(ସତ ହେଲେ ବି ଗପ)
ହୋଟେଲ୍ ତାଜ୍, ମୁମ୍ବାଇ (୨୭.୧୧.୨୦୦୮) |
ଏହି ପୁନଃନିର୍ମାଣ କାମ ପାଇବାକୁ ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ଟେଣ୍ଡର ଦାଖଲ ହେଲା; ଯେଉଁଥିରେ ମୁଷ୍ଟିମେୟ ପାକିସ୍ତାନୀ ମଧ୍ୟ ଥିଲେ। ନିଜ ଟେଣ୍ଡର ସପକ୍ଷରେ ଲବି କରିବାକୁ ସେହି ପାକିସ୍ତାନୀ ଶିଳ୍ପପତି ଦିହେଁ ସିଧା ଆସିଥିଲେ ଟାଟା ଗ୍ରୁପ୍ର ମୁଖ୍ୟାଳୟ ବମ୍ବେ ହାଉସ୍ରେ ରତନ ଟାଟାଙ୍କୁ ଭେଟିବାକୁ। ଅଥଚ ସାକ୍ଷାତ କରିବା ପାଇଁ ଆଗରୁ କୌଣସି ଅନୁମତି ନେଇ ନଥିଲେ। ସେମାନେ ବମ୍ବେ ହାଉସ୍ର ଅଭ୍ୟର୍ଥନା କକ୍ଷରେ କିଛି ଘଣ୍ଟା ଅପେକ୍ଷା କରିବା ପରେ ଏକ ସୂଚନା ଆସିଲା ଯେ ରତନ ଟାଟା ଏବେ ବ୍ୟସ୍ତ ଅଛନ୍ତି ଏବଂ ସାକ୍ଷାତ କଥାବାର୍ତ୍ତା ପାଇଁ ପ୍ରାକ୍-ଅନୁମତି ପାଇ ନଥିବା କୌଣସି ବ୍ୟକ୍ତିଙ୍କୁ ସେ ଭେଟିବେ ନାହିଁ।
ନିରାଶ ହୋଇକି ସେହି ପାକିସ୍ତାନୀ ଶିଳ୍ପପତି ଦିହେଁ ନୂଆଦିଲ୍ଲୀ ଯାଇ ସେଠାରେ ପାକିସ୍ତାନୀ ଉଚ୍ଚାୟୁକ୍ତଙ୍କ ଜରିଆରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ। ସେହି ମନ୍ତ୍ରୀ ବେଶ୍ ଉତ୍ସାହିତ ହୋଇ ତୁରନ୍ତ ଫୋନ୍ କଲେ ରତନ ଟାଟାଙ୍କୁ ଏବଂ ଅନୁରୋଧ କଲେ ସଂପୃକ୍ତ ପାକିସ୍ତାନୀ ଟେଣ୍ଡର ଦାଖଲକାରୀଙ୍କୁ ଟିକେ ସାକ୍ଷାତ କରିବାକୁ ସମୟ ଦିଅନ୍ତୁ। ଏହା ଶୁଣି ରତନ ଟାଟା ଉତ୍ତର ଦେଲେ, ‘‘ଆପଣ ନିର୍ଲଜ୍ଜ ହୋଇପାରନ୍ତି, ମୁଁ ନୁହେଁ’’ ଏବଂ ଏତିକି କହି ଫୋନ୍ ରଖିଦେଲେ। ସେଇଠି ସରିଗଲା ପାକିସ୍ତାନୀ ଠିକାଦାରଙ୍କ ଟେଣ୍ଡର ଦାଖଲର ଖେଳ।
କିଛି ମାସ ପରେ ପାକିସ୍ତାନ ସରକାର ବିପୁଳ ସଂଖ୍ୟାରେ ୪-ଚକିଆ ଟାଟା ସୁମୋ ଗାଡ଼ି ଆମଦାନୀ କରିବା ପାଇଁ ଏକ ଅର୍ଡ଼ର ଦେଲେ । ହେଲେ ଗୋଟିଏ ବି ସୁମୋ ଗାଡ଼ି ସେହି ଦେଶକୁ ରପ୍ତାନୀ କରିବାକୁ ରତନ ଟାଟା ରୋକ୍ଠୋକ୍ ମନା କରିଦେଲେ।
ମାତୃଭୂମି ପ୍ରତି ରତନ ଟାଟାଙ୍କର ଯେଉଁ ସମ୍ମାନ, ତାହା ଏହି କାହାଣୀରୁ ବାରି ହୋଇଯାଉଛି। ଏବେର ରାଜନେତାମାନେ ଏଥିରୁ ଶିଖିବା ଦରକାର। ବିପୁଳ ଧନ ଠୁଳ ପାଇଁ ଦେଶକୁ ବିକିଦେବାକୁ ପଛାଉ ନଥିବା ନେତାଏ ସତରେ ଯଦି ବଦଳି ପାରନ୍ତେ, ଏ ଦେଶ ସୁନା ହୋଇଯାଆନ୍ତା।
ସୌଜନ୍ୟ: ହ୍ଵାଟ୍ସ୍ଆପ୍ ସୋସିଆଲ ମିଡ଼ିଆ, ଭାଷାନ୍ତର: ବିମଳ ପ୍ରସାଦ, ଭୁବନେଶ୍ଵର
कोई टिप्पणी नहीं:
एक टिप्पणी भेजें