ଅନେକ ଦିନ ତଳର କଥା। ସେ ବର୍ଷ ୨୬ ଜାନୁଆରି ଗଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନିର୍ମାଣର ଦାୟିତ୍ଵ ନେଇ ମୁଁ ଦିଲ୍ଲୀ ଯାଇଥାଏ। ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ଥିଲା ‘ବୋଇତ ବନ୍ଦାଣ’। ଗଣତନ୍ତ୍ର ଦିବସର କାର୍ଯ୍ୟକ୍ରମ ସରିଲା ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ପ୍ରତ୍ୟେକ ରାଜ୍ୟର ପ୍ରଜ୍ଞାପନ ମେଢ଼ର କଳାକାରମାନଙ୍କୁ କ୍ରମାନ୍ଵୟରେ ଗୋଟିଏ ଗୋଟିଏ ସକାଳେ ଚା’ପାନର ନିମନ୍ତ୍ରଣ କରିଥାଆନ୍ତି। ଆମ ‘ବୋଇତ ବନ୍ଦାଣ’ କଳାକାରମାନଙ୍କ ଭିତରେ ଥାଆନ୍ତି ଆଜିର ବିଖ୍ୟାତ ଚଳଚ୍ଚିତ୍ର ଓ ଟେଲିଭିଜନ ଅଭିନେତା ଅଶ୍ରୁମୋଚନ ମହାନ୍ତି, ନାଟ୍ୟ ନିର୍ଦେଶକ ସନ୍ତୋଷ ମହାନ୍ତି ଓ ସାଧନା ଦାସ (ପରିଜା) ଓରଫ ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ଅଭିନେତ୍ରୀ ‘ରୁନୁ’। ଆଜି ରୁନୁ ନାହିଁ। ହେଲେ ତା’ର ଅନେକ ସ୍ମୃତି ମୋ’ ପାଖରେ ରହିଯାଇଛି।
ସେଦିନ ରୁନୁ ରାଷ୍ଟ୍ରପତି ନିବାସରେ ଚା’ଭୋଜି ଅବସରରେ, ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ଗଳାରେ ଫୁଲମାଳ ପିନ୍ଧେଇ ଦେଇଥିଲା। ଆଉ ରାଷ୍ଟ୍ରପତି ସେଇ ମାଳ ନିଜ ଗଳାରୁ କାଢ଼ି ରୁନୁକୁ ପିନ୍ଧେଇ ଦେଇଥିଲେ। ବାସ୍ ତା’ପରେ ଆମେ ରୁନୁକୁ ଚିଡ଼େଇଲୁ, ‘‘ଯା’ ଏବେ କ’ଣ ହେବ ରୁନୁ! ରାଷ୍ଟ୍ରପତିଙ୍କ ସାଙ୍ଗରେ ତ ତୋ ବାହାଘର ହୋଇଗଲା। ତତେ ଆମେ ଏଇଠି ଛାଡ଼ି ଦେଇଯିବୁ।’’ ରୁନୁ ସେଥିରେ ଚିଡି ଯାଇଥିଲା। ସେସମୟର କଥା ମନେ ପକାଇବା ପାଇଁ ଏସବୁ ଲେଖିଲି।
ପ୍ରତ୍ୟେକ ରାଜ୍ୟର ପ୍ରଜ୍ଞାପନ ମେଢ଼ମାନ ତିଆରି ହୋଇଥିଲା ଦିଲ୍ଲୀର ରବୀନ୍ଦ୍ର ରଙ୍ଗଶାଳାର ବିରାଟ ଚୌହଦୀ ଭିତରେ। ପ୍ରଜ୍ଞାପନ ମେଢ଼ର କାରିଗର ଓ କଳାକାର ଏବଂ ବିଭିନ୍ନ ପ୍ରଦେଶର ସରକାରୀ ଅଧିକାରୀଙ୍କ ରହଣି ପାଇଁ ତମ୍ବୁମାନ ଟଣା ହୋଇଥିଲା। ତାହାରି ଭିତରେ ଥିଲଏା ଅସ୍ଥାୟୀ ଡାକ୍ତରଖାନା, ଡାକଘର, ବ୍ୟାଙ୍କ୍, ରେଳବାଇ ଟିକେଟ୍ କାଉଁଟର, କ୍ୟାଣ୍ଟିନ୍। ମାଗଣା କ୍ୟାଣ୍ଟିନ୍, ନିଃଶୁଳ୍କ ମିଲିଟାରୀ ଷ୍ଟେସନାରୀ ଦୋକାନ। ଏହା ସହ ସେଇ ତମ୍ବୁରେ ତିଆରି ଏକ ବିଶାଳ ମନୋରଂଜନ କକ୍ଷ। ଯେଉଁଠି ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଦଳ ଓ ପ୍ରଜ୍ଞାପନ ମେଢ଼ର କଳାକାରମାନେ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରିଥାଆନ୍ତି।
ପ୍ରଜ୍ଞାପନ ମେଢ଼ ତିଆରିର ମାସକ ପୂର୍ବରୁ ଆରମ୍ଭ ହୋଇଯାଇଥିଲେ ବି କଳାକାରମାନେ ସରକାରୀ ଅତିଥି ଭାବେ ସେଠି ପହଞ୍ଚନ୍ତି ମେଢ଼ ବାହାରିବାର ଦଶ ପନ୍ଦର ଦିନ ଆଗରୁ। ଆଉ ସେମାନେ ସେଠି ପହଞ୍ଚିବା ପରେ ସକାଳେ ରିହରସାଲ ଚାଲେ ସେଠାର ଖୋଲା ପଡ଼ିଆରେ। ଆଉ ସଂଧ୍ୟାରେ ଉପଭୋଗ କରୁ ସେଇ ମନୋରଂଜନ କକ୍ଷରେ ସାଂସ୍କୃତିକ କାର୍ଯ୍ୟକ୍ରମ। ସେ ବର୍ଷ ଆମ କଳାକାରମାନେ ମଧ୍ୟ ସେମିତି ରିହରସାଲ ପରେ ସଂଧ୍ୟାରେ ପ୍ରଦର୍ଶନ କରିଥିଲେ। ଏହି ବେଳାରେ କୌଣସି ଏକ ଜରୁରୀ କାମରେ ମୋତେ ଦୁଇ ଦିନ ପାଇଁ ଭୁବନେଶ୍ଵର ଫେରିବାକୁ ପଡ଼ିଲା। ମୁଁ ଶିବିରରୁ ବାହାରିଲା ବେଳକୁ ରୁନୁ କହିଲା, ‘‘ମଉସା, ଫେରିଲା ବେଳେ ମୋ’ ପାଇଁ ମନେକରି ‘ରଙ୍ଗବତୀ’ କ୍ୟାସେଟ୍ ଆଣିବେ।’’ ମୁଁ ପଚାରିଲି, ‘‘ଏଠି ତୋ’ର ସେ କ୍ୟାସେଟ୍ କ’ଣ ଦରକାର?’’ ‘‘ଦରକାର ଅଛି। ଆଣନ୍ତୁ ନା।’’ ଏତକ କହି ସେ ଏମିତି ଏକ ଭଙ୍ଗୀ କଲା, ମନେ ହେଲା କ୍ୟାସେଟ୍ ପଛରେ କିଛି ରହସ୍ୟ ରହିଛି।
ମୁଁ ତା’ କଥା ମୁତାବକ ‘ରଙ୍ଗବତୀ’ କ୍ୟାସେଟ୍ ନେଇଥିଲି ଫେରିବାବେଳେ। ତା’ପରେ ରୁନୁ ଲାଗିଲା ସନ୍ତୋଷ ପଛରେ, ଅଶ୍ରୁମୋଚନ ପଛରେ, ‘ଭାଇ, ଚାଲନା ଆଜି ଆମେ ରଙ୍ଗବତୀ ନାଚିବା ସଂଧ୍ୟାବେଳେ। ନାଚ ନାଁ ଶୁଣି ସନ୍ତୋଷ, ରୁନୁର ପାଖ ମାଡ଼ିଲାନି। ହେଲେ ଅଶ୍ରୁମୋଚନ ଖସିପାରୁଚି କୁଆଡୁ? ଶେଷ କଥା ଛିଡ଼ିଲା ଅଶ୍ରୁମୋଚନ ନନାଚିଲେ ବି ସାଙ୍ଗରେ ରହିବ ସହକଳାକାର ହୋଇ। ସେଦିନ ସଂଧ୍ୟାରେ ଓଡ଼ିଶା ପ୍ରଥମ କାର୍ଯ୍ୟକ୍ରମ କଲା- ରଙ୍ଗବତୀ। କେବଳ ରୁନୁ ଆଉ ଅଶ୍ରୁମୋଚନ ନୁହେଁ- ଗୀତ ଅଧା ହେବା ବେଳକୁ ମନୋରଂଜନ କକ୍ଷରେ ଥିବା ସବୁ ଦର୍ଶକ ନାଚରେ ସାମିଲ ହୋଇ ତାଳି ମାରି ତାଳରେ ଗାଉଥିଲେ ରଙ୍ଗବତୀ, ରଙ୍ଗବତୀ କ-ନ-କ-ଲ-ତା- ହସି ପଦେ କହ-ଲୋ-କଥା...।
ରଙ୍ଗବତୀର ମହକରେ ସାରା କକ୍ଷ ଯେମିତି ଫାଟି ପଡ଼ିଲା। ପର ଦିନ ଓ ତାହା ପରଦିନ ବି ସଂଧ୍ୟାରେ ରୁନୁକୁ ନାଚିବାକୁ ପଡ଼ିଲା ଦର୍ଶକଙ୍କ ଅନୁରୋଧ ଓ ଚାପରେ। ସମସ୍ତଙ୍କ ପାଖରେ ‘ରୁନୁ’ର ପରିଚୟ ପାଲଟିଯାଇଥିଲା ରଙ୍ଗବତୀ। ଦିନସାରା ରୁନୁକୁ କେତେବେଳେ ମହାରାଷ୍ଟ୍ର ଝିଅମାନେ ଡାକି ନେଇ ଯାଉଥାଆନ୍ତି ତ କେତେବେଳେ କେରଳର ଝିଅମାନେ। କେତେ ବେଳେ ସେ ବିହାରର ଝିଅମାନଙ୍କୁ ରଙ୍ଗବତୀ ଶିଖାଉଥାଏ ତ କେତେ ବେଳେ ଗୁଜୁରାଟର ଝିଅମାନଙ୍କୁ। ସେଇଠି ସେଇ ପଡ଼ିଆରେ ଓଡ଼ିଆ ପାନବିକାଳି ଜଣକ ପ୍ରତିଦିନ ରୁନୁକୁ ମସଲାଦିଆ ମିଠା ଖିଲିପାନ ଦିଖଣ୍ଡ ଧରେଇବାକୁ ଲାଗିଲା, ନାଚ ପରଠୁ। ରୁନୁ ପଇସା ଯାଚନ୍ତେ ସେ ଦୋକାନୀଙ୍କ ଜବାବ ଥିଲା, ‘‘ନାଇଁ ଦିଦି! ତମେ ପରା ଆମ ରାଇଜର ଟେକ ରଖିଲ ରଙ୍ଗବତୀ ନାଚି। ମୁଁ ସମସ୍ତଙ୍କୁ କହୁଛି ‘‘ୱ ଦିଦି ଜୋ ରଙ୍ଗବତୀ ନାଚ୍ ଦିଖାଇ, ୱ ହମାରା ଜାଗାକି ହୈ’’। କ୍ୟାଣ୍ଟିନ୍କୁ ଖାଇବାକୁ ଗଲେ ରୁନୁ ପାଇଁ ସ୍ପେଶାଲ କେୟାର କ୍ୟାଣ୍ଟିନ୍ବାଲାଙ୍କର। ସେବର୍ଷ କେବଳ ରୁନୁ ନୁହେଁ ଆମେ ସମସ୍ତେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କଲୁ କେବଳ ଏଇ ରଙ୍ଗବତୀ ପାଇଁ।
ଆଜି ରଙ୍ଗବତୀ ପାଇଁ ଚାଲିଥିବା ହୋହଲ୍ଲା ଯୋଗୁଁ ମନେ ପଡ଼ିଗଲା ସେଦିନର ସ୍କୃତି ସବୁ। ଶୁଣିଛି ରଙ୍ଗବତୀ ଭାରତର ସବୁ ରାଜ୍ୟ ଜୟକରି ବିଦେଶର ହୋଟେଲଗୁଡ଼ିକରେ ବି ବାଜୁଛି କାହିଁ କେବେଠାରୁ। ହେଲେ ସେ ଗୀତର ଗୀତିକାର ବା ଶିଳ୍ପୀ ଏଜାତିର ସାଂସ୍କୃତିକ ଆମ୍ବାସାଡ଼ର ବୋଲି ଗଣାହୋଇ ପାରିନାହାନ୍ତି। ଏଯାଏ ଆଉ ସେଦିନ ରବୀନ୍ଦ୍ର ରଙ୍ଗଶାଳା ଭିତରେ ଗଢ଼ି ଉଠିଥିବା ମିନି ଭାରତବର୍ଷ ଭିତରେ ରଙ୍ଗବତୀ ନାଚ ନାଚି ରୁନୁ ଓଡ଼ିଶାର ସାସ୍କୃତିକ ଆମ୍ବାସାଡ଼ର ପାଲଟିଯାଇଥିଲା ସେଦିନ ବିନା ଘୋଷଣାରେ।

ସୌଜନ୍ୟ: ‘ପ୍ରମେୟ’, ୯ ଅଗଷ୍ଟ ୨୦୧୫
कोई टिप्पणी नहीं:
एक टिप्पणी भेजें