ଦିନେ ଡାଲଖାଇ ନାଚରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ
ନଚେଇ ଦେଇଥିଲେ ଓଡ଼ିଶାର ଡାଲଖାଇ ଶିଳ୍ପୀ ଗୁରୁବାରୀ ମିର୍ଧା। ଦିଲ୍ଲୀ ଲାଲ୍କିଲ୍ଲା ପରେଡ଼୍ ମୈଦାନର
ସେଇ ଘଟଣା ସେତେବେଳେ ସାରା ଦେଶରେ ଚର୍ଚାର ବିଷୟ ପାଲଟି ଯାଇଥିଲା। ଗୁରୁବାରୀଙ୍କ ଭଳି ଆଉ ଜଣେ ସମଲପୁରୀ ଲୋକନୃତ୍ୟ ପ୍ରବୀଣା
ବେଟିଖାଇ ବରିହା। ୨୦୧୬ର ସମ୍ବଲପୁର ଲୋକ ମହୋତ୍ସବରେ ସମ୍ବର୍ଧିତ ଏହି ନୃତ୍ୟଶିଳ୍ପୀ ଏବେ ଅନେକ କଳାପ୍ରେମୀଙ୍କୁ
ଆକର୍ଷିତ କଲେଣି।
ବରଗଡ଼ ଜିଲ୍ଲାର ଗୁରୁବାରୀଙ୍କ ପରେ ସେଇ ଜିଲ୍ଲାର ଗାଇସିଲେଟ୍
ବ୍ଲକ୍ କନ୍ଦାଗଡ଼ ଗାଆଁର ବେଟିଖାଇ ବରିହାଙ୍କ ପରିଣତ ବୟସରେ ବି ଯୁବସୁଲଭ ନୃତ୍ୟଛଟା ସବୁବୟସ ବର୍ଗର
ଲୋକଙ୍କୁ ବିମୋହିତ କରୁଛି। ଗରିବ ପରିବାରରେ ଜନ୍ମିତ ବେଟିଖାଇ ମାତ୍ର ୬ ବର୍ଷ ବୟସରୁ ସମଲପୁରୀ ନୃତ୍ୟ
ପ୍ରତି ଆପର୍ଷିତ ହୋଇଥିଲେ। ନିଜ ପିଉସୀଙ୍କ ଦ୍ଵାରା ଅନୁପ୍ରାଣୀତ ହୋଇ ନୃତ୍ୟକୁ ପେସା ଭାବେ ଆଦରିବାରୁ
ସେ ଅନେକ ଟାହିଟାପରା ଶୁଣିଛନ୍ତି। ତାଙ୍କ ସହ ସାମିଲ ହୋଇଥିବା ଗାଆଁର ଆଉ ୪ ଜଣ ମହିଳା ମଧ୍ୟ ସମାନ
ସମସ୍ୟାରେ ସନ୍ତୁଳି ହୋଇ ଆଜୀବନ ଅବିହାଡ଼ି ରହିଯାଇଛନ୍ତି। କଳାକୁ ବଞ୍ଚାଇବା ସହ କଳାକୁ ନିଜ ବଞ୍ଚିବାର
ରାହା ଭାବେ ଧରି ଆତ୍ମସନ୍ତୋଷ ପାଉଛନ୍ତି ବୋଲି କହନ୍ତି ବେଟିଖାଇ। ଦର୍ଶକଙ୍କ କରତାଳି ଓ ପ୍ରଶଂସା ହିଁ ସେମାନଙ୍କ ପାଇଁ ସବୁ
କିଛି।
୫୮ ବର୍ଷ ବୟସରେ ବି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ ଓ ମଞ୍ଚମନସ୍କ
କରିରଖନ୍ତି ବେଟିଖାଇ। ବିହା ହୋଇନଥିବାରୁ ଟିକେ ବି ପଶ୍ଚାତାପ ନାହିଁ। ବରଂ ତାଙ୍କର ପ୍ରତିଭାରେ
ଅନୁପ୍ରାଣୀତ ହୋଇ ୧୦ ଜଣ ଯୁବତୀ ସମଲପୁରୀ ନୃତ୍ୟ ଶିକ୍ଷା କରି ମଞ୍ଚପ୍ରଦର୍ଶନ ଜାରି ରଖିଛନ୍ତି। କୁମାରୀ ବେଟିଖାଇ କିଛି ବର୍ଷ ହେଲା ମାସିକ ହଜାରେ ଟଙ୍କା ‘କଳାକାର ଭତ୍ତା’ ପାଉଛନ୍ତି। ଟଙ୍କିକିଆ ଚାଉଳର
ଶାସନକାଳରେ ସମଲପୁରୀ ଚାଉଳ ତା’ର ଆକର୍ଷଣ ହରାଇଛି ସିନା, ହେଲେ ସମଲପୁରୀ ବସ୍ତ୍ର, ସମଲପୁରୀ ଗୀତ
ଓ ସମଲପୁରୀ ନୃତ୍ୟ ଏବେ ବି ସତେଜ। ଯେମିତି ସଜଫୁଟା ଫୁଲ ଭଳି !
ପୁନଃଉପସ୍ଥାପନା: ବିମଳ ପ୍ରସାଦ,
ତଥ୍ୟ ଉତ୍ସ: ପ୍ରମେୟ, ୮ ଫେବ୍ରୁଆରି ୨୦୧୬
ତଥ୍ୟ ଉତ୍ସ: ପ୍ରମେୟ, ୮ ଫେବ୍ରୁଆରି ୨୦୧୬
कोई टिप्पणी नहीं:
एक टिप्पणी भेजें