ଗୋଟିଏ ଭାଷା ବଞ୍ଚିବାକୁ ହେଲେ ଅବା ସେହି ଭାଷାକୁ ଲୋକମାନେ ନିଜର
ଅସ୍ମିତା ଓ ଅସ୍ତିତ୍ଵର ମାପକାଠି ବୋଲି ମାନୁଥିଲେ, ସେଥିରେ ସବୁପ୍ରକାର ଉପାଦାନ ରହିବା
ଜରୁରୀ। ଉଦାହରଣ: ବିଂଶ ଶତାବ୍ଦୀ ଶେଷ ସୁଦ୍ଧା ଓଡ଼ିଆରେ
କୌଣସି ଘରୋଇ ଟିଭି ଚ୍ୟାନେଲ ନଥିଲା। ଅଥଚ ତେଲୁଗୁ, ବାଙ୍ଗ୍ଲା, ତାମିଲ ଓ କନ୍ନଡ଼ ଭାଷାରେ ଚ୍ୟାନେଲ ସଂଖ୍ୟା ୧୫ ଟପି ସାରିଥିଲା।
କେବଳ ଦକ୍ଷିଣ ଓଡ଼ିଶାକୁ ଯଦି ଧରାଯାଏ, ତେବେ ସେହି ଅଞ୍ଚଳର ହଜାର ହଜାର
ତେଲୁଗୁ ବଂଶୋଦ୍ଭବ ତେଲୁଗୁ ଚ୍ୟାନେଲ ଦେଖି ବେଶ୍ ଚଇନି ହେଉଥିବା ବେଳେ ଓଡ଼ିଆମାନେ
ମନ ମାରି ଓ ମୁହଁ ଶୁଖାଇ ରହିଯାଉଥିଲେ ଅବା ଡିଡି-ଓଡ଼ିଆରେ ଯାହା ବି ଦେଉଥିଲା, ସେଇଥିରେ ଚଳେଇ ନେଉଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଆମାନଙ୍କର ଅସ୍ମିତା ନିଶ୍ଚିତ ରୂପେ
ସଂକଟରେ ଥିଲା। ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ସେହି
ଅଞ୍ଚଳର ପ୍ରେକ୍ଷାଳୟରେ ମୁକ୍ତିଲାଭ ନକରିବା ଏବଂ ଶହଶହ ତେଲୁଗୁ ଚଳଚ୍ଚିତ୍ର, ପ୍ରେକ୍ଷାଳୟଗୁଡ଼ିକୁ କବ୍ଜା କରି ରଖିବା ଭଳି ତେଲୁଗୁ ଟିଭି
ଚ୍ୟାନେଲ ମଧ୍ୟ ଅନେକ ତେଲୁଗୁ ବୁଝୁଥିବା ଓଡ଼ିଆ ଲୋକଙ୍କ ଅସ୍ମିତାର ଅଂଶ ପାଲଟି ଯାଇଥିଲା।
ଏବେ ଓଡ଼ିଆମାନଙ୍କ ଇଣ୍ଟରନେଟ୍ ବା ଅନ୍ଲାଇନ୍ ଆଚରଣ ଉପରେ ଦୃଷ୍ଟି ପକାଇଲେ ମଧ୍ୟ
ସେହିଭଳି ଚିତ୍ର ସ୍ପଷ୍ଟ ହୋଇଯାଉଛି। ପ୍ରଥମତଃ ଇଣ୍ଟରନେଟ୍ ଦୁନିଆର ମହାଦ୍ରୁମ ‘ଗୁଗୁଲ୍’ର ମତ ଅନୁସାରେ ଓଡ଼ିଆରେ ଯଥେଷ୍ଟ
କଣ୍ଟେଣ୍ଟ୍ ନଥିବାରୁ ଗୁଗୁଲ ସର୍ଚ ଇଂଜିନ୍ ତାଲିକାରେ ଓଡ଼ିଆ ଭାଷାକୁ କାଟି ଦିଆଯାଇଛି।
कोई टिप्पणी नहीं:
एक टिप्पणी भेजें