05 मार्च 2019

ଓଡ଼ିଆଙ୍କୁ ରେଳ ସୁଖ


୪ ମାର୍ଚ ୨୦୧୯ ସୋମବାର, ମହାର୍ଘ ମହାଶିବରାତ୍ରୀ ତିଥିରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଘୋଷଣା କରିଥିଲେ:-

ଯେଉଁ ରେଳଗାଡ଼ିଗୁଡ଼ିକର ଓଡ଼ିଶାରେ ନୂଆ ବିରତିସ୍ଥଳ ଯୋଗ ହେଲା:

  1. ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ (୨୦୮୧୭/୨୦୮୧୮) ଏଣିକି ଅଟକିବ ଢେଙ୍କାନାଳ ରେଳଷ୍ଟେସନରେ
  2. ହାଓଡ଼ା-ସତ୍ୟସାଇ ପ୍ରଶାନ୍ତି ନିଳୟମ୍‌ ଏକ୍ସପ୍ରେସ୍‌ (୨୨୮୩୧/୩୨) ଅଟକିବ ବାଲେଶ୍ୱର ରେଳଷ୍ଟେସନରେ
  3. ହଳଦିଆ-ଚେନ୍ନଇ ସୁପରଫାଷ୍ଟ ଏକ୍ସପ୍ରେସ୍‌ (୨୨୬୧୩/୨୨୬୧୪) ଅଟକିବ ବାଲେଶ୍ୱର ରେଳଷ୍ଟେସନରେ
  4. ହାଓଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ୍‌ (୧୨୬୬୫/୧୨୬୬୬) ଅଟକିବ ଭଦ୍ରକ ରେଳଷ୍ଟେସନରେ
  5. ପୁରୁଲିଆ-ଭିଲ୍ଲୁପୁରମ୍‌ ଏକ୍ସପ୍ରେସ୍‌ (୨୨୬୦୫/୨୨୬୦୬) ଅଟକିବ ଜଳେଶ୍ୱର ରେଳଷ୍ଟେସନରେ
  6. ପାରାଦ୍ୱୀପ-ପୁରୀ ଏକ୍ସପ୍ରେସ୍‌ (୧୮୪୧୩/୧୮୪୧୪) ଅଟକିବ କଣାସ ରୋଡ଼ ରେଳଷ୍ଟେସନରେ
  7. ହାଓଡ଼ା-ପୁରୀ ଏକ୍ସପ୍ରେସ୍‌ (୧୨୮୨୧/୧୨୮୨୨) ଅଟକିବ ମାର୍କୋଣା ରେଳଷ୍ଟେସନରେ
  8. ନୂଆଦିଲ୍ଲୀ-ପୁରୀ ନୀଳାଚଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ (୧୨୮୭୫/୧୨୮୭୬) ଅଟକିବ ଧାନମଣ୍ଡଳ ରେଳଷ୍ଟେସନରେ
  9. କେନ୍ଦୁଝରଗଡ଼-ଭୁବନେଶ୍ୱର ଯାତ୍ରୀ ରେଳଗାଡ଼ି (୫୮୪୨୫/୫୮୪୨୬) ଅଟକିବ ଧାନମଣ୍ଡଳ ରେଳଷ୍ଟେସନରେ
  10. ବଡ଼ବିଲ୍‌-ପୁରୀ ଯାତ୍ରୀ ରେଳଗାଡ଼ି (୧୮୪୧୫/୧୮୪୧୬) ଅଟକିବ କଣାସ ରୋଡ଼ ରେଳଷ୍ଟେସନରେ

ସେହିଭଳି ୨୪ ଅଗଷ୍ଟ ୨୦୧୯ରୁ ୫୮୧୩୫/୫୮୧୩୮ ଏବଂ ୫୮୧୩୭/୫୮୧୩୮ ବିଦ୍ୟୁତ୍‌ ଇଂଜିନ୍‌ବାଲା ଯାତ୍ରୀ ରେଳଗାଡ଼ି, ନିୟମିତ ଚାଲିବ ସମ୍ବଲପୁର-ଝାରସୁଗୁଡ଼ା-ସମ୍ବଲପୁର ମଧ୍ୟରେ। ଯାହାକୁ ସାଧାରଣତଃ ସଟଲ ଗାଡ଼ି ବୋଲି କୁହାଯାଏ। ତେବେ ଢେଙ୍କାନାଳ-କଟକ-ଭୁବନେଶ୍ୱର ଅଥବା ଭୁବନେଶ୍ୱର-ଖୋର୍ଧାରୋଡ଼୍‌-ପୁରୀ ମଧ୍ୟରେ ଏଭଳି ସଟଲ ସେବା ଆଜି ସୁଦ୍ଧା ଆରମ୍ଭ ହୋଇନଥିବା ବେଳେ ପଶ୍ଚିମ ଓଡ଼ିଶାରେ ଯାତ୍ରୀସେବା କ୍ଷେତ୍ରରେ ଏକ ନୂଆ ପରମ୍ପରା ଆରମ୍ଭ ହେବ। 


ବିମଳ ପ୍ରସାଦ, ୮୪୧୪୦୬୪୦୦୧

कोई टिप्पणी नहीं:

एक टिप्पणी भेजें