ଓଡ଼ିଆ ଅସ୍ମିତା (Odia Identity) ଆମେ କେମିତି ହରାଇ ବସୁ, ତାହାର ଏକ କଞ୍ଚା ଉଦାହରଣ
ଦେଉଛି। ଗତକାଲି ଅର୍ଥାତ୍ ୧ ଜାନୁଆରି ୨୦୧୬ରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ
ମନ୍ତ୍ରାଳୟ ବିଭିନ୍ନ ଖବରକାଗଜରେ ବିଜ୍ଞପ୍ତି ଛାଡ଼ିଛନ୍ତିଯେ 1906 ନମ୍ବରକୁ ଡାଏଲ୍ କରି ଆପଣମାନେ
LPG ବା ରନ୍ଧନ ଗ୍ୟାସ୍ ସଂକ୍ରାନ୍ତ ଆପାତକାଳୀନ ସାହାଯ୍ୟ ପାଇପାରିବେ। ଏହି ନମ୍ବରକୁ ଯଦିଓ ବର୍ତ୍ତମାନ ନିଷ୍କ୍ରିୟ କରି ଦିଆଯାଇଛି। ୧ତାରିଖରେ ଯେତିକି ସମୟ କାମକରୁଥିଲା, ସେଥିରେ ଓଡ଼ିଆ ଭାଷା ଚୟନ ପାଇଁ କୌଣସି ପସନ୍ଦ ବତାଉ ନଥିଲା।
ସେହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ ‘‘କେବଳ ଗୋଟିଏ କଲ୍ ଆପଣଙ୍କୁ ଏଲ୍ପିଜି ଲିକେଜ୍ ସମସ୍ୟାର ସମାଧାନ ପ୍ରଦାନ କରାଇବ।’’ ଏହାକୁ ଉପସ୍ଥାପନ କରିଛନ୍ତି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନନୀୟ ରାଜ୍ୟମନ୍ତ୍ରୀ (ସ୍ଵତନ୍ତ୍ର ପ୍ରଭାର), ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ, ଭାରତ ସରକାର।

1906ର ବୈଶିଷ୍ଟ୍ୟ ହେଉଛି:
- ଏଲ୍.ପି.ଜି. ସମସ୍ୟା ନିବାରଣ ପାଇଁ ସଂପୂର୍ଣ ଭାରତରେ ସପ୍ତାହର ୭ ଦିନ ଓ୨୪ ଘଣ୍ଟା ଉପଲବ୍ଧ
- ଏଲ୍.ପି.ଜି. ଲିକେଜ୍ ସମସ୍ୟାର ସମାଧାନ ପାଇଁ ଏହି ନମ୍ବର ହିନ୍ଦୀ ସହିତ ୧୦ଟି ଆଞ୍ଚଳିକ ଭାଷାରେ ଉବଲବ୍ଧ
- ତତ୍କାଳ ଏଲ୍.ପି.ଜି. ଲିକେଜ୍ ସମ୍ବନ୍ଧିତ ସୁରକ୍ଷା ଉପାୟ
- କୁଶଳ ପ୍ରଶିକ୍ଷିତ ମେକାନିକ୍ର ବ୍ୟବସ୍ଥା
ଏବେ ଆସିବା ପ୍ରସଙ୍ଗକୁ।
ଆପଣମାନେ ଜାଣିଥିବେ ଯେ ସବୁଠୁ ବେଶି ଏଲ୍.ପି.ଜି. ଦୁର୍ଘଟଣା ଓଡ଼ିଶାରେ ହୁଏ। National Crime Records Bureau (NCRB) ତଥ୍ୟ ଅନୁସାରେ ୨୦୧୪ରେ ୮୩ ଜଣଙ୍କର ରନ୍ଧନ ଗ୍ୟାସ୍ ସିଲିଣ୍ଡର ଓ ଷ୍ଟୋଭ୍ ବିସ୍ଫୋରଣ ଯୋଗୁ ମୃତ୍ୟୁ ହୋଇଛି। ୨୦୧୫ ମସିହାରେ ୨୦ରୁ
ବେଶି ଲୋକଙ୍କର ମୃତ୍ୟୁ ହୋଇଥିବା ଖବରକାଗଜ ତଥ୍ୟରୁ ଜଣାପଡୁଛି। ଆହତ, ଗୁରୁତର ଆହତ, ଅଙ୍ଗହାନି ଓ ପଙ୍ଗୁ ହୋଇଥିବା ଲୋକଙ୍କ ହିସାବ
କାହିଁରେ କେତେ।
ଅସଲ ଅଭିଯୋଗଟି ହେଲା ଯେ ୧୦ଟି ଭାରତୀୟ ଭାଷା ଭିତରେ ‘ଓଡ଼ିଆ’ ନାହିଁ। ସମ୍ବିଧାନରେ ୨୨ଟି ଭାଷାକୁ ଅନୁସୂଚୀରେ ସ୍ଥାନ ଦିଆଯାଇଥିବା ବେଳେ ୧୦ଟି ଭାଷାରେ ଏକ Helpline ନମ୍ବର ଜାରି ହେବାର ପ୍ରାସଙ୍ଗିକତା କ’ଣ? ଯେଉଁ ଭାଷାରେ ଅଧିକ କଲ୍ ଆସିବ, ସେହି ଭାଷାର ଅଧିକ ନୋଡ଼୍ ରହିବ। ଯେଉଁ ଭାଷାରୁ କମ୍ କଲ୍ ଆସିବ, ସେହି ଭାଷା ପାଇଁ ସେହି ଅନୁପାତରେ ନୋଡ଼୍ ରହିବ। ଅର୍ଥାତ୍ ସେହି ଅନୁସାରେ କଲ୍ ସେଣ୍ଟର କାର୍ଯ୍ୟନିର୍ବାହୀ ନିଯୁକ୍ତ ହେବା କଥା। କିନ୍ତୁ ମନ୍ତ୍ରାଳୟର ପ୍ରାଶାସନିକ ବିଭାଗ ଏପରି କରି ନାହିଁ। ଯେଉଁ ୧୦ଟି ଭାଷା ଅଛି ସେଗୁଡ଼ିକ ହେଲା: ହିନ୍ଦୀ, ଇଂଲିଶ୍, ମରାଠୀ, ଗୁଜୁରାଟୀ, କନ୍ନଡ଼, ମଳୟାଲମ୍, ତାମିଳ, ତେଲୁଗୁ, ବେଙ୍ଗଲୀ, ପଞ୍ଜାବୀ। ସାରା ଦେଶ ସହ ଯୋଗାଯୋଗ କରିବା ପାଇଁ ଦେଶର ସମ୍ବିଧାନ ଯେତେବେଳେ ୨୨ଟି ଭାଷାକୁ ଚିହ୍ନଟ କରି ସ୍ଵୀକୃତି ଦେଇ ସାରିଛି। ସେତେବେଳେ ୧୨ଟି ଭାଷାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଓ କାର୍ଯ୍ୟକ୍ରମରୁ କାଟି ଦେବାର ଅଧିକାର କିଏ ଦେଲା ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ? ଏ ପ୍ରଶ୍ନ ମୁଁ ପ୍ରଧାନମନ୍ତ୍ରୀଙ୍କୁ ପଚାରୁ ନାହିଁ, ବରଂ ପଚାରୁଛି ଓଡ଼ିଶା ଜନ୍ମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ।

ଓଡ଼ିଆ ଭାଷା ସୁରକ୍ଷା ପାଇଁ
ଆମେ ଚିନ୍ତା କରୁଥିବା ବେଳେ ଜଣେ ଓଡ଼ିଆ ମନ୍ତ୍ରୀ ଓଡ଼ିଆ ଭାଷାକୁ କାଟି ଦେଇ ଥିବାରୁ ମୁଁ ତାଙ୍କର
ସାହସିକତା ପାଇଁ ଧନ୍ୟବାଦ ଦେଉଛି। କାରଣ ଓଡ଼ିଆ ଏକ ସହିଷ୍ଣୁ ଜାତି। ଏହି ଅପମାନକୁ ସହିବାର ସାମର୍ଥ୍ୟ
ଆମର ଅଛି। ବଡ଼ କଥା ହେଲା ଯେ ଏହି ତଟକା ଉଦାହରଣରୁ ଆପଣ ବୁଝିପାରିଥିବେ, କେମିତି ହଜାଉ ଆମେ ଓଡ଼ିଆ
ଅସ୍ମିତା!
ଇଂଲିଶ୍ ଓ ହିନ୍ଦୀରେ ବୁଝିହେଲା ଭଳି କଥା ପଦେ କହି ପାରୁ ନଥିବା ଓଡ଼ିଶାର ଓଡ଼ିଆ (ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ କଥା ଏଠାରେ କହୁନି) ଲୋକମାନେ ଏଲ୍.ପି.ଜି. ବିପଦରେ ପଡ଼ିଲେ ସାହାଯ୍ୟ ମାଗିବାକୁ 1906 ଡାଏଲ୍ କରି କେଉଁ ଭାଷା ଚୟନ କରିବେ ?
ଆମ୍ଭେ ଏହି ବ୍ଲଗ୍ ପ୍ରକାଶ
କରିବା ପୂର୍ବରୁ ମୋ’ ଭଳି କିଛି ମାତୃଭାଷାପ୍ରେମୀ ଫୋନ୍ରେ ଅବଶ୍ୟ ସଂପୃକ୍ତ ମନ୍ତ୍ରୀଙ୍କୁ ପଦେପଦେ
ଶୁଣାଇଦେଲେଣି। ଏବେ ସେହି ନମ୍ବର ଆଉ ଲାଗୁ ନାହିଁ। ବୋଧହୁଏ ମଙ୍ଗଳବାର ଆଡ଼କୁ ନୂଆ ସଫ୍ଟୱେର ଚାଲୁ
ହେବ। ଭଲ ହେଉ, ଆମ୍ଭର ସକରାତ୍ମକ ଅନୁମାନ ସତ ହେଉ।
ବିମଳ ପ୍ରସାଦ, 9937353293
(ବ୍ଲଗରଙ୍କ ବିନାଅନୁମତିରେ ମଧ୍ୟ କୌଣସି ଗଣମାଧ୍ୟମ ଏହାକୁ ପୁନଃପ୍ରକାଶ କରିପାରିବେ)
कोई टिप्पणी नहीं:
एक टिप्पणी भेजें