ବ୍ରିଟିଶ ଶାସନ ଅଧୀନରୁ ସ୍ୱାଧୀନତା ପାଇବା ପରେ ଭାରତର ଅନେକ ସ୍ଥାନର ଇଂଲିଶିଆ
(Anglicised) ନାମଗୁଡ଼ିକ ବଦଳାଯାଇ ତହିଁରେ ଭାରତୀୟତା ଭରି ଦିଆଯାଇଛି। ମହାନଗରୀଗୁଡ଼ିକରେ
ବିଭିନ୍ନ ଇଂଲିଶ ଚାକିରିଆ ବା ଲାଟସାହାବମାନଙ୍କ ନାମାନୁସାରେ ହୋଇଥିବା ସଡ଼କ, ଗଳି, ଛକ,
ରାସ୍ତା ଇତ୍ୟାଦିର ନାମକୁ କ୍ରମାଗତ ଭାବରେ ବଦଳାଯାଇ ଭାରତୀୟ ମହାପୁରୁଷ ବା ବ୍ୟକ୍ତିତ୍ୱମାନଙ୍କ
ନାମରେ କରାଯାଉଛି। ସେହି ପ୍ରକ୍ରିୟା ଏବେ ବି ସରି ନାହିଁ। ତେବେ ଯେତିକି ନାମ ବଦଳାଯାଇଛି,
ତାହାକୁ ମଧ୍ୟ ସ୍ୱାଧୀନ ଦେଶର ନାଗରିକମାନେ ବ୍ୟବହାର ନକରି ପୁରୁଣାକାଳିଆ ଇଂଲିଶିଆ ନାମକୁ
ବ୍ୟବହାର କରି ନିଜର ଗୋଲାମୀ ପ୍ରବୃତ୍ତିକୁ ଦେଖାଇ ଚାଲିଛନ୍ତି। ଦେଶର ଯେଉଁ ପ୍ରମୁଖ
ସ୍ଥାନଗୁଡ଼ିକର ନାମ ବଦଳାଯାଇଛି, ତାହାର ଏକ ତାଲିକା ତଳେ ଦିଆଗଲା:
କ୍ରମ
|
କ’ଣ ଥିଲା
(in English)
|
କ’ଣ ଥିଲା
(ଓଡ଼ିଆରେ)
|
କ’ଣ ହେଲା
(in English)
|
କ’ଣ ହେଲା
(ଓଡ଼ିଆରେ)
|
କେବେ ହେଲା
|
୧
|
Trichinapoly
|
ତ୍ରିଚିନ୍ନାପଲୀ
|
Tiruchirapalli
|
ତିରୁଚିରାପଲ୍ଲୀ
|
1971
|
୨
|
Baroda
|
ବରୋଦା
|
Vadodara
|
ବଡ଼ୋଦରା
|
1974
|
୩
|
Trivandrum
|
ତ୍ରିଭାନ୍ଦ୍ରମ୍
|
Thiruvananthapuram
|
ତିରୁଅନନ୍ତପୁରମ୍
|
1991
|
୪
|
Bombay
|
ବମ୍ବେ
|
Mumbai
|
ମୁମ୍ବାଇ
|
1996
|
୫
|
Madras
|
ମାଡ଼୍ରାସ୍
|
Chennai
|
ଚେନ୍ନାଇ
|
1996
|
୬
|
Cochin
|
କୋଚିନ୍
|
Kochi
|
କୋଚି
|
1996
|
୭
|
Calcutta
|
କାଲକାଟା, କଲିକତା,
କଲ୍କତ୍ତା (ହିନ୍ଦୀରେ)
|
Kolkata
|
କୋଲ୍କାତା
|
2001
|
୮
|
Pondicherry
|
ପଣ୍ଡିଚେରୀ
|
Puducherry
|
ପୁଡୁଚେରୀ
|
2006
|
୯
|
Cawnpore
|
କ’ନପୋର୍
|
Kanpur
|
କାନପୁର
|
1947
|
୧୦
|
Belgaum
|
ବେଲଗାଓଁ
|
Belagavi
|
ବେଲାଗାୱି
|
2014
|
୧୧
|
Indhur
|
ଇନ୍ଧୁର
|
Indore
|
ଇନ୍ଦୋର
|
1947
|
୧୨
|
Panjim
|
ପାଞ୍ଜିମ୍
|
Panaji
|
ପାଣାଜୀ
|
1960
|
୧୩
|
Poona
|
ପୁନା
|
Pune
|
ପୁଣେ
|
1977
|
୧୪
|
Simla
|
ସିମ୍ଲା
|
Shimla
|
ଶିମ୍ଲା
|
1950
|
୧୫
|
Benares
|
ବନାରସ୍, କାଶୀ
|
Varanasi
|
ବାରାଣାସୀ
|
1956
|
୧୬
|
Waltair
|
ୱାଲଟିୟର୍
|
Visakhapatnam
|
ବିଶାଖାପଟନମ୍
|
1987
|
୧୭
|
Tanjore
|
ତାଞ୍ଜୋର
|
Thanjavur
|
ତାଞ୍ଜାଭୁର
|
1948
|
୧୮
|
Jubbulpore
|
ଜବ୍ବଲପୋର
|
Jabalpur
|
ଜବଲପୁର
|
1956
|
୧୯
|
Ootacamund
|
ଉତ୍କାମଣ୍ଡ୍
|
Udhagamandalam
|
ଉଦ୍ଗାମଣ୍ଡଳମ୍
|
1950
|
୨୦
|
Calicut
|
କାଲିକଟ୍
|
Kozhikode
|
କୋଝିକୋଡ଼୍
|
1949
|
୨୧
|
Gauhati
|
ଗୌହାଟୀ
|
Guwahati
|
ଗୁଆହାଟୀ
|
1980
|
୨୨
|
Allepey
|
ଆଲେପି
|
Alappuzha
|
ଅଲାପୁଝା
|
1957
|
୨୩
|
Mysore
|
ମୈସୋର୍
|
Mysuru
|
ମୈସୁରୁ
|
2014
|
୨୪
|
Mangalore
|
ମାଙ୍ଗାଲୋର୍
|
Mangaluru
|
ମାଙ୍ଗାଲୁରୁ
|
2014
|
୨୫
|
Bangalore
|
ବାଙ୍ଗାଲୋର
|
Bengaluru
|
ବେଙ୍ଗାଲୁରୁ
|
2014
|
୨୬
|
Gurgaon
|
ଗୁର୍ଗାଓଁ
|
Gurugram
|
ଗୁରୁଗ୍ରାମ
|
2016
|
ନାମ
ପରିବର୍ତନ କ୍ଷେତ୍ରରେ ମଧ୍ୟ ଦେଶର ସଚେତନ, ଶିକ୍ଷିତ ଓ ଅଗ୍ରଣୀ ରାଜ୍ୟ କେରଳ ବେଶ୍ ଆଗରେ। ଉପର
ତାଲିକାରେ କିଛି ନାମ ରହିଥିବା ବେଳେ, ଅଳ୍ପ ପରିଚିତ ଆଉ କିଛି ସ୍ଥାନର ପରିବର୍ତିତ ପ୍ରତିରୂପ ତଳ
ତାଲିକାରେ ଦିଆଗଲା:
କ୍ରମ
|
ଇଂଲିଶିଆ ସ୍ଥାନ ନାମ
|
ଓଡ଼ିଆରେ ସେହି ନାମ
|
ପରିବର୍ତିତ ନାମ
|
ଓଡ଼ିଆରେ ନୂଆ ନାମ
|
୧
|
Trichur
|
ତ୍ରିଚୁର
|
Thrissur
|
ତ୍ରିଶୁର
|
୨
|
Quilon
|
କୁଇଲନ୍
|
Kollam
|
କୋଲ୍ଲମ୍
|
୩
|
Palghat
|
ପାଲଘାଟ୍
|
Palakkad
|
ପଲକ୍କଡ଼୍
|
୪
|
Cranganore
|
କ୍ରାଙ୍ଗାନୋର୍
|
Kodungallur
|
କୋଡ଼ୁଙ୍ଗାଲୁର
|
୫
|
Tellichery
|
ତେଲିଚେରୀ
|
Thalasseri
|
ଥଲସେରି
|
୬
|
Cannanore
|
କୁନ୍ନାନୋର
|
Kannur
|
କନ୍ନୁର
|
୭
|
Diamper
|
ଡାୟାମ୍ପର
|
Udayamperoor
|
ଉଦୟମପେରୁର୍
|
୮
|
Sherthalai
|
ସେରତଲାଇ
|
Cherthala
|
ଚେରଥଲା
|
୯
|
Quilandy
|
କୁଇଲାଣ୍ଡି
|
Koilandi
|
କୋଇଲଣ୍ଡି
|
୧୦
|
Changanacherry
|
ଚଙ୍ଗନାଚେରୀ
|
Changanassery
|
ଚଙ୍ଗନାସେରୀ
|
୧୧
|
Sultan`s Battery
|
Sulthanbatheri
|
ସୁଲତାନବଥେରି
|
ଏହି କ୍ରମରେ ଓଡ଼ିଶାର ନାମ Orissa(ଓରିଶା) ରୁ ଓଡ଼ିଶା (Odisha) ଏବଂ ‘ଓଡ଼ିଆ’ ଶବ୍ଦଟି
Oriya(ଓରିୟା)ରୁ ଓଡ଼ିଆ (Odia) ହେଲା ସାଂବିଧାନିକ ସଂଶୋଧନ ବଳରେ ୨୦୧୧ ନଭେମ୍ବରରେ। ଚାହୁଁଚାହୁଁ ସାଢେ
ଚାରି ବର୍ଷ ହୋଇଗଲାଣି। ହେଲେ ଏବେ ବି ସରକାରୀ ୱେବ୍ସାଇଟ୍ରେ Orissa ଓ Oriya ଦେଖିବାକୁ
ମିଳୁଛି। ତେବେ ଓଡ଼ିଶାର ସ୍ଥାନର ନାମ ବଦଳାଇବା ପାଇଁ କେବଳ ପ୍ରାଶାସନିକ ନିର୍ଦେଶନାମା ଯଥେଷ୍ଟ।
ଏଥିପାଇଁ ସମ୍ବିଧାନ ସଂଶୋଧନ ଅନାବଶ୍ୟକ। ତେବେ ସେହି ପ୍ରାଶାସନିକ ନିର୍ଦେଶନାମା, ଗେଜେଟ୍
(ରାଜପତ୍ର) ବିଜ୍ଞପ୍ତି ରୂପେ ପ୍ରକାଶ ପାଇଲେ ଉତ୍ତମ। ଓଡ଼ିଶାର ବରହମପୁର ବା ବ୍ରହ୍ମପୁର ସହରରେ ଥିବା ରେଳଷ୍ଟେସନର ନାମକୁ ଭାରତୀୟ ରେଳବାଇ
Brahmapur (ବ୍ରହ୍ମପୁର) ନାମରେ ଲେଖୁଥିବା ବେଳ ରାଜ୍ୟ ସରକାରଙ୍କର ଚେତା ପଶୁନାହିଁ, ସେହି ବନାନକୁ ସ୍ଥାୟୀ ଭାବରେ ଗ୍ରହଣ କରିବା ପାଇଁ। ଅବଶ୍ୟ ପଶ୍ଚିମବଂଗର Behrampur ଠାରୁ ଫରକ ଦର୍ଶାଇବା ପାଇଁ ଭାରତୀୟ ରେଳବାଇର ଏହା ଏକ ଫିକର। ତଥାପି ଏହା ଯୁକ୍ତିସମ୍ମତ ହୋଇଥିବାରୁ, ବିନା ବିତର୍କରେ ରାଜ୍ୟ ପ୍ରଶାସନ, ନାମ ସଂଶୋଧନକୁ ଗୋଟିଏ ନିର୍ଦେଶନାମା ବଳରେ ସାକାର କରୁ।
Brahmapur (ବ୍ରହ୍ମପୁର) ନାମରେ ଲେଖୁଥିବା ବେଳ ରାଜ୍ୟ ସରକାରଙ୍କର ଚେତା ପଶୁନାହିଁ, ସେହି ବନାନକୁ ସ୍ଥାୟୀ ଭାବରେ ଗ୍ରହଣ କରିବା ପାଇଁ। ଅବଶ୍ୟ ପଶ୍ଚିମବଂଗର Behrampur ଠାରୁ ଫରକ ଦର୍ଶାଇବା ପାଇଁ ଭାରତୀୟ ରେଳବାଇର ଏହା ଏକ ଫିକର। ତଥାପି ଏହା ଯୁକ୍ତିସମ୍ମତ ହୋଇଥିବାରୁ, ବିନା ବିତର୍କରେ ରାଜ୍ୟ ପ୍ରଶାସନ, ନାମ ସଂଶୋଧନକୁ ଗୋଟିଏ ନିର୍ଦେଶନାମା ବଳରେ ସାକାର କରୁ।
୧୯୯୨ ମସିହାରେ ଜିଲ୍ଲା ପୁନର୍ଗଠନ ପରେ ଦୁଇଟି ନୂଆ ଜିଲ୍ଲା ନୂଆପଡ଼ା ଓ ନବରଙ୍ଗପୁର,
ସେମାନଙ୍କର anglicised ନାମକୁ ଫିଙ୍ଗି ସାରିଥିବା ବେଳେ କଟକ, ବାଲେଶ୍ୱର, ଖୋର୍ଧା,
କେନ୍ଦୁଝର ଏବେ ବି ସେହି ଇଂଲିଶିଆ ବିକୃତନାମକୁ ଜାବୋଡ଼ି ରଖିଛନ୍ତି। Nawaparaରୁ
Nuapada(ନୂଆପଡ଼ା), Nowrangpur ବା Nawarangpurରୁ Nabarangpur (ନବରଙ୍ଗପୁର)
ହୋଇସାରିଛି। ଏପରିକି Sundergarh ମଧ୍ୟ ନିଜକୁ Sundargarh (ସୁନ୍ଦରଗଡ଼) କରିସାରିଥିବା ବେଳେ
ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ପ୍ରାଚୀନ ସହରଗୁଡ଼ିକ ଯଥା:- Cuttack, Berhampur,
Balasore, Jeypore ଆଦି anglicised ନାମକୁ ଆଜି ସୁଦ୍ଧା ଧରି ରଖିବା ଏକ ଲଜ୍ଜାକର ପ୍ରସଙ୍ଗ।
ଏହା ପ୍ରାଶାସନିକ ବା ବ୍ୟବସ୍ଥାପିକା ସ୍ତରରେ କାହାରି ମୁଣ୍ଡକୁ ଢୁକୁ ନାହିଁ! ଦୁଃଖର କଥା ଯେ
ଦୂରଦୃଷ୍ଟି ସମ୍ପନ୍ନ କେରଳୀ ପ୍ରାଶାସନିକ ଅଧିକାରୀ କେହି ଜଣେ ବି ଓଡ଼ିଶାରେ ନାହାନ୍ତି।
ତଥାପି ଶିକ୍ଷିତ ଓଡ଼ିଶା ନାଗରିକେ ସାମୂହିକ ଇଚ୍ଛାଶକ୍ତି ପ୍ରୟୋଗ କଲେ, ସଂସ୍କାର ସମ୍ଭବ ହୋଇପାରିବ।
ନୂଆପଡ଼ା ଏବେ ବି କେନ୍ଦ୍ର ସରକାରଙ୍କ ଖାତାଖତିୟାନରେ Nawapara ହୋଇ ରହିଛି। କାରଣ ଭାରତ ସରକାରଙ୍କ ପ୍ରାଦେଶିକ/ ଆଞ୍ଚଳିକ ଅଧିକାରୀମାନଙ୍କ ସହ, ରାଜ୍ୟ ବା ଜିଲ୍ଲାର ପ୍ରାଶାସନିକ ମୁଖ୍ୟ କୌଣସି ପତ୍ରାଳାପ କରି ନାହାନ୍ତି। ତେଣୁ ପ୍ରାଶାସନିକ ନିର୍ଦେଶନାମା କେବଳ ରାଜ୍ୟ ଓ ରାଜ୍ୟବାସୀଙ୍କୁ ହୋଇଥିବା ବେଳେ ଖାତାଖତିୟାନରେ ବଦଳିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ଥାନୀୟ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଲେଖିବାକୁ ହେବ।
କ୍ରମ
|
କ’ଣ ଅଛି ଇଂଲିଶରେ ସ୍ଥାନର ନାମ
|
ଠିକ୍ ପଢ଼ିଲେ କେମିତି (ଓଡ଼ିଆରେ)
|
କ’ଣ ହେବା କଥା ଇଂଲିଶରେ
|
ଓଡ଼ିଆରେ ସ୍ଥାନର ନାମ
|
୧
|
Cuttack
|
ସୁତ୍ତାକ୍
|
Katak
|
କଟକ
|
୨
|
Balasore
|
ବାଲାସୋର୍
|
Baleshwar
|
ବାଲେଶ୍ୱର
|
୩
|
Berhampur
|
ବରହମପୁର
|
Brahmapur
|
ବ୍ରହ୍ମପୁର
|
୪
|
Bissam
Cuttack
|
ବିଷମକଟକ
|
Bhishma
Katak
|
ଭୀଷ୍ମକଟକ
|
୫
|
Khurda
|
ଖୁର୍ଦା
|
Khordha
|
ଖୋରଧା
|
୬
|
Keonjhar
|
କେଉଁଝର
|
Kendujhar
|
କେନ୍ଦୁଝର
|
୭
|
Kendrapara
|
କେନ୍ଦ୍ରାପରା
|
Kendrapada
|
କେନ୍ଦ୍ରାପଡ଼ା
|
୮
|
Salipur
|
ସାଲିପୁର
|
Salepur
|
ସାଲେପୁର
|
୯
|
Tyendakura
|
ତ୍ୟେଣ୍ଡାକୁରା
|
Tendakuda
|
ତେଣ୍ଡାକୁଡ଼ା
|
୧୦
|
Bondamunda
|
ବଣ୍ଡମୁଣ୍ଡା
|
Bondhamunda
|
ବନ୍ଧମୁଣ୍ଡା
|
୧୧
|
Jeypore
|
ଜେଏପୋର୍
|
Jayapur
|
ଜୟପୁର
|
୧୨
|
Hinjilicut
|
ହିଂଜିଳିକଟ୍
|
Hinjilikatu
|
ହିଂଜିଳିକାଟୁ
|
୧୩
|
Chatrapur
|
ଚତ୍ରପୁର
|
Chhatrapur
|
ଛତ୍ରପୁର
|
୧୪
|
Jajapur
Road
|
ଯାଜପୁର
ରୋଡ଼
|
Vyasanagar
|
ବ୍ୟାସନଗର
|
୧୫
|
Balangir
|
ବଲାଙ୍ଗିର
|
Bolangir
|
ବଲାଙ୍ଗୀର
|
୧୬
|
Khariar
|
ଖରିଆର
|
Khadial
|
ଖଡ଼ିଆଳ
|
୧୭
|
Rairakhol
|
ରାଇରାଖୋଲ
|
Redhakhol
|
ରେଢ଼ାଖୋଲ
|
ନୂଆପଡ଼ା ଏବେ ବି କେନ୍ଦ୍ର ସରକାରଙ୍କ ଖାତାଖତିୟାନରେ Nawapara ହୋଇ ରହିଛି। କାରଣ ଭାରତ ସରକାରଙ୍କ ପ୍ରାଦେଶିକ/ ଆଞ୍ଚଳିକ ଅଧିକାରୀମାନଙ୍କ ସହ, ରାଜ୍ୟ ବା ଜିଲ୍ଲାର ପ୍ରାଶାସନିକ ମୁଖ୍ୟ କୌଣସି ପତ୍ରାଳାପ କରି ନାହାନ୍ତି। ତେଣୁ ପ୍ରାଶାସନିକ ନିର୍ଦେଶନାମା କେବଳ ରାଜ୍ୟ ଓ ରାଜ୍ୟବାସୀଙ୍କୁ ହୋଇଥିବା ବେଳେ ଖାତାଖତିୟାନରେ ବଦଳିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ଥାନୀୟ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଲେଖିବାକୁ ହେବ।
कोई टिप्पणी नहीं:
एक टिप्पणी भेजें