ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ରେ ଗହମ ବଦଳରେ ଅଧିକ ଚାଉଳ ଦାବି କରି ରାଜ୍ୟର ବିଭାଗୀୟ ମନ୍ତ୍ରୀ ଓ ସଚିବ, କେନ୍ଦ୍ରର ବିଭାଗୀୟ ମନ୍ତ୍ରୀଙ୍କୁ ୬ ଜାନୁଆରି ୨୦୧୬ରେ ଫୁଲତୋଡ଼ା ଦେବାଟାକୁ ପ୍ରତିବାଦ କରି ଆମ୍ଭେ ୭ ଜାନୁଆରି ୨୦୧୬ରେ ଓଡ଼ିଆଏ ରୁଟି ବି ଖାଆନ୍ତି! ବ୍ଲଗ୍ ଲେଖିଥିଲୁ। ସେଥିରେ ମାଣ୍ଡିଆ ସଂକ୍ରାନ୍ତରେ ରଖିଥିବା ମତକୁ ରାଜ୍ୟ ସରକାର ଏବେ ସ୍ଵୀକୃତି ଦେଇଛନ୍ତି। ୧୮ ମାର୍ଚ ୨୦୧୬ରେ ଓଡ଼ିଶା ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ କୃଷି ବଜେଟ୍ ଉପସ୍ଥାପନ କରି ଏହାକୁ ସ୍ପଷ୍ଟ କରିଛନ୍ତି। ମାନ୍ୟବର ମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣରେ ମାଣ୍ଡିଆ ସଂକ୍ରାନ୍ତ ଅଂଶକୁ ଏଠାରେ ଅବିକଳ ଉପସ୍ଥାପନ କଲୁ:-

ଆଜିକାଲି ଚିକିତ୍ସକମାନେ ବିଭିନ୍ନ ରକ୍ତଶର୍କରାଗ୍ରସ୍ତ ବ୍ୟକ୍ତିଙ୍କୁ ତଥା ଦୁର୍ବଳତାର ଶିକାର ବ୍ୟକ୍ତିଙ୍କୁ ମାଣ୍ଡିଆ ପେଜ (Ragi Gruel) ପିଇବା ପାଇଁ ପରାମର୍ଶ ଦେଉଛନ୍ତି। ଏପରିକି ସରକାରଙ୍କ ମିଶନ ଶକ୍ତି ତଥା ଜୀବିକା ପନ୍ଥା କାର୍ଯ୍ୟକ୍ରମଗୁଡ଼ିକ ଦ୍ଵାରା ମାଣ୍ଡିଆଚୁନା ବିକ୍ରୀ ବଢିଛି। ତେଣୁ ମାଣ୍ଡିଆ ଉତ୍ପାଦନ ବଢ଼ାଇବାକୁ ମଧ୍ୟ ଆଦିବାସୀ ଚାଷୀମାନେ ପୂରା ତତ୍ପର ହୋଇ ପଡ଼ିଛନ୍ତି। ବିଳମ୍ବରେ ହେଲେ ସୁଦ୍ଧା ସରକାର ଏକ ଗୁରୁତ୍ଵପୂର୍ଣ ପଦକ୍ଷେପ ନେଇଛନ୍ତି। ଦେଖାଯାଉ କାର୍ଯ୍ୟକ୍ରମ ରୂପାୟନରେ ଯେପରି କିଛି ବାଟମାରଣା ନହେଉ। ଏଥିପାଇଁ ଦକ୍ଷିଣ ଓଡ଼ିଶାର ଲୋକ ସଂଗଠନ ଓ କୃଷକ ସଂଗଠନମାନେ ସଜାଗ ହୋଇ ରହିବା ସହ ଆବଶ୍ୟକ ସହଯୋଗ କରିବାର ଆବଶ୍ୟକତା ରହିଛି।
ମାଣ୍ଡିଆକୁ ସାଧାରଣ ଖାଦ୍ୟ ମର୍ଯାଦା ଦେଇ ସରକାର ପ୍ରକୃତରେ ଆଦିବାସୀ ସମାଜକୁ ଖାଦ୍ୟ ଅଧିକାର ଦେଇଛନ୍ତି।
ବିମଳ ପ୍ରସାଦ, ଭୁବନେଶ୍ଵର
कोई टिप्पणी नहीं:
एक टिप्पणी भेजें