୨୦୧୫ ଅଗଷ୍ଟ ୪ ତାରିଖ ମଙ୍ଗଳବାର ଥିଲା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ। ସେଇ ଦିନ ସକାଳ ୧୦ଟାରେ ପ୍ରମେୟ ନ୍ୟୁଜ୍ ସେଭେନ୍ ଟିଭି ଚ୍ୟାନେଲରେ ଶ୍ରୀମଦ୍ ସାରଥୀ ଦେବଙ୍କ ଅପକର୍ମର ପ୍ରଚାର ଆରମ୍ଭ ହେଲା। ପରେ ଅନ୍ୟ ଚ୍ୟାନେଲ୍ ମଧ୍ୟ ଏହାକୁ ଜୋର୍ ଦେଲେ। ମୁଖ୍ୟତଃ ଜୀ କଳିଙ୍ଗ ଓ କନକ ଟିଭି ମଧ୍ୟ ସେହି ଖବରକୁ ଭିନ୍ନ ଶୈଳୀରେ ପ୍ରଚାର ଆରମ୍ଭ କଲେ। ଶେଷରେ ଓଡ଼ିଶା ସରକାରଙ୍କ ଆଦେଶ କ୍ରମେ ୭ ତାରିଖ ବିଳମ୍ବିତ ସଂଧ୍ୟାରେ ଓଡ଼ିଶା ପୁଲିସ୍ର କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ତନାଘନା ତଦନ୍ତ ଓ ପଚାରାଉଚରା ଆରମ୍ଭ ହେଲା। ୮ ତାରିଖରେ ତାଙ୍କୁ ଅଧିକ ଜେରା କରିବାକୁ କ୍ରାଇମ୍ବ୍ରାଞ୍ଚ, କଟକକୁ ଆଣି ସେଇଠି ଜେରା କରିବା ପରେ ଗିରଫ କରି ଶେଷରେ ଚୌଦ୍ଵାର କେନ୍ଦ୍ରୀୟ କାରାଗାରରେ ନିକ୍ଷେପ କଲା। ତୁହାକୁ ତୁହା ଜେରା ମଧ୍ୟ ଚଳାଇଛି କ୍ରାଇମ୍ବ୍ରାଞ୍ଚ୍। ଆଉ ସାରଥୀ ଦେବ ଓରଫ ସନ୍ତୋଷ ରାଉଳଙ୍କର ବିଭିନ୍ନ କେଳେଙ୍କାରୀର ଖୁଲାସା ହେବାରେ ଲାଗିଛି।
ସବୁଠୁ ବଡ଼ କଥା ହେଉଛି ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ। ରାଜ୍ୟର ସର୍ବାଧିକ ନିନ୍ଦିତ IPS ଅଧିକାରୀ ସତୀଶ ଗଜଭିୟେଙ୍କୁ ଶେଷରେ କେନ୍ଦ୍ରାପଡ଼ାର ଆରକ୍ଷୀ ଅଧୀକ୍ଷକ ପଦରୁ ବଦଳି କରାଯାଇ ତୁରନ୍ତ ଜଣେ ନିଷ୍କଳଙ୍କ ଓ ଲୋକପ୍ରିୟ IPS ଅଧିକାରୀ ନିତିନଜିତ୍ ସିଂହଙ୍କୁ ଅବସ୍ଥାପିତ କରାଯାଇଛି। ବୋଧହୁଏ ୟାଙ୍କୁ ୨ ବର୍ଷ ପାଇଁ କେବେହେଲେ ସରକାର ରଖିବେ ନାହିଁ। କାରଣ ଲୋକ ଭଲପାଉଥିବା ଅଧିକାରୀଙ୍କୁ ପ୍ରଶାସନ ବାରମ୍ବାର ଏପଟସେପଟ କରିବାକୁ ଚାହିଥାଏ। ଯଦି ଶ୍ରୀ ସିଂହ ସେଠାରେ ୨ ବର୍ଷ ରହନ୍ତି, ତେବେ ଶାନ୍ତିରକ୍ଷାରେ ପୁଲିସ୍ର ଭୂମିକା କ’ଣ, ତାହା ସାରା ଓଡ଼ିଶା ଶିଖି ପାରିବ।
ଏଠାରେ ଆମ୍ଭେ କହିବାକୁ ଚାହୁ ଯେ ଶ୍ରୀ ସିଂହ ଯୋଗ ଦେବାର ୪ ଦିନ ପରେ ଭୁବନେଶ୍ଵରରେ ବ୍ୟାଙ୍କ୍ ଲୁଟେରାଙ୍କୁ ଧରିଥିଲେ। କିନ୍ତୁ ଶ୍ରୀ ଗଜଭିୟେ ଓଡ଼ିଶାରେ କୌଣସି ଲୁଟେରାଙ୍କୁ ଧରିବାର ରେକର୍ଡ଼ ନାହିଁ। ଢେଙ୍କାନାଳର SP ଥିବା ବେଳେ ତାଙ୍କର କଳଙ୍କିତ କାର୍ଯ୍ୟକଳାପ ବିଷୟରେ ନକହିବା ଭଲ। ପ୍ରତ୍ୟେକ ମାମଲାରେ ଡିଲ୍ କରିବା ଏବଂ ଅଭିଯୁକ୍ତ/ଅପରାଧୀଙ୍କୁ ନଧରିବା ହେଉଛି ଗଜଭିୟେଙ୍କ ଏକ ପୁରୁଣା ରୋଗ। କେନ୍ଦ୍ରାପଡ଼ା ସାରଥୀ ମାମଲାରେ ବି ସେ ସଂପୃକ୍ତ। ତାଙ୍କ ପତ୍ନୀ ମଧ୍ୟ ସାରଥୀଙ୍କ ଭକ୍ତ ବନି ବିପୁଳ ସମ୍ପତ୍ତି ହାସଲ କରି ପାରିଛନ୍ତି।ମେଧାବୀମାନେ ହିଁ ଆଇପିଏସ୍ ହୁଅନ୍ତି। କହିବା, ଲେଖିବାରେ ମାହିର ହୋଇଥିବାରୁ ହୁଏତ କେନ୍ଦ୍ରାପଡ଼ା ମାମଲାରୁ ଖସିଯିବେ। କିନ୍ତୁ ପୂର୍ବ ମାମଲାଗୁଡ଼ିକର କଳଙ୍କକୁ କେମିତି ଲିଭାଇବେ? ତେଣୁ ଗଜଭିୟେ ଭଳି ଜଣେ ଅମଣିଷଙ୍କୁ ଆମ୍ଭ ମତରେ ଓଡ଼ିଶାରୁ ବିଦାୟ କରିବା ସବୁଠୁ ଶାଳୀନ ପଦକ୍ଷେପ ହେବ।
ଅସଲ କଥା ହେଲା କେନ୍ଦ୍ରାପଡ଼ାରେ ଏଭଳି ଘଟଣା କାହିଁକି ଘଟି ଚାଲିଛି ? କିଛି ବର୍ଷ ତଳେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ମୋଟରବାଇକ୍ରେ ଓ କାର୍ରେ ଲିଫ୍ଟ ଦେଇ ଶେଷରେ ଯୌନଶୋଷଣ ଭଳି ପରମ୍ପରା ବହୁବର୍ଷ ଧରି ଚାଲିବା ପରେ ଧରାପଡ଼ିଥିଲା। ଧର୍ମାନ୍ଧତାର ସୁଯୋଗ ଉଣ୍ଡି ଜଣେ ପ୍ରାଥମିକ ଶିକ୍ଷକ ଗୋଜବାୟାଣୀ ନାମ୍ନୀ ଠାକୁରାଣୀଙ୍କ ପରିକଳ୍ପନା କରି ମଧ୍ୟ ଏକାଧିକ କାଣ୍ଡ ଘଟାଇଛନ୍ତି। ଭଜନ କ୍ୟାସେଟ୍ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ପର୍ଯ୍ୟନ୍ତ ଅନେକ ସୂତ୍ରରେ ବିଜ୍ଞାପିତ କରି ହଜାରହଜାର ଧର୍ମାନ୍ଧଙ୍କୁ ବୋକା ବନାଯାଇଥିଲା। ଟେଣ୍ଡରଫିକ୍ସିଂ ଓ ତହିଁରୁ ଉନ୍ମେଷ ଲାଭ କରିଥିବା ଗ୍ୟାଙ୍ଗ୍ଷ୍ଟର୍ ଓ ଗ୍ୟାଙ୍ଗ୍ ୱାର ପାଇଁ ମଧ୍ୟ କେନ୍ଦ୍ରାପଡ଼ା ଅଗ୍ରଗଣ୍ୟ। ଏସବୁ କ’ଣ ସ୍ଥାନୀୟ ଲୋକଙ୍କ ଫାଇଦାବାଦୀ ମନୋଭାବର ପ୍ରତିଫଳ କି ଅର୍ଥଲୋଭର ପରିଣତି? କାହା ପାଖରେ ଏହାର ଉତ୍ତର ଅଛି?
ହୁଏତ ଖୁବ୍ କମ୍ସଂଖ୍ୟକ ତଥ୍ୟାଭିଜ୍ଞ ମନେ ରଖିଥିବେ ଯେ ଗତ ଶତାବ୍ଦୀର ୭୦ ଦଶକରୁ ଜୋର୍ ଧରିଥିବା ଯୌତୁକଜଡ଼ିତ ବଧୂହତ୍ୟାର ଉନ୍ମେଷସ୍ଥଳ ମଧ୍ୟ କେନ୍ଦ୍ରାପଡ଼ା। ସେତେବେଳେ ଯଦିଓ ଏକ ଜିଲ୍ଲାର ପରିଚୟ ପାଇ ନଥିଲା; କିନ୍ତୁ ସେଠାକାର ଧମାଧମ୍ ଅଘଟଣକୁ ‘ପ୍ରଜାତନ୍ତ୍ର’ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରୁଥିଲା। ଏବେ ଗଣମାଧ୍ୟମ ବେଶ୍ ଶକ୍ତିଶାଳୀ ହେଲାଣି। ହେଲେ ସେମାନଙ୍କର ଗବେଷଣା ବିଭାଗ ଦୁର୍ବଳ ଥିବାରୁ ବୋଧହୁଏ ଐତିହାସିକ ପୃଷ୍ଠଭୂମିକୁ ଉପସ୍ଥାପନ କରିବା ବିଳମ୍ବିତ ହେଉଛି!

bimal.odisha@yahoo.in
कोई टिप्पणी नहीं:
एक टिप्पणी भेजें