ବାଂଶଧାରା ସେତୁ, ଗୁମୁଡ଼ା, ରାୟଗଡ଼ା |
ଅନ୍ୟ ଗୁରୁତ୍ଵପୂର୍ଣ କଥାଟି ହେଲା, ଏନ୍.ଏଚ୍.-୩୨୬ ହେଉଛି ରାଜ୍ୟର ଦ୍ଵିତୀୟ ଦୀର୍ଘତମ (୫୧୩.୭ କିଲୋମିଟର ବିଶିଷ୍ଟ) ଜାତୀୟ
ରାଜପଥ। ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାର ସଂଯୋଗକାରୀ ଏହି ଜାତୀୟ ରାଜପଥର ସଂପ୍ରସାରିତ ଅଂଶ
ଉପରେ ହିଁ ଠିଆ ହେବ ଗୁରୁପ୍ରିୟା ସେତୁ । ଯାହାକି ବାଲିମେଳା ଜଳଭଣ୍ଡାର ଦ୍ଵାରା ଦ୍ଵୀପାଞ୍ଚଳରେ
ପରିଣତ ହୋଇଥିବା ୭ଟି ଗ୍ରାମପଞ୍ଚାୟତର ୩୦ହଜାରରୁ ବେଶି ନାଗରିକଙ୍କ ସହ ଯୋଗାଯୋଗ ସ୍ଥାପନ କରିବ।
ରାଜ୍ୟରେ ସଂରଚନା (Infrastructure) ବିକାଶ ପ୍ରସଙ୍ଗରେ ଓଡ଼ିଶା ଗଣମାଧ୍ୟମ କୌଣସି ଚର୍ଚା
କରୁନଥିବା ବେଳେ ପୁରୀ ସହରରେ ଆଉ ଏକ ବିଶାଳ ମନ୍ଦିର (ଗଣମାଧ୍ୟମ ଭାଷାରେ
ଦ୍ଵିତୀୟ ଶ୍ରୀମନ୍ଦିର) ନିର୍ମାଣ କିଭଳି ହୋଇ ନପାରିବ, ତାହା ଉପରେ ବେଶି ଚର୍ଚା ଚଳାଇଛି। ବାସ୍ତବରେ ପୁରୀରେ ଆଉ ଏକ ବିଶାଳ ମନ୍ଦିର ନିର୍ମିତ
ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ପରମ୍ପରା ନାମରେ ସଂସ୍କାରକୁ ସ୍ଥାନ ଦେଉ ନଥିବା
ମୁଷ୍ଟିମେୟ ଲୋକଙ୍କ ପତିଆରା କମିଯିବ। କାରଣ ଇସ୍କନ୍ (ISCKON)ର
ଶ୍ରୀକୃଷ୍ଣ ବଳରାମ ମନ୍ଦିରରେ ପ୍ରବେଶ କରିବାରେ ଜାତି-ଧର୍ମ-ଜାତୀୟତାର କୌଣସି ବାଛବିଚାର ନାହିଁ। ଆଉ ସେତେବେଳେ ହିଁ ମହମ୍ମଦ ଅଜିଜ୍ଙ୍କ
କଣ୍ଠରେ ପରିବେଷିତ ଲୋକପ୍ରିୟ ଭଜନ ‘‘କାଳିଆ ପାଖରେ ନାହିଁ ଲୋ ଜାତିଅଜାତି…ରଙ୍ଗବତୀ…’’ ସାର୍ଥକ
ହେବ।
ଉଭୟ ମୁଦ୍ଦା ଓଡ଼ିଶା
ପାଇଁ ଗୁରୁତ୍ଵପୂର୍ଣ। କିନ୍ତୁ ମନ୍ଦିର ଏକ ସଂରଚନା ନୁହେଁ। ବରଂ ରାଜ୍ୟରେ ସଡ଼କ-ରେଳପଥ ଭଳି
ସଂରଚନାର ଅଭାବ ପୂରଣ ଦିଗରେ ଗଣମାଧ୍ୟମ ରଚନାତ୍ମକ ସହଯୋଗ କରିପାରନ୍ତା। ଅଥଚ ମୁଖ୍ୟ ସଚିବଙ୍କ
ପ୍ରତିଶ୍ରୁତି ପାଳନକୁ ସମର୍ଥନ ଜଣାଇବା ପରିବର୍ତ୍ତେ ଓଡ଼ିଶା ଗଣମାଧ୍ୟମ ରାଜ୍ୟ ବିକାଶର ବାଟ
ଓଗାଳିବାରେ ବ୍ୟସ୍ତ ରହିବା ଅତ୍ୟନ୍ତ ଦୁଃଖଦାୟକ।
कोई टिप्पणी नहीं:
एक टिप्पणी भेजें