ପ୍ରତ୍ୟେକ
ବ୍ୟକ୍ତିଙ୍କର ସ୍ଥାନାନ୍ତର ସହ ତାଙ୍କର
ଠିକଣା ଓ ଫୋନ୍
ନମ୍ବର ଇତ୍ୟାଦି
ବଦଳି ଯାଏ। କିନ୍ତୁ ଯାହା
ବଦଳେ ନାହିଁ, ତାହା
ଭିତରେ ରହିଛି ଇମେଲ୍
ଠିକଣା। ସେଥିପାଇଁ କୁହାଯାଏ ଇମେଲ୍
ଆଇଡ଼ି। ଆଇଡି ଅର୍ଥ
ପରିଚୟ। ଆଜିକାଲି
ଇମେଲ୍
ଏତେ ଗୁରୁତ୍ୱପୂର୍ଣ ହୋଇପଡ଼ିଛି ଯେ
ଇଣ୍ଟରନେଟ୍
ବ୍ୟବହାରକାରୀମାନଙ୍କର ଯୋଗାଯୋଗର
ଏକ ଜରୁରୀ ସାଧନ
ପାଲଟିଯାଇଛି। ଇମେଲ୍ ବ୍ୟବହାରକୁ ଏକ
ପରିଭାଷା ଦେଇଥିଲେ ଆମେରିକୀୟ କଂପ୍ୟୁଟର ପ୍ରୋଗ୍ରାମର୍ ରେ ଟମ୍ଲିନ୍ସନ୍ @ ପ୍ରୟୋଗ କରି। ୫
ମାର୍ଚ ୨୦୧୬ ଶନିବାର ତାଙ୍କର
ଦେହାନ୍ତ ହୋଇଯାଇଛି। ହେଲେ ଇମେଲ୍
ପାଇଁ ତାଙ୍କର
ଅବଦାନର ଅନ୍ତ ହେବ
ନାହିଁ। ଏବେ ନଜର
ପକାଇବା
ଇମେଲ୍ର ସଂକ୍ଷିପ୍ତ ଇତିହାସ
ଉପରେ
୧୯୬୫
-
ମାସାଚୁସେଟ୍ସ୍ ଇନ୍ଷ୍ଟିଚ୍ୟୁଟ୍
ଅଫ୍ ଟେକ୍ନୋଲୋଜି(ଏମ୍ଆଟି) ହିଁ
ପ୍ରଥମେ ବାର୍ତା ଦେଣନେଣ
ଓ ଫାଇଲ୍ ଟ୍ରାନ୍ସଫର
ପାଇଁ ନିଜ
ହତାରେ ଇଲେକ୍ଟ୍ରୋନିକ୍ ମେଲ୍ ବ୍ୟବହାର ଆରମ୍ଭ
କରିଥିଲେ
୧୯୭୧
- ବାସ୍ତବରେ ଇମେଲ୍
ଆଇଡ଼ିର
ଉଦ୍ଭାବନ ହେଲା, ରେ
ଟମ୍ଲିନ୍ସନ୍ଙ୍କ @ର
ପ୍ରୟୋଗରୁ। ଏଥିରେ
ଯୁକ୍ତରାଷ୍ଟ୍ର ଆମେରିକାର
ଡିଫେନ୍ସ ଆଡ଼୍ଭାନ୍ସଡ଼୍ ରିସର୍ଚ
ପ୍ରୋଜେକ୍ଟ ଏଜେନ୍ସୀ
(ଦର୍ପ) ଗୋଟିଏ ମେସିନ୍ରୁ ଆଉ ଗୋଟିଏ
ମେସିନ୍କୁ ନିର୍ଦ୍ୱନ୍ଦ୍ୱରେ ବାର୍ତା ପ୍ରେରଣ
କରି ପାରୁଥିଲା
୧୯୭୩
–
ଇମେଲ୍ର ମାନକୀକରଣର
ପ୍ରସ୍ତାବ ଆସିଲା। ପ୍ରେରକ ଓ
ପ୍ରାପକ ଧାର୍ଯ୍ୟ କରିବାକୁ ବ୍ୟବସ୍ଥା
ହେଲା। ଆଗରୁ
ପ୍ରାପକର କିଛି ସଂଜ୍ଞା
ନଥିଲା।
୧୯୭୬
- କୁଇନ୍
ଏଲିଜାବେଥ୍ ୨ୟ, ପ୍ରଥମ
ରାଷ୍ଟ୍ରମୁଖ୍ୟ ଭାବରେ ଅର୍ପାନେଟ୍
ବ୍ୟବହାର କରି ଇମେଲ୍
ପଠାଇଲେ
୧୯୭୮-
ଏରିକ୍ ସ୍ମିଡ଼ଟ୍ ‘ବର୍କନେଟ୍’ ଡିଜାଇନ୍ କଲେ
ଯେଉଁଥିରେ ସିରିଆଲ୍ କନେକ୍ସନ୍ରେ ବାର୍ତା ଦେଣନେଣ
ହୋଇପାରିଲା। (ଏରିକ୍ ପରବର୍ତୀ କାଳରେ
‘ଗୁଗଲ’କୁ ନେତୃତ୍ୱ ଦେବା
ସହ ‘ଜିମେଲ୍’ର ଦେଖାରଖା କରିଥିଲେ
୧୯୭୯
- ଇମେଲ୍ ପାଇଁ ନ୍ୟୁଜର୍ସିର ‘‘ୟୁନିଭର୍ସିଟି
ଅଫ୍ ମେଡ଼ିସିନ୍ ଏଣ୍ଡ୍
ଡେଣ୍ଟିଷ୍ଟ୍ରି’’ ପାଇଁ ବିଧିବଦ୍ଧ ଭାବରେ
ଶିବ ଆୟାଦୁରାଇ ଏକ ପ୍ରୋଗ୍ରାମ୍
ଲେଖିଲେ, ଯାହାର
ନାମ ଥିଲା ‘ଇମେଲ୍’। ଏହାଦ୍ୱାରା ଇଲେକ୍ଟ୍ରୋନିକ୍ସ
ବାର୍ତା ଦେଣନେଣ ୟୁନିଭର୍ସିଟି
ମଧ୍ୟରେ ହୋଇପାରିଲା।
୧୯୮୮
- ମାଇକ୍ରୋସଫ୍ଟ
ଇମେଲ୍ର ପ୍ରଥମ ରୂପ
ବାହାରିଲା
ମ୍ୟାକ୍ ଅପରେଟିଂ ସିଷ୍ଟମ୍
ପାଇଁ। ଯାହା
ଦ୍ୱାରା ଆପଲ୍
ଟକ୍ ନେଟ୍ୱର୍କରେ ବାର୍ତା
ଦିଆନିଆ ହୋଇପାରିଲା
୧୯୯୧
–
DOS ଓ
Windows ପାଇଁ ମାଇକ୍ରୋସଫ୍ଟ ଇମେଲ୍
ବାହାରିଲା। ଯାହାକି ପରବର୍ତୀ
ସମୟରେ Outlook ଓ
Exchange
Mail ବ୍ୟବସ୍ଥା ପାଇଁ ସୁବିଧା ହେଲା
୧୯୮୯
- Compuserve କମ୍ପାନୀ ଆରମ୍ଭ
କଲା ଇଣ୍ଟରନେଟ୍
ଭିତ୍ତିକ ଇମେଲ
ସେବା, ଯାହାକି ଡାଏଲ୍
ଅପ୍ ଫୋନ୍ ଜରିଆରେ ଥିଲା
ପ୍ରଥମ ଅନ୍ଲାଇନ୍ ସେବା। ଏଥିରେ
ଅନ୍ୟ ଇଣ୍ଟରନେଟ୍
ବ୍ୟବହାରକାରୀମାନେ ମଧ୍ୟ
ପରସ୍ପରକୁ ଇମେଲ୍
ପଠାଇପାରିଲେ।
୧୯୮୯
- ଆଇବିଏମ୍ ଜରିଆରେ ‘‘ଲୋଟସ୍
ନୋଟ୍ସ୍’’ ବଜାରକୁ
ଆସିଲା।
୧୯୯୦
-
ଇମେଲ୍ରେ ସ୍ପାମ୍ର ପ୍ରାବଲ୍ୟ ଦେଖାଦେଲା
୧୯୯୪
- ସ୍ପାମ୍ ଉପରେ ଫୋଏନିକ୍ସର
ଲରେନ୍ସ କାର୍ଟର ଓ
ମାର୍ଥା ସିଗେଲ୍ ଏକ
ପୁସ୍ତକ ଲେଖିଲେ
୧୯୯୨
- ବହୁମୁଖୀ ଇଣ୍ଟରନେଟ୍
ମେଲ୍ ଏକ୍ସଟେନ୍ସନ୍ର ଉଦ୍ଭାବନ ପରେ
ଫାଇଲ୍
ଆଟାଚ୍ମେଣ୍ଟ୍ ସମ୍ଭବ ହେଲା। ଏପରିକି ଜମା
ହୋଇଥିବା ମେଲ୍ଗୁଡ଼ିକୁ ଡିଲିଟ୍
କରାଯାଇପାରିଲା
୧୯୯୩
- ମାଇକ୍ରୋସଫ୍ଟ୍ର ପ୍ରଥମ ଆଉଟ୍ଲୁକ୍ ବାହାରିଲା ଏବଂ
ଯୁକ୍ତରାଷ୍ଟ୍ର ଆମେରିକାର
ଇଣ୍ଟରନେଟ୍
ସେବା ପ୍ରଦାନକାରୀ ଏଓଏଲ୍
ଓ ଡେଲ୍ଫି ସେମାନଙ୍କର
ଇମେଲ୍
ବ୍ୟବସ୍ଥା ଆରମ୍ଭ
କଲେ
୧୯୯୬
- ସବୀର ଭାଟିଆ ଓ ଜ୍ୟାକ୍
ସ୍ମିଥ୍ ବାହାର କଲେ ହଟ୍ମେଲ୍ (Hotmail) ନାମକ
ଇମେଲ୍
ସେବା । ଏଥିରେ html
ଆଧାରିତ ଇମେଲ୍
ସମ୍ଭବ ହେଉଥିବାରୁ ନାମକରଣ
ଏପରି
କରିଥିଲେ।
୧୯୯୭
- ମାଇକ୍ରୋସଫ୍ଟ
ହଟ୍ମେଲ୍କୁ କିଣି
ନେଲା। ତାହାକୁ
MSN Hotmail ନାମ ଦେଲା। ଏହି
ବର୍ଷ ୟାହୁମେଲ୍ (Yahoo Mail) ମଧ୍ୟ
ଧମାକାଦାର ଇମେଲ୍
ସେବା ଆରମ୍ଭ
କଲା। ଏଥିପାଇଁ ଅନ୍ୟ
ଏକ କମ୍ପାନୀର ରକେଟ୍ମେଲ୍କୁ ଅନୁସରଣ କରିଥିଲା
୧୯୯୮
-
AOL ବ୍ୟବହାରକାରୀଙ୍କୁ ଇମେଲ୍ ପାଇବା କ୍ଷଣି
ଶବ୍ଦ ଆକାରେ
ସୂଚିତ କରିବାର ବ୍ୟବସ୍ଥା
ହେଲା
୨୦୦୨ - ୟୁରୋପୀୟ
ରାଷ୍ଟ୍ରସଂଘ ଇଲେକ୍ଟ୍ରୋନିକ୍ସ କମ୍ୟୁନିକେସନ୍ ଓ
ଗୋପନୀୟତା ଉପରେ ଏକ
ନିର୍ଦେଶନାମା ଜାରି କଲା
ଯେଉଁଥିରେ ଅବାଞ୍ଛିତ ଇମେଲ୍
ବା ସ୍ପାମ୍ ଉପରେ
କଟକଣା ରହିଥିଲା
୨୦୦୩
–
ବ୍ଲାକ୍ବେରୀ ଏକ
ସମନ୍ୱିତ ଇମେଲ୍ ଓ
ଇଣ୍ଟରନେଟ୍ ସେବା ଭାବରେ
ବଜାରକୁ ଆସିଲା
୨୦୦୪
- ଯୁକ୍ତରାଷ୍ଟ୍ର ଆମେରିକା
ମଧ୍ୟ ୟୁରୋପ ଭଳି
ନିୟମ ପ୍ରଣୟନ କଲା। Gmail ଏହି
ବର୍ଷ ଆରମ୍ଭ
ହେଲା ଏବଂ ଏହା
ଗୁଗୁଲ୍ କର୍ମଚାରୀମାନଙ୍କର ଆଭ୍ୟନ୍ତରୀଣ
ଇମେଲ୍
ସେବା ଥିଲା।
୨୦୦୭
–
Gmail ସର୍ବସାଧାରଣଙ୍କ ବ୍ୟବହାର
ପାଇଁ ଲାଗୁ
ହେଲା। ଆପଲ୍
କମ୍ପାନୀର ପ୍ରଥମ ଆଇ-ଫୋନ୍
ବାହାରିଲା, ଯେଉଁଥିରେ ଇମେଲ୍ ସୁବିଧା
ରହିଥିଲା।
୨୦୧୫
- ପାରସ୍ପରିକ ଯୋଗାଯୋଗ ପାଇଁ ଇମେଲ୍ ସବୁଠୁ
ଗୁରୁତ୍ୱପୂର୍ଣ ହୋଇଯାଇଛି।
ଏବେ ଦୈନିକ
ମେଲ୍ ସଂଖ୍ୟା ଏବେ
୪୪୦ କୋଟି ଥିବା
ବେଳେ ଆକଳନ
କରାଯାଉଛି ଯେ ୨୦୧୯
ମସିହା ବେଳକୁ ଏହି
ସଂଖ୍ୟା ଦୈନିକ ୨୪୬୦୦
କୋଟିରେ ପହଞ୍ଚିଥିବ।
ବିମଳ ପ୍ରସାଦ, ଭୁବନେଶ୍ଵର, ଓଡ଼ିଶା, ଭାରତ, 9937353293
कोई टिप्पणी नहीं:
एक टिप्पणी भेजें