ଓ.ପି. ଜିନ୍ଦଲ କମ୍ୟୁନିଟି କଲେଜ (OPJCC), ରାଜ୍ୟରେ କାର୍ଯ୍ୟରତ ନିର୍ମାଣ ଶ୍ରମିକମାନଙ୍କର ଦକ୍ଷତାକୁ ମାନ୍ୟତା ଦେବା ଏବଂ ବୃଦ୍ଧି କରିବା ପାଇଁ ଓଡ଼ିଶା ବିଲଡିଂ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ (OB&OCWB) ସହିତ ବୁଝାମଣାପତ୍ର ସ୍ଵାକ୍ଷର କରିଛି। ଦକ୍ଷତା ବିକାଶ ମନ୍ତ୍ରଣାଳୟ ଓ ନିର୍ମାଣ ଶ୍ରମିକ ଯୋଜନାର ଉଦ୍ୟୋଗୀମାନଙ୍କର ଏହି କଲେଜ ଏକ Recognization of Prior Learning (RPL)ର ଏକ ମାନ୍ୟତାପ୍ରାପ୍ତ ତାଲିମ ସଂସ୍ଥା। ରାଜ୍ୟ ଶ୍ରମ କମିଶନର ଶାଳିନୀ ପଣ୍ଡିତ ଏବଂ ଓ.ପି. ଜିନ୍ଦଲ କମ୍ୟୁନିଟି କଲେଜର ନିର୍ଦେଶକ ମରିୟମ୍ କାର୍ଟରଙ୍କ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣା କ୍ରମେ ଶ୍ରମିକ କଲ୍ୟାଣ ବୋର୍ଡ଼ (ସେସ୍ ୧୯୯୬) ଅଧୀନରେ ପଂଜୀକୃତ ହୋଇଥିବା ଓଡ଼ିଶାର ହଜାର ହଜାର ନିର୍ମାଣ ଶ୍ରମିକମାନେ ଉପକୃତ ହେବେ।
ବୁଝାମଣାରେ ବର୍ଣିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ - ଜାତୀୟ ଦକ୍ଷତା ଯୋଗ୍ୟତା ରୂପରେଖ (NSQF)ର ମିଳିତ ସହଯୋଗରେ ବାର୍ ବେଣ୍ଡିଙ୍ଗ୍, ମାସନାରୀ(ରାଜମିସ୍ତ୍ରୀ), ସଟରିଙ୍ଗ୍, କାଠକାମ, ପାଇପ୍ ମିସ୍ତ୍ରୀ, ରଙ୍ଗମିସ୍ତ୍ରୀ ଓ ସ୍କାଫୋଲ୍ଡିଙ୍ଗ୍ ଧଂଦାରେ ଦୁଇ ପ୍ରକାର ପ୍ରବେଶ ସ୍ତର ରହିଛି। ଏପ୍ରିଲ୍ ୨୦୧୮ ପର୍ଯ୍ୟନ୍ତ ବୈଧ ଏହି ବୁଝାମଣାର ସର୍ତ ଅନୁସାରେ ଓପିଜେସି ସାରା ରାଜ୍ୟରେ ରହିଥିବା ନିର୍ମାଣ ସ୍ଥଳଗୁଡ଼ିକରେ ତାଲିମ ପ୍ରଦାନ କରିବ। ଜାତୀୟ ବୃତ୍ତିଗତ ମାନକ ଅନୁଯାୟୀ ସଂପୃକ୍ତ ବିଭାଗରେ କାର୍ଯ୍ୟରତ ଶ୍ରମିକମାନଙ୍କର ରହିଥିବା ଏବେର ଦକ୍ଷତାକୁ ପ୍ରଯୁକ୍ତି, ବ୍ୟାବହାରିକ ତଥା କାର୍ଯ୍ୟସ୍ଥଳ ଆବଶ୍ୟକତା ଅନୁଯାୟୀ ସୁଦୃଢ଼ କରାଯିବ। ମନ୍ତ୍ରଣାଳୟ ସହିତ ଅନୁବନ୍ଧିତ ସହଭାଗୀ ସଂସ୍ଥାମାନଙ୍କ ସହିତ OPJCC ମୂଲ୍ୟାୟନ ନିମିତ୍ତ ସମନ୍ବୟ ରକ୍ଷା କରିବା ସହ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ସରକାରୀ ପ୍ରମାଣପତ୍ର ପ୍ରଦାନ କରିବ।
କାର୍ଯ୍ୟରତ ଶ୍ରମିକମାନଙ୍କର ଉପଯୁକ୍ତ ନିଯୁକ୍ତି, ନିରାପତ୍ତା ମାନକ ପାଳନ ଏବଂ ଉତ୍ପାଦକତା ନିମନ୍ତେ ନିର୍ମାଣ ଶିଳ୍ପରେ ଦକ୍ଷତାକୁ ମାନ୍ୟତା ଦେବା ଅତ୍ୟନ୍ତ ଆବଶ୍ୟକ। ମାନ୍ୟତାପ୍ରାପ୍ତ ଶ୍ରମିକମାନେ ଭାରତରେ ଓ ବିଦେଶରେ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ହୋଇପାରିବେ। ରାଷ୍ଟ୍ରୀୟ ଆଭିମୁଖ୍ୟ Make in India କୁ ଆଗକୁ ନେବାକୁ ଓଡ଼ିଶା ସରକାରଙ୍କ ସହିତ ସହଭାଗୀ ହେବା ବାସ୍ତବିକ ଜିନ୍ଦଲ ଫାଉଣ୍ଡେସନ ପାଇଁ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଏକ ମହତ୍ତ୍ଵପୂର୍ଣ ସୁଯୋଗ ବୋଲି ସୁଶ୍ରୀ କାର୍ଟର କହିଛନ୍ତି।
(ସୌଜନ୍ୟ: ସର୍ବସାଧାରଣ, ଭୁବନେଶ୍ଵର, ୨୧ ମେ ୨୦୧୫, ଗୁରୁବାର, ପୃଷ୍ଠା-୭)
ମନ୍ତବ୍ୟ:
୨୫ ମାର୍ଚ ୨୦୧୫ରେ ଏଭଳି ସମାନ ମର୍ମରେ ଆମ୍ଭେ ଖାଂଟି ଓଡ଼ିଆ କମ୍ପାନୀ IMFAର ସହଯୋଗୀ ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ (BIPF)କୁ ସର୍ବସାଧାରଣରେ ଏକ ଇମେଲ ଲେଖିଥିଲୁ। ଯାହାର ଜବାବ ୬ ମେ ୨୦୧୫ରେ ଦେଇଥିଲେ ଫାଉଣ୍ଡେସନର ନିର୍ବାହୀ ଉପସଭାପତି (Executive Vice President) ଶ୍ରୀଯୁକ୍ତ ତ୍ରିଜୀବ ହୋତା । ଆମ୍ଭ ଇମେଲ୍ ଓ ଶ୍ରୀଯୁକ୍ତ ହୋତାଙ୍କ ଜବାବୀ ଇମେଲର ଅବିକଳ ପାଠ୍ୟ ତଳେ ଦିଆଯାଇଛି। ତେବେ ଏତିକି କଥା ସ୍ଵୀକାର କରିବାକୁ ହେବ ଯେ ସେଭଳି ପତ୍ରାଳାପ ଦ୍ଵାରା ସୂଚନା, ସ୍ଵଚ୍ଛତା ଓ ଉତ୍ତରଦାୟିତ୍ଵ ସବୁକିଛି ପ୍ରତିଫଳିତ ଓ କ୍ରିୟାନ୍ୱିତ ହୋଇପାରିଛି। ଦେଶସେବା ପାଇଁ ଏଭଳି ପ୍ରତିଦ୍ଵନ୍ଦ୍ଵିତାକୁ ଆସନ୍ତୁ ସ୍ଵାଗତ କରିବା ଏବଂ ଆଉ ଜଗିବା, ଯେପରି ଉପରୋକ୍ତ ସଂସ୍ଥା ନିଜ କର୍ତବ୍ୟ ଓ ଚୁକ୍ତିରେ ଖିଲାପ ନକରେ।
ବିଷୟ: ଶହଶହ ରାଜମିସ୍ତ୍ରୀ ଆବଶ୍ୟକ... ତାରିଖ: ୨୫ ମାର୍ଚ ୨୦୧୫
ପ୍ରାପକ:
ଶ୍ରୀମତୀ ଶୈଫାଳିକା ପଣ୍ଡା
ପ୍ରାପକ:
ଶ୍ରୀମତୀ ଶୈଫାଳିକା ପଣ୍ଡା
ସି.ଇ.ଓ., ବଂଶୀଧର ଏଣ୍ଡ୍ ଇଲା ପଣ୍ଡା ଫାଉଣ୍ଡେସନ, ଭୁବନେଶ୍ୱର
ନମସ୍କାର ।
ଆପଣଙ୍କ ସଂଗଠନ ଓଡ଼ିଶାରେ ଗରିବ ଗୋଷ୍ଠୀମାନଙ୍କ ମଧ୍ୟରେ ଜୀବିକା ପନ୍ଥାର ବିକାଶ ଦିଗରେ ବିଭିନ୍ନ ପ୍ରଶିକ୍ଷଣ ଦେଉଥିବା ଜାଣିବାକୁ ପାଇଲୁ । ତେବେ ଦୁଇଟି ପେସାର ପ୍ରଶିକ୍ଷିତ କାରିଗରର ଘୋର ଅଭାବ ରହିଛି ଆମ ରାଜ୍ୟରେ, ତାହା ହେଉଛି - ରାଜମିସ୍ତ୍ରୀ (ମ୍ୟାସନ) ଓ ପାଣିପାଇପ୍ ମିସ୍ତ୍ରୀ(ପ୍ଲମ୍ବର) । ଓଡ଼ିଶା ଏକ ଉପକୂଳବର୍ତୀ ତଥା ଗ୍ରୀଷ୍ମବହୁଳ ରାଜ୍ୟ ହୋଇଥିବାରୁ ଏଠାରେ ଆବାସିକ ଘରଗୁଡ଼ିକ ପକ୍କାଘର ହେବା ଦରକାର । ବିଳମ୍ବରେ ହେଲେ ସୁଦ୍ଧା ରାଜ୍ୟସରକାର ସମସ୍ତଙ୍କ ପାଇଁ ପକ୍କାଘର ସୁନିଶ୍ଚିତ କରିବାକୁ ବିଜୁ ପକ୍କାଘର ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଏହି କାର୍ଯ୍ୟକ୍ରମକୁ ସଫଳ ରୂପ ଦେବା ପାଇଁ ଯଥେଷ୍ଟ ରାଜମିସ୍ତ୍ରୀ ଓ ପାଇପ୍ ମିସ୍ତ୍ରୀ ରାଜ୍ୟରେ ନାହାନ୍ତି । ଯଦି ଆପଣଙ୍କ ସଂଗଠନ, ପ୍ରଶିକ୍ଷଣ ଜରିଆରେ ରାଜ୍ୟରେ ରାଜମିସ୍ତ୍ରୀ ଓ ପାଇପ୍ ମିସ୍ତ୍ରୀଙ୍କ ସଂଖ୍ୟା ବଢ଼ାଇ ପାରିବ, ତେବେ ଦୁଇଟି ଉପକାର ମିଳିବ । ପ୍ରଥମତଃ ଶହଶହ ନୂଆ ମିସ୍ତ୍ରୀଙ୍କ ଜୀବିକାପନ୍ଥା ସୁନିଶ୍ଚିତ ହୋଇପାରିବ ଏବଂ ଦେଶନିର୍ମାଣରେ ସେମାନେ ଲାଗି ପାରିବେ ।
ଉପଯୁକ୍ତ ପରିମାଣରେ ଓ ଉପଯୁକ୍ତ ଦକ୍ଷତାସଂପନ୍ନ ରାଜମିସ୍ତ୍ରୀ ଅଭାବରୁ ରାଜ୍ୟରେ ଏକାଧିକ ନିର୍ମାଣାଧୀନ କଂକ୍ରିଟ୍ ସେତୁ ଭୁଶୁଡ଼ି ପଡ଼ିଲାଣି। ଅନ୍ୟ ପକ୍ଷରେ ରାଜ୍ୟରେ ଗମନାଗମନ ସୁବିଧା କରିବାକୁ ରାଜ୍ୟ ସରକାର “ବିଜୁ ସେତୁ ଯୋଜନା” ଜାରି କରିଛନ୍ତି । କିନ୍ତୁ ଯଥେଷ୍ଟ ସଂଖ୍ୟାରେ ଯୋଗ୍ୟ ରାଜମିସ୍ତ୍ରୀ ରାଜ୍ୟରେ ନମିଳିଲେ ଆମେ କ’ଣ ପର ରାଜ୍ୟ ଉପରେ ନିର୍ଭର କରି ଏ ରାଜ୍ୟକୁ ଗଢ଼ି ପାରିବା? ଓଡ଼ିଶାର ଏକମାତ୍ର ବୃହତ୍ କମ୍ପାନୀ ‘ଇମ୍ପା’ର ସାମାଜିକ ଦାୟିତ୍ୱବୋଧକୁ ସୁନିଶ୍ଚିତ କରୁଥିବା “ବଂଶୀଧର ଏଣ୍ଡ୍ ଇଲା ପଣ୍ଡା ଫାଉଣ୍ଡେସନ”ର ଅଳ୍ପ ଟିକିଏ ଉଦ୍ୟମ ହେଲେ ଏ ରାଜ୍ୟର ବିକାଶ ହୋଇପାରିବ। ଯାହାକି ଆମେ ଟାଟା, ଜିନ୍ଦଲ ବା ରିଲାଏନ୍ସ ଠାରୁ ଆଶା କରିପାରିବୁ ନାହିଁ । ଓଡ଼ିଶାର ବିକାଶରେ ମଧ୍ୟ ଇମ୍ପାର ଅବଦାନ ରହିଛି ବୋଲି ଆପଣଙ୍କ ଉଦ୍ୟୋଗ ପରିବାରର ଅନ୍ୟତମ ଗଣମାଧ୍ୟମ ସଂସ୍ଥା ‘ଓଟିଭି’ ପରଦାରେ ଆମ୍ଭେ ବିଜ୍ଞାପନ ଆକାରେ ବାରମ୍ବାର ଦେଖିବାକୁ ପାଉଛୁ।
ତେଣୁ ଏଠାରେ ଆପଣଙ୍କୁ ଆମ୍ଭେ ପ୍ରସ୍ତାବ ଦେଉଅଛୁ କି ରାଜ୍ୟରେ ବାତ୍ୟା, ବନ୍ୟା ଓ ଘରପୋଡ଼ି ପ୍ରତିରୋଧକ ପକ୍କାଘର ନିର୍ମାଣ ଏବଂ ଶହଶହ ସେତୁ ନିର୍ମାଣ ପାଇଁ ରାଜମିସ୍ତ୍ରୀ ସୃଷ୍ଟି କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ। ଏବେ କେବଳ ‘ଗ୍ରାମ ବିକାଶ’ ନାମକ ଭୁବନେଶ୍ୱର ଫରେଷ୍ଟପାର୍କରେ ଥିବା ଏକ ସଂଗଠନ ରାଜମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରୁଛି। ଆପଣଙ୍କର ଫାଉଣ୍ଡେସନ ଏକ ବଡ଼ ସଂଗଠନ ହୋଇଥିବାରୁ ଏହି ରାଜମିସ୍ତ୍ରୀ (ଏବଂ ପ୍ଲମ୍ବର ମଧ୍ୟ) ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବ୍ୟାପକ କରିପାରିବ।
ଆପଣ ଜାଣି ଖୁସି ହେବେ ଯେ ସାରା ବିଶ୍ୱକୁ କେବଳ କେନ୍ଦ୍ରାପଡ଼ିଆ ପ୍ଲମ୍ବରମାନଙ୍କ ଅବଦାନ ବହୁତ। ଏହି ପେସାକୁ ଓଡ଼ିଶାର ଏକ ଅସ୍ମିତାରେ ପରିଣତ କରିବା ପାଇଁ ବି.ଇ.ପ. ଫାଉଣ୍ଡେସନ୍ ଭଳି ସଂଗଠନମାନେ ଉଲ୍ଲେଖନୀୟ କାର୍ଯ୍ୟ କରିପାରିବେ। ଅସ୍ମିତା ବୋଇଲେ ରାଜ୍ୟ ବାହାରେ କେବଳ ଜଗନ୍ନାଥ ମନ୍ଦିର ବା ସମ୍ବଲପୁରୀ ଖଦି ବସ୍ତ୍ରକୁ ଓଡ଼ିଆମାନେ ନିଜର ଅସ୍ମିତା ଭାବେ ପ୍ରକଟ କରି ପାରୁଛନ୍ତି।
ଏହି ଗୁରୁତ୍ୱପୂର୍ଣ ଇମେଲଟି କାଳେ ଆପଣଙ୍କ ଦପ୍ତରର ପ୍ରାଶାସନିକ ଭିଡ଼ ଭିତରେ ଚାପି ହୋଇଯିବ, ସେଥିପାଇଁ ରାଜ୍ୟର କେତୋଟି ସକ୍ରିୟ ଇଗୃପରେ ମଧ୍ୟ ଏହାକୁ ସେୟାର କରିଛି। ଏ ଚିଠି ପ୍ରେରଣରେ ଗୋପୀନୟତା ଅବଲମ୍ବନ କରି ଆପଣଙ୍କ ଆଡ଼ୁ ଇପ୍ସିତ ମହନୀୟତାକୁ ଚାପି ରଖିବାର ଉଦେଶ୍ୟ ଆମ୍ଭର ନାହିଁ। “ଏବେ ଆମର ସେମିତି କିଛି ଯୋଜନା ନାହିଁ, ଯଦି କିଛି ନିଷ୍ପତ୍ତି ହୁଏ, ତେବେ ପରେ ଆମେ ଆପଣଙ୍କୁ ଜଣାଇବୁ” ଭଳି ପଳାୟନପନ୍ଥୀ ଜବାବ ଦେବେ ନାହିଁ ବୋଲି ବିଶ୍ୱାସ କରୁଛି।

ବିମଳପ୍ରସାଦ, bimal2001@gmail.com, 9937353293
ଶ୍ରୀଯୁକ୍ତ ତ୍ରିଜୀବ ହୋତା, EVP, BIPF ୬ ମେ ୨୦୧୫ରେ ଲେଖିଥିବା ଜବାବ ତଳେ ଦିଆଯାଇଛି -
Dear Bimalprasadji,
Out of the four different focus area this foundation is working, 'Skill Development' is one and as such we have no problem in taking up your cause which we too appreciate.
We are opening a Skill center at Sukinda along with a ITI which is going to start from 2016 August. The construction of infrastructure is going on at fast pace and application for affiliation to NCVT ,adhering to the norms and standards stipulated by Quality Council of India shall be initiated in Feb 2016. Mason Skill is one of the short term course we are going to introduce there. We are also recognized PIA for implementing DDU-GKY programme under Ministry of Rural Development. Under this scheme training is imparted to Rural youths free of all costs. We shall check up if Mason is included in the present Skill programme in Odisha under this scheme.That will be more useful for the poor rural community.
Thanks for taking initiative for thisnsocial cause.
Regards.
T C Hota l Executive Vice President
Bansidhar & Ila Panda Foundation
IMFA Building, Bhubaneswar – 751010, Odisha, India
Tel :+91 674 3051000 l Mobile: +91 9937006868
www.bipf.org.in
कोई टिप्पणी नहीं:
एक टिप्पणी भेजें