ରାଜାଙ୍କୁ ହଜାର ପାଉଣା ପାଇ ଘରବାହୁଡ଼ା ବେଳେ ଯାହାବି ଘଟିଥାଉନା କାହିଁକି, ଏହି ପାତରଅନ୍ତର ପାଉଣା ପ୍ରଦାନ ହିଁ ନିଆଁଲଗା ନିଷ୍ପତ୍ତି ଏଥିପାଇଁ ସଂପୃକ୍ତ ଗଣନାଟ୍ୟ ସଂସ୍ଥାର ପରିଚାଳକ ବା ଯାତ୍ରା ଆଯୋଜକ କାହିଁକି କାଠଗଡ଼ାକୁ ଟଣା ନଯିବେ?

ଯଦି ସୁଯୋଗ ଉଣ୍ଡି ଜେସି ଆତ୍ମହତ୍ୟା କରିଦିଅନ୍ତି, ତେବେ ଗଣମାଧ୍ୟମ ଖୁସୀ ହେବ ଏବଂ କହିବ ଯେ ରାଜା ହତ୍ୟାକାଣ୍ଡରେ ଉପଯୁକ୍ତ ନ୍ୟାୟ ମିଳିଛି?

ଅସଲ କଥା ହେଲା ଇଜ୍ଜତର ସହ ବଞ୍ଚିବାର, ଯାହାକି ମାନବାଧିକାର ଆଉ ସହାବସ୍ଥାନ, ଯେଉଁଠି ନଥାଏ ଅସହିଷ୍ଣୁତାର ଚିହ୍ନ

ନିବେଦକ: ବିମଳ ପ୍ରସାଦ, ଭୁବନେଶ୍ଵର