04 जुलाई 2016

ଇଂଲିଶିଆ ବନାନ ବଦଳିବ କେବେ?


ବ୍ରିଟିଶ ଶାସନ ଅଧୀନରୁ ସ୍ୱାଧୀନତା ପାଇବା ପରେ ଭାରତର ଅନେକ ସ୍ଥାନର ଇଂଲିଶିଆ (Anglicised) ନାମଗୁଡ଼ିକ ବଦଳାଯାଇ ତହିଁରେ ଭାରତୀୟତା ଭରି ଦିଆଯାଇଛି। ମହାନଗରୀଗୁଡ଼ିକରେ ବିଭିନ୍ନ ଇଂଲିଶ ଚାକିରିଆ ବା ଲାଟସାହାବମାନଙ୍କ ନାମାନୁସାରେ ହୋଇଥିବା ସଡ଼କ, ଗଳି, ଛକ, ରାସ୍ତା ଇତ୍ୟାଦିର ନାମକୁ କ୍ରମାଗତ ଭାବରେ ବଦଳାଯାଇ ଭାରତୀୟ ମହାପୁରୁଷ ବା ବ୍ୟକ୍ତିତ୍ୱମାନଙ୍କ ନାମରେ କରାଯାଉଛି। ସେହି ପ୍ରକ୍ରିୟା ଏବେ ବି ସରି ନାହିଁ। ତେବେ ଯେତିକି ନାମ ବଦଳାଯାଇଛି, ତାହାକୁ ମଧ୍ୟ ସ୍ୱାଧୀନ ଦେଶର ନାଗରିକମାନେ ବ୍ୟବହାର ନକରି ପୁରୁଣାକାଳିଆ ଇଂଲିଶିଆ ନାମକୁ ବ୍ୟବହାର କରି ନିଜର ଗୋଲାମୀ ପ୍ରବୃତ୍ତିକୁ ଦେଖାଇ ଚାଲିଛନ୍ତି। ଦେଶର ଯେଉଁ ପ୍ରମୁଖ ସ୍ଥାନଗୁଡ଼ିକର ନାମ ବଦଳାଯାଇଛି, ତାହାର ଏକ ତାଲିକା ତଳେ ଦିଆଗଲା:
କ୍ରମ
କ’ଣ ଥିଲା
(in English)
କ’ଣ ଥିଲା
(ଓଡ଼ିଆରେ)
କ’ଣ ହେଲା
(in English)
କ’ଣ ହେଲା
(ଓଡ଼ିଆରେ)
କେବେ ହେଲା
Trichinapoly
ତ୍ରିଚିନ୍ନାପଲୀ
Tiruchirapalli
ତିରୁଚିରାପଲ୍ଲୀ
1971
Baroda
ବରୋଦା
Vadodara
ବଡ଼ୋଦରା
1974
Trivandrum
ତ୍ରିଭାନ୍ଦ୍ରମ୍
Thiruvananthapuram
ତିରୁଅନନ୍ତପୁରମ୍
1991
Bombay
ବମ୍ବେ
Mumbai
ମୁମ୍ବାଇ
1996
Madras
ମାଡ଼୍ରାସ୍
Chennai
ଚେନ୍ନାଇ
1996
Cochin
କୋଚିନ୍
Kochi
କୋଚି
1996
Calcutta
କାଲକାଟା, କଲିକତା,
କଲ୍‌କତ୍ତା (ହିନ୍ଦୀରେ)
Kolkata
କୋଲ୍‌କାତା
2001
Pondicherry
ପଣ୍ଡିଚେରୀ
Puducherry
ପୁଡୁଚେରୀ
2006
Cawnpore
କ’ନପୋର୍
Kanpur
କାନପୁର
1947
୧୦
Belgaum
ବେଲଗାଓଁ
Belagavi
ବେଲାଗାୱି
2014
୧୧
Indhur
ଇନ୍ଧୁର
Indore
ଇନ୍ଦୋର
1947
୧୨
Panjim
ପାଞ୍ଜିମ୍
Panaji
ପାଣାଜୀ
1960
୧୩
Poona
ପୁନା
Pune
ପୁଣେ
1977
୧୪
Simla
ସିମ୍‌ଲା
Shimla
ଶିମ୍‌ଲା
1950
୧୫
Benares
ବନାରସ୍, କାଶୀ
Varanasi
ବାରାଣାସୀ
1956
୧୬
Waltair
ୱାଲଟିୟର୍
Visakhapatnam
ବିଶାଖାପଟନମ୍
1987
୧୭
Tanjore
ତାଞ୍ଜୋର
Thanjavur
ତାଞ୍ଜାଭୁର
1948
୧୮
Jubbulpore
ଜବ୍ବଲପୋର
Jabalpur
ଜବଲପୁର
1956
୧୯
Ootacamund
ଉତ୍କାମଣ୍ଡ୍
Udhagamandalam
ଉଦ୍‌ଗାମଣ୍ଡଳମ୍
1950
୨୦
Calicut
କାଲିକଟ୍
Kozhikode
କୋଝିକୋଡ଼୍
1949
୨୧
Gauhati
ଗୌହାଟୀ
Guwahati
ଗୁଆହାଟୀ
1980
୨୨
Allepey
ଆଲେପି
Alappuzha
ଅଲାପୁଝା
1957
୨୩
Mysore
ମୈସୋର୍
Mysuru
ମୈସୁରୁ
2014
୨୪
Mangalore
ମାଙ୍ଗାଲୋର୍
Mangaluru
ମାଙ୍ଗାଲୁରୁ
2014
୨୫
Bangalore
ବାଙ୍ଗାଲୋର
Bengaluru
ବେଙ୍ଗାଲୁରୁ
2014
୨୬
Gurgaon
ଗୁର୍‌ଗାଓଁ
Gurugram
ଗୁରୁଗ୍ରାମ
2016
ନାମ ପରିବର୍ତନ କ୍ଷେତ୍ରରେ ମଧ୍ୟ ଦେଶର ସଚେତନ, ଶିକ୍ଷିତ ଓ ଅଗ୍ରଣୀ ରାଜ୍ୟ କେରଳ ବେଶ୍ ଆଗରେ। ଉପର ତାଲିକାରେ କିଛି ନାମ ରହିଥିବା ବେଳେ, ଅଳ୍ପ ପରିଚିତ ଆଉ କିଛି ସ୍ଥାନର ପରିବର୍ତିତ ପ୍ରତିରୂପ ତଳ ତାଲିକାରେ ଦିଆଗଲା:
କ୍ରମ
ଇଂଲିଶିଆ ସ୍ଥାନ ନାମ
ଓଡ଼ିଆରେ ସେହି ନାମ
ପରିବର୍ତିତ ନାମ
ଓଡ଼ିଆରେ ନୂଆ ନାମ
Trichur
ତ୍ରିଚୁର
Thrissur
ତ୍ରିଶୁର
Quilon
କୁଇଲନ୍
Kollam
କୋଲ୍ଲମ୍
Palghat
ପାଲଘାଟ୍
Palakkad
ପଲକ୍କଡ଼୍
Cranganore
କ୍ରାଙ୍ଗାନୋର୍
Kodungallur
କୋଡ଼ୁଙ୍ଗାଲୁର
Tellichery
ତେଲିଚେରୀ
Thalasseri
ଥଲସେରି
Cannanore
କୁନ୍ନାନୋର
Kannur
କନ୍ନୁର
Diamper
ଡାୟାମ୍ପର
Udayamperoor
ଉଦୟମପେରୁର୍
Sherthalai
ସେରତଲାଇ
Cherthala
ଚେରଥଲା
Quilandy
କୁଇଲାଣ୍ଡି
Koilandi
କୋଇଲଣ୍ଡି
୧୦
Changanacherry
ଚଙ୍ଗନାଚେରୀ
Changanassery
ଚଙ୍ଗନାସେରୀ
୧୧
Sultan`s Battery
ସୁଲତାନଙ୍କ ବ୍ୟାଟେରୀ
Sulthanbatheri
ସୁଲତାନବଥେରି
ଏହି କ୍ରମରେ ଓଡ଼ିଶାର ନାମ Orissa(ଓରିଶା) ରୁ ଓଡ଼ିଶା (Odisha) ଏବଂ ‘ଓଡ଼ିଆ’ ଶବ୍ଦଟି Oriya(ଓରିୟା)ରୁ ଓଡ଼ିଆ (Odia) ହେଲା ସାଂବିଧାନିକ ସଂଶୋଧନ ବଳରେ ୨୦୧୧ ନଭେମ୍ବରରେ। ଚାହୁଁଚାହୁଁ ସାଢେ ଚାରି ବର୍ଷ ହୋଇଗଲାଣି। ହେଲେ ଏବେ ବି ସରକାରୀ ୱେବ୍‌ସାଇଟ୍‌ରେ Orissa ଓ Oriya ଦେଖିବାକୁ ମିଳୁଛି। ତେବେ ଓଡ଼ିଶାର ସ୍ଥାନର ନାମ ବଦଳାଇବା ପାଇଁ କେବଳ ପ୍ରାଶାସନିକ ନିର୍ଦେଶନାମା ଯଥେଷ୍ଟ। ଏଥିପାଇଁ ସମ୍ବିଧାନ ସଂଶୋଧନ ଅନାବଶ୍ୟକ। ତେବେ ସେହି ପ୍ରାଶାସନିକ ନିର୍ଦେଶନାମା, ଗେଜେଟ୍ (ରାଜପତ୍ର) ବିଜ୍ଞପ୍ତି ରୂପେ ପ୍ରକାଶ ପାଇଲେ ଉତ୍ତମ। ଓଡ଼ିଶାର ବରହମପୁର ବା ବ୍ରହ୍ମପୁର ସହରରେ ଥିବା ରେଳଷ୍ଟେସନର ନାମକୁ ଭାରତୀୟ ରେଳବାଇ
Brahmapur (ବ୍ରହ୍ମପୁର) ନାମରେ ଲେଖୁଥିବା ବେଳ ରାଜ୍ୟ ସରକାରଙ୍କର ଚେତା ପଶୁନାହିଁ, ସେହି ବନାନକୁ ସ୍ଥାୟୀ ଭାବରେ ଗ୍ରହଣ କରିବା ପାଇଁ। ଅବଶ୍ୟ ପଶ୍ଚିମବଂଗର Behrampur ଠାରୁ ଫରକ ଦର୍ଶାଇବା ପାଇଁ ଭାରତୀୟ ରେଳବାଇର ଏହା ଏକ ଫିକର। ତଥାପି ଏହା ଯୁକ୍ତିସମ୍ମତ ହୋଇଥିବାରୁ, ବିନା ବିତର୍କରେ ରାଜ୍ୟ ପ୍ରଶାସନ, ନାମ ସଂଶୋଧନକୁ ଗୋଟିଏ ନିର୍ଦେଶନାମା ବଳରେ ସାକାର କରୁ।

୧୯୯୨ ମସିହାରେ ଜିଲ୍ଲା ପୁନର୍ଗଠନ ପରେ ଦୁଇଟି ନୂଆ ଜିଲ୍ଲା ନୂଆପଡ଼ା ଓ ନବରଙ୍ଗପୁର, ସେମାନଙ୍କର anglicised ନାମକୁ ଫିଙ୍ଗି ସାରିଥିବା ବେଳେ କଟକ, ବାଲେଶ୍ୱର, ଖୋର୍ଧା, କେନ୍ଦୁଝର ଏବେ ବି ସେହି ଇଂଲିଶିଆ ବିକୃତନାମକୁ ଜାବୋଡ଼ି ରଖିଛନ୍ତି। Nawaparaରୁ Nuapada(ନୂଆପଡ଼ା), Nowrangpur ବା Nawarangpurରୁ Nabarangpur (ନବରଙ୍ଗପୁର) ହୋଇସାରିଛି। ଏପରିକି Sundergarh ମଧ୍ୟ ନିଜକୁ Sundargarh (ସୁନ୍ଦରଗଡ଼) କରିସାରିଥିବା ବେଳେ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ପ୍ରାଚୀନ ସହରଗୁଡ଼ିକ ଯଥା:- Cuttack, Berhampur, Balasore, Jeypore ଆଦି anglicised ନାମକୁ ଆଜି ସୁଦ୍ଧା ଧରି ରଖିବା ଏକ ଲଜ୍ଜାକର ପ୍ରସଙ୍ଗ। ଏହା ପ୍ରାଶାସନିକ ବା ବ୍ୟବସ୍ଥାପିକା ସ୍ତରରେ କାହାରି ମୁଣ୍ଡକୁ ଢୁକୁ ନାହିଁ! ଦୁଃଖର କଥା ଯେ ଦୂରଦୃଷ୍ଟି ସମ୍ପନ୍ନ କେରଳୀ ପ୍ରାଶାସନିକ ଅଧିକାରୀ କେହି ଜଣେ ବି ଓଡ଼ିଶାରେ ନାହାନ୍ତି। ତଥାପି ଶିକ୍ଷିତ ଓଡ଼ିଶା ନାଗରିକେ ସାମୂହିକ ଇଚ୍ଛାଶକ୍ତି ପ୍ରୟୋଗ କଲେ, ସଂସ୍କାର ସମ୍ଭବ ହୋଇପାରିବ


କ୍ରମ
କ’ଣ ଅଛି ଇଂଲିଶରେ ସ୍ଥାନର ନାମ
ଠିକ୍ ପଢ଼ିଲେ କେମିତି (ଓଡ଼ିଆରେ)
କ’ଣ ହେବା କଥା ଇଂଲିଶରେ
ଓଡ଼ିଆରେ ସ୍ଥାନର ନାମ
Cuttack
ସୁତ୍ତାକ୍
Katak
କଟକ
Balasore
ବାଲାସୋର୍
Baleshwar
ବାଲେଶ୍ୱର
Berhampur
ବରହମପୁର
Brahmapur
ବ୍ରହ୍ମପୁର
Bissam Cuttack
ବିଷମକଟକ
Bhishma Katak
ଭୀଷ୍ମକଟକ
Khurda
ଖୁର୍ଦା
Khordha
ଖୋରଧା
Keonjhar
କେଉଁଝର
Kendujhar
କେନ୍ଦୁଝର
Kendrapara
କେନ୍ଦ୍ରାପରା
Kendrapada
କେନ୍ଦ୍ରାପଡ଼ା
Salipur
ସାଲିପୁର
Salepur
ସାଲେପୁର
Tyendakura
ତ୍ୟେଣ୍ଡାକୁରା
Tendakuda
ତେଣ୍ଡାକୁଡ଼ା
୧୦
Bondamunda
ବଣ୍ଡମୁଣ୍ଡା
Bondhamunda
ବନ୍ଧମୁଣ୍ଡା
୧୧
Jeypore
ଜେଏପୋର୍
Jayapur
ଜୟପୁର
୧୨
Hinjilicut
ହିଂଜିଳିକଟ୍
Hinjilikatu
ହିଂଜିଳିକାଟୁ
୧୩
Chatrapur
ଚତ୍ରପୁର
Chhatrapur
ଛତ୍ରପୁର
୧୪
Jajapur Road
ଯାଜପୁର ରୋଡ଼
Vyasanagar
ବ୍ୟାସନଗର
୧୫
Balangir
ବଲାଙ୍ଗିର
Bolangir
ବଲାଙ୍ଗୀର
୧୬
Khariar
ଖରିଆର
Khadial
ଖଡ଼ିଆଳ
Rairakhol
ରାଇରାଖୋଲ
Redhakhol
ରେଢ଼ାଖୋଲ 

ନୂଆପଡ଼ା ଏବେ ବି କେନ୍ଦ୍ର ସରକାରଙ୍କ ଖାତାଖତିୟାନରେ Nawapara ହୋଇ ରହିଛି କାରଣ ଭାରତ ସରକାରଙ୍କ ପ୍ରାଦେଶିକ/ ଆଞ୍ଚଳିକ ଅଧିକାରୀମାନଙ୍କ ସହ, ରାଜ୍ୟ ବା ଜିଲ୍ଲାର ପ୍ରାଶାସନିକ ମୁଖ୍ୟ କୌଣସି ପତ୍ରାଳାପ କରି ନାହାନ୍ତି ତେଣୁ ପ୍ରାଶାସନିକ ନିର୍ଦେଶନାମା କେବଳ ରାଜ୍ୟ ରାଜ୍ୟବାସୀଙ୍କୁ ହୋଇଥିବା ବେଳେ ଖାତାଖତିୟାନରେ ବଦଳିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ଥାନୀୟ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଲେଖିବାକୁ ହେବ

01 जुलाई 2016

ପୁଣି ଆରମ୍ଭ କରନ୍ତୁ SMS ସଂପର୍କ


ଏବେ ଦେଖାଯାଉଛି ସ୍ମାର୍ଟଫୋନ‌୍ ବ୍ୟବହାରକାରୀମାନେ WhatsApp ମାୟାରେ ଏତେ ମାତ୍ରାରେ ପଡ଼ି ଯାଇଛନ୍ତି ଯେ ତାରବିହୀନ ଫୋନ୍ ସେବାର ମୌଳିକ SMS ସେବାକୁ ଭୁଲିଯାଇଛନ୍ତି। ଅବଶ୍ୟ ଭୁଲିଯିବା ପାଇଁ ଭାରତ ସରକାର ଏକ ପରିସ୍ଥିତିର ଚାପ ପକାଇଥିଲେ ୨୦୧୨ ମସିହାରେ। ଘଟଣାଟି ହେଉଛି, ଉତ୍ତର-ପୂର୍ବ(North-East) ଭାରତର ଲୋକମାନଙ୍କୁ କିଛି ଉଗ୍ରବାଦୀ ହାଣିପକାଇବେ ବୋଲି ଏକ MMS ବା SMS କେଉଁଠୁ ଆସିଥିଲା ବେଙ୍ଗାଲୁରୁରେ ଥିବା କେହି ଉତ୍ତର-ପୂର୍ବାଞ୍ଚଳର ନାଗରିକଙ୍କ ପାଖକୁ। ତୁଣ୍ଡବାଇଦ ଆକାରେ ଓ ସେହି SMSର ଫରୱାର୍ଡ଼ିଙ୍ଗ ଆକାରେ ତାହା ଏମିତି ବ୍ୟାପିଗଲା ଯେ ଲୋକମାନେ ହଜାର ହଜାର ସଂଖ୍ୟାରେ ନିଜ ଜନ୍ମସ୍ଥାନ ରାଜ୍ୟକୁ ବାହୁଡ଼ିବାରେ ଲାଗିଲେ। ସେଥିରେ ବଂଗ, ବିହାର ଓ ଉତ୍ତରପ୍ରଦେଶର ମଧ୍ୟ ହଜାର ହଜାର ଲୋକ ସାମିଲ ଥିଲେ। ତେଣୁ ଉତ୍ତର-ପୂର୍ବ ରାଜ୍ୟ ସମୂହକୁ ଯାଉଥିବା ରେଳଗାଡ଼ିଗୁଡ଼ିକରେ ଅଭୂତପୂର୍ବ ଭିଡ଼ ହେବାରେ ଲାଗିଲା। କେହି ବୁଝିବା ଅବସ୍ଥାରେ ନଥିଲେ କି କାହାକୁ ବୁଝାଇବା ମଧ୍ୟ ବେଙ୍ଗାଲୁରୁ ପ୍ରଶାସନ ବା କର୍ଣାଟକ ସରକାରଙ୍କର ଔକାତ ବାହାରେ ଥିଲା। ବାଧ୍ୟ ହୋଇ ସରକାର ସ୍ୱତନ୍ତ୍ର ରେଳଗାଡ଼ିର ବ୍ୟବସ୍ଥା କରିଥିଲେ, ଯେପରିକି ଭୟଭୀତ ଲୋକମାନେ ନିଜ ଇଚ୍ଛା ମୁତାବକ ନିଜ ଗାଅାଁକୁ/ ସହରକୁ ବାହୁଡ଼ି ଯାଇପାରିବେ। ସେୟା ହିଁ ହେଲା। କିନ୍ତୁ ଦେଶ ଭିତରେ ଏକ ଅାଶ୍ଚର୍ଯ୍ୟଜନକ ମନୋବୈଜ୍ଞାନିକ ବିପର୍ଯ୍ୟୟ ଦେଖାଦେଲା। ମଣିଷ ମଣିଷ ଭିତରେ ଅବିଶ୍ୱାସ ଓ ଘୃଣାର ବାତାବରଣ ଦେଖାଦେଲା। ଏହାର ଖିଅ ଖୋଜିବାରେ ଦେଶର ତଦନ୍ତକାରୀ ସଂସ୍ଥାମାନେ ନାକେଦମ୍ ହେଲେ। ଶେଷରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ କହିଲା, ସେହି SMS ପାକିସ୍ତାନରୁ ଆସିଥିଲା। ଯାହାକି ଦେଶରେ ଆତଙ୍କ ସୃଷ୍ଟି କରିବାର ଏକ ନୂଅା ତରିକା ଥିଲା। ତେବେ ସେହି ଘଟଣା, ଅାମ ଦେଶର ପ୍ରଯୁକ୍ତିଗତ ନିରାପତ୍ତା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଲା। ଦୂରସଂଚାର ସେବା ଉପରେ ନିୟନ୍ତ୍ରଣ କରୁଥିବା ପ୍ରାଧିକରଣମାନେ ନିଷ୍ପତ୍ତି ନେଲେ ମୋବାଇଲ ଫୋନ‌୍ SMS ସେବାକୁ ୩ ମାସ ପାଇଁ ବନ୍ଦ କରି ଦିଆଯିବ। ସାଧାରଣ ଲୋକେ ଆଉ SMS ବା MMS ପଠାଇ ପାରିବେ ନାହିଁ। ତେଣୁ କେବଳ ମେସିନ୍ ପଠାଉଥିବା SMSଗୁଡ଼ିକ ପାଇଁ ଅନୁମତି ରହିଲା। ଯେମିତିକି ବ୍ୟାଙ୍କ୍, ବୀମା ଓ ଷ୍ଟକ୍ ମାର୍କେଟ‌୍ ଇତ୍ୟାଦି। ମଣିଷମାନେ ନିଜ ମୋବାଇଲରୁ SMS ପଠାଇବାର ମାର୍ଗଗୁଡ଼ିକୁ ପୂରା ବନ୍ଦ କରିଦିଆଗଲା। ଏପରିକି ସେକାଳରେ ୧୫ ଟଙ୍କାରେ ମାସକୁ ୧୫୦୦୦ SMS ପଠାଇବା ସୁବିଧାକୁ ବନ୍ଦ କରାଗଲା। ୩ ମାସ ପରେ ସେହି ସ୍କିମ୍ ର ଆଉ ପୁନଃପ୍ରଚଳନ ତ ହେଲା ନାହିଁ; ବରଂ SMSକୁ ମହଙ୍ଗା କରାଯିବା ସହ SMS ପଠାଇବାର ଦୈନିକ ଓ ମାସିକ ସଂଖ୍ୟାକୁ ଅତି ସଂକୁଚିତ କରାଯାଇଥିଲା। ପରିଣତି ଏପରି ହେଲା ଯେ ମୋବାଇଲଫୋନ୍ ବ୍ୟବହାରକାରୀମାନେ ପାରମ୍ପରିକ SMS ସେବାକୁ ଭୁଲି ସାରିଥିଲେ। ଯାହାର ଛାପ ଏବେ ସୁଦ୍ଧା ଲାଗି ରହିଛି ଏବଂ ସେହି ସ୍ଥାନକୁ ମାଡ଼ି ବସିଛି WhatsApp ଓ ଏହା ଭଳି ଏକାଧିକ SMSing App; କିନ୍ତୁ ସେହି Appଗୁଡ଼ିକ ପାଇଁ ଇଣ୍ଟରନେଟ୍ ସଂଯୋଗ ଜରୁରୀ ହେଉଥିବା ବେଳେ ପାରମ୍ପରିକ SMS ସେବାର ପ୍ରୟୋଗ ପାଇଁ କେବଳ ମାମୁଲି ନେଟୱାର୍କରେ ରହିବା ଜରୁରୀ ହୋଇଥାଏ। 

ଏବେ ୨୦୧୬-୧୭ ବର୍ଷରେ ପୁଣି SMS ସେବାକୁ ଉତ୍ସାହିତ କରାଯାଉଥିଲେ ସୁଦ୍ଧା ସ୍ମାର୍ଟଫୋନର କିମିଆରେ ପଡ଼ିଥିବା କୋଟି କୋଟି ଭାରତୀୟ ଆଉ ପାରମ୍ପରିକ SMSକୁ ମୁହଁ ଫେରାଉ ନାହାନ୍ତି। ଯାହାକି ଭାରତୀୟଙ୍କ ମଧ୍ୟରେ ସାମାଜିକ ସଂପର୍କକୁ ନକାରାତ୍ମକ ଭାବେ ପ୍ରଭାବିତ କରୁଛି। ଲୋକଙ୍କ ପାଖରେ ଅନ୍ୟର ଫୋନ‌୍ କଲ୍ ଗ୍ରହଣ କରିବାକୁ ସମୟ ନଥିବା ବେଳେ ପାରମ୍ପରିକ SMS ସେବା ସେମାନେ ବ୍ୟବହାର କରୁ ନାହାନ୍ତି। ଅଥବା SMS ପ୍ୟାକ୍ ସକ୍ରିୟ ନଥିବା ବେଳେ କୌଣସି SMS ପ୍ରେରଣ ପାଇଁ ମୋବାଇଲ ଫୋନର ମେନ୍ ବାଲାନ୍ସରୁ ଟଙ୍କାଏ ବା ଦେଢ଼ଟଙ୍କା ଖର୍ଚ କରିବାକୁ ଚାହୁ ନାହାନ୍ତି। ସଂପୃକ୍ତ ଦୂରସଂଚାର କମ୍ପାନୀର ବିଭିନ୍ନ ବିଜ୍ଞାପନଭିତ୍ତିକ SMS ଆସୁଥିବାରୁ, ସେହି ଭିଡ଼ ଭିତରେ କେହି ମଣିଷ ପଠାଉଥିବା SMSକୁ ମଧ୍ୟ ଅନେକ ବ୍ୟବହାରକାରୀ ଖୋଲୁ ନାହାନ୍ତି କି ଆଦୌ ପଢୁନାହାନ୍ତି। ଫଳରେ ମୋବାଇଲ ଫୋନର ସାନ୍ଦ୍ରତା ଦେଶରେ ବଢୁଥିଲେ ସୁଦ୍ଧା ମଣିଷ-ମଣିଷ ଭିତରେ ସଂପର୍କ କମିବାରେ ଲାଗିଛି। କାରଣ ବ୍ୟାଙ୍କ୍ ଓ ବୀମା ସଂସ୍ଥା ନାମରେ ଜାଲିଆତି କଲ୍ ଗ୍ରହଣ କରି ଅନେକ ଲୋକ ଅନଲାଇନ୍ ଲୁଟ୍ ର ଶିକାର ହେଉଥିବାରୁ ଅଜଣା ନମ୍ବରରୁ କଲ୍ ଗ୍ରହଣ କରିବାକୁ ଡରି ଗଲେଣି। ଯେଉଁ ମୋବାଇଲ ନମ୍ବର ବା ଫୋନ୍ ନମ୍ବର ନିଜ ହ୍ୟାଣ୍ଡସେଟରେ ସଂଚିତ କରି ନାହାନ୍ତି, ସେଭଳି ନମ୍ବରରୁ ଆସୁଥିବା କଲ୍ କୁ ଦେଖି ଅନେକ ଲୋକ ଆଦୌ ଫୋନ୍ ଉଠାଉନାହାନ୍ତି।

ତେଣୁ SMS ସୁବିଧାର ସୁଯୋଗ ନିଅନ୍ତୁ, ପ୍ରାପକ ଇଣ୍ଟରନେଟ୍ ବ୍ୟବହାର କରୁ ନଥିଲେ ବି SMS ପାଇ ପାରିବେ, ଯଦି ସେ SMS ଖୋଲୁଥିବା ଶିକ୍ଷିତ ଉପଭୋକ୍ତା ହୋଇଥିବେ। କ୍ଷୀଣ ସଂକେତ ସଂପନ୍ନ ନେଟୱାର୍କ ଥିଲେ ବି SMS ଦିଆନିଆ ସମ୍ଭବ। କିନ୍ତୁ ସେତିକି କ୍ଷୀଣ  ସିଗନାଲରେ ହୁଏତ କଥାବାର୍ତା ସମ୍ଭବ ହୋଇନପାରେ। ଅନ୍ୟ ପକ୍ଷରେ ନିର୍ବାକ ଯୋଗାଯୋଗ ପାଇଁ SMS ଉତ୍ତମ। ବିଶେଷତଃ ସଭାରେ ଓ ପ୍ରେକ୍ଷାଳୟରେ ଥିବା ବେଳେ SMS ହିଁ ଯୋଗାଯୋଗର ସ୍ରୋତ ପାଲଟିଯାଏ। ଏବେ ଲକ୍ଷ୍ୟ କରନ୍ତୁ ଓଡ଼ିଶାରେ ସେବା ଯୋଗାଉଥିବା ଦୂରସଂଚାର କମ୍ପାନୀମାନଙ୍କର ମାସିକିଆ SMS ପ୍ୟାକ୍ କିଭଳି ରହିଛି:-


କ୍ରମ
ଦୂରସଂଚାର କମ୍ପାନୀ ନାମ
ରିଚାର୍ଜ ଟଙ୍କା ପରିମାଣ
SMS ପଠାଇପାରିବେ (local/national)
ପ୍ୟାକ୍ ଅବଧି
ରିଚାର୍ଜ ବିକଳ୍ପ (ମେନ୍ ବାଲାନ୍ସରୁ କଟିବ)
BSNL
31
385
30 ଦିନ
X

BSNL
52
860
30 ଦିନ
X

BSNL
83
1650
30 ଦିନ
X
Airtel
39
500
28 ଦିନ
X
Vodafone
38
500
28 ଦିନ
*444*38# କଲ୍...
Reliance
39
500
28 ଦିନ
X
Aircel
35
900
28 ଦିନ
*121*35# କଲ୍...

Aircel
48
1250
28 ଦିନ
*121*48# କଲ୍...
TATA GSM
36
900
28 ଦିନ
X
Idea
33
450
28 ଦିନ
*369*33# କଲ୍...

Idea
9
@10ପ./sms ଯେତେ
28 ଦିନ
*369*09# କଲ୍...