ଗଣତନ୍ତ୍ରରେ ବହୁଳ ଉଚ୍ଚାରିତ ଶବ୍ଦ ହେଉଛି ଅଂଶଗ୍ରହଣ (Participation)। ଆଉ ଏହାକୁ ସାକାର କରିପାରିବ ଗୋଲଟେବୁଲ। ଆମ୍ଭେ ଏହି କଥା ବାରମ୍ବାର ଇ-ଗୃପ୍ରେ କହୁଛୁ ଏବଂ ଆୟୋଜକ ବଂଧୁମାନଙ୍କୁ ମଧ୍ୟ ଫୋନ୍ରେ ଓ ସାକ୍ଷାତରେ କହୁଛୁ। କିଛି ମାତ୍ରାରେ ସଫଳତା ମିଳିଛି। ହେଲେ ସେତିକିରେ ମୋ ଦେଶର ଭାଗ୍ୟ ପରିବର୍ତନ ହୋଇପାରିବ ନାହିଁ। ଗୋଲଟେବୁଲ ହେଲା ଯେଉଁଠି ପରସ୍ପରକୁ ସମସ୍ତେ ଦେଖିପାରିବେ। ସେଠାରେ ବକ୍ତା ଓ ଶ୍ରୋତାର ସଂପର୍କ ନଥାଏ; ଅହଂକାର ନଥାଏ, ସମସ୍ତେ ସମାନ, ଯାହା ଗଣତନ୍ତ୍ରର ମୂଳତତ୍ତ୍ଵ। ଉଚ୍ଚନୀଚ୍ଚ ନଥାଏ। କାରଣ ସମସ୍ତେ ଗୋଟିଏ ଉଚ୍ଚତାରେ ବସିଥାଆନ୍ତି। ପରସ୍ପର ସହ ଆଖି ମିଶିବା ଦ୍ଵାରା ଦୂରତ୍ଵ କମିଯାଏ। ପରସ୍ପରକୁ ବୁଝିହୁଏ। ଭୋଜି ଖାଇବାକୁ ଆସିଥିବା ପ୍ରତିଭାଗୀମାନେ ବାରି ହୋଇପଡ଼ନ୍ତି। ଶୀତଳୀକୃତ ସଭାକକ୍ଷର ମଜା ନେବାକୁ ଆସିଥିବା ବ୍ୟକ୍ତିମାନେ ବାରି ହୋଇ ପଡ଼ନ୍ତି। ଅବଶ୍ୟ ଯେତେବେଳେ ତାଲିମ (ପ୍ରଶିକ୍ଷଣ) ସଭା ହୁଏ, ତାହା ଯଦି କିଛି ପ୍ରତିଭାଗୀଙ୍କ ଜୀବନର ପ୍ରଥମ ତାଲିମ ହୋଇଥାଏ, ସେଠାରେ ଆବାକାବା ହେଲା ଭଳି ମୁଖଭଙ୍ଗୀ କେତେକଙ୍କ ଠାରେ ଦେଖାଯିବା ସ୍ଵାଭାବିକ। ଆଉ ତାହାକୁ ଦେଖି ଅନ୍ୟ ପ୍ରତିଭାଗୀମାନେ ଓ ପ୍ରଶିକ୍ଷକମାନେ ସଂପୃକ୍ତ ପ୍ରଶିକ୍ଷାର୍ଥୀଙ୍କ ସମସ୍ୟା ଜାଣିବାକୁ ଇଚ୍ଛା କରିଥାଆନ୍ତି। କିଂବା ମନସ୍ତାତ୍ତ୍ଵିକ ଦୃଷ୍ଟିରୁ ସେହି ପ୍ରଶିକ୍ଷାର୍ଥୀ ବା ପ୍ରତିଭାଗୀଙ୍କର ଅସୁବିଧା କ’ଣ ଜାଣି ପାରିଥାଆନ୍ତି।
ତେବେ ଅସଲ କଥା ହେଲା ଏହା ଆମ ଦେଶର ସ୍ଥପତି (Architecture) ଓ ଯନ୍ତ୍ରୀ (Engineer)ମାନେ ବୁଝିଥିବା ଓ ବୁଝୁଥିବା ଦରକାର। Interior Decoratorମାନେ ମଧ୍ୟ ଏହାକୁ ବୁଝୁଥିବା ଦରକାର। ନଚେତ୍ ଆମ ଦେଶ ସୁଧୁରି ପାରିବ ନାହିଁ। ଏବେ ଅପେକ୍ଷା କରୁଛି ଆପଣଙ୍କ କ୍ରିୟା ଓ ପ୍ରତିକ୍ରିୟାକୁ।
ବିମଳପ୍ରସାଦ, ୯୯୩୭୩୫୩୨୯୩
कोई टिप्पणी नहीं:
एक टिप्पणी भेजें