ଓଡ଼ିଶା ପୁଲିସ ପ୍ରଥମ କରି Closed User Group (CUG) ଭ୍ରାମ୍ୟଭାଷ ବ୍ୟବହାର ପାଇଁ ପ୍ରୟାସ ଆରମ୍ଭ କରିଛି। ଏହା ଆରମ୍ଭ ହୋଇଛି ଭୁବନେଶ୍ଵର କମିଶନରେଟ୍ ପୁଲିସ କାର୍ଯ୍ୟପରିସର ମଧ୍ୟରେ। ଏଣିକି ଆଉ ଥାନାବାବୁ ଅଥବା ବରିଷ୍ଠ ଅଧିକାରୀମାନଙ୍କ ନମ୍ବର ବଦଳିବ ନାହିଁ। କିନ୍ତୁ ସେମାନଙ୍କୁ ବ୍ୟକ୍ତିଗତ ଯୋଗାଯୋଗ ପାଇଁ ଏହି ନମ୍ବର ବ୍ୟବହାର କରାଯିବା ଅନୁଚିତ। କାରଣ ଏହା ସଂପୃକ୍ତ ପଦବୀ ପାଇଁ ପ୍ରଦତ୍ତ ସ୍ଥାୟୀ ନମ୍ବର।
ପ୍ରଥମ ଦଫାରେ ୬୩ ଜଣ ପଦାଧିକାରୀଙ୍କୁ ସିମ୍ ବଣ୍ଟା ଯାଇଛି। ଏହା ହେଉଛି ବିଏସ୍ଏନ୍.ଏଲ୍. 3G ସିମ୍। ହେଲେ ଅଧିକାରୀମାନଙ୍କୁ ଉପଯୁକ୍ତ ଆଣ୍ଡ୍ରଏଡ଼୍ ହ୍ୟାଣ୍ଡ୍ସେଟ୍ ଦିଆଯାଇ ନଥିବାରୁ ଖୁବ୍ ଶୀଘ୍ର ଉପଯୁକ୍ତ ହ୍ୟାଣ୍ଡ୍ସେଟ୍ ଦେବେ ବୋଲି ଜରାପଡ଼ିଛି। ଯେଉଁଥିରେ ଓଡ଼ିଶା ପୁଲିସ୍ App, Facebook, WhatsApp ରହିବ। ଜନସାଧାରଣ ନିଜ ଆବଶ୍ୟକତାନୁସାରେ କଲ୍ କରି ଜଣାଇବା ସହ SMS ପଠାଇପାରିବେ। ଫଟୋ ଓ ଭିଡ଼ିଓ ପଠାଇ ମଧ୍ୟ ଜଣାଇପାରିବେ। ପୁଲିସକୁ ପରାମର୍ଶ ଦେଇପାରିବେ। ସବୁଯାକ ନମ୍ବରର ଗୋଟିଏ WhatsApp ଗୃପ୍ ହେବ। ତେଣୁ କୌଣସି ବାର୍ତା, ଫଟୋ, ଭିଡ଼ିଓ ସମସ୍ତଙ୍କ ପାଖରେ ପହଞ୍ଚିବ। ଅତି ଜରୁରୀ ପରିସ୍ଥିତିରେ ତଳିଆ ଅଧିକାରୀ ମଧ୍ୟ ଫୋନ୍ କଲ୍ ଗ୍ରହଣ କରିବେ।
Designation
|
Cell No.
|
Designation
|
Cell No.
|
Police Commissioner
|
8280338300
|
Infocity PS
|
8280338325
|
Addl. Police Commissioner
|
8280338301
|
Chandrasekharpur PS
|
8280338326
|
DCP (Head Quarters)
|
8280338304
|
R.I., Bhubaneshwar
|
8280338327
|
DCP (Traffic)
|
8280338305
|
KATAK
| |
BHUBANESHWAR
|
DCP
|
8280338303
| |
DCP, Bhubaneshwar
|
8280338302
|
ACP, Zone 1
|
8280338328
|
ACP, Zone 1
|
8280338306
|
ACP, Zone 2
|
8280338329
|
ACP, Zone 2
|
8280338292
|
ACP, Zone 3
|
8280338330
|
ACP, Zone 3
|
8280338293
|
ACP, Zone 4
|
8280338331
|
ACP, Zone 4
|
8280338294
|
ACP, Zone 5
|
8280338332
|
ACP, Zone 5
|
8280338295
|
ACP, Zone 6
|
8280338334
|
ACP, Zone 6
|
8280338296
|
ACP, Traffic
|
8280338335
|
ACP, Teraffic
|
8280338297
|
THANA BABUs
| |
THANA BABUs
|
Traffic PS
|
8280338336
| |
Traffic PS, AG Square
|
8280338298
|
Choudwar PS
|
8280338337
|
Traffic PS, CSPur
|
8280338299
|
Jagatpur PS
|
8280338338
|
Capital PS
|
8280338307
|
Malgodown PS
|
8280338339
|
Kharavelanagar PS
|
8280338308
|
Mangalabag PS
|
8280338340
|
WOMEN PS
|
8280338309
|
Cantonment PS
|
8280338341
|
Dhauli PS
|
8280338310
|
Dargahbazar PS
|
8280338342
|
Shri Lingaraj PS
|
8280338311
|
Women PS
|
8280338343
|
Air Field PS
|
8280338312
|
Lalbag PS
|
8280338344
|
Jatani PS
|
8280338313
|
Bidanasi PS
|
8280338345
|
Tamando PS
|
8280338314
|
Marakatnagar PS
|
8280338346
|
Khandagiri PS
|
8280338315
|
CDA Phase-2 PS
|
8280338347
|
Badagada PS
|
8280338316
|
Sadar PS, Katak
|
8280338348
|
Laxmisagar PS
|
8280338317
|
Baranga PS
|
8280338349
|
Balianta PS
|
8280338318
|
Chauliaganj PS
|
8280338350
|
Balipatana PS
|
8280338319
|
Kandarpur PS
|
8280338351
|
Nayapalli PS
|
8280338320
|
Purighat PS
|
8280338352
|
Mancheshwar PS
|
8280338321
|
Madhupatna PS
|
8280338353
|
Saheednagar PS
|
8280338322
|
Badambadi PS
|
8280338354
|
Chandaka PS
|
8280338323
|
RI, Katak
|
8280338355
|
Nandankanan PS
|
8280338324
|
Bhubaneshwar- Katak
|
Police
|
ଏହି ନମ୍ବରଗୁଡ଼ିକ କମିସନରେଟ୍ ପୁଲିସର ୱେବ୍ସାଇଟ୍, ଫେସ୍ବୁକ୍ ଓ ହ୍ୱାଟ୍ସ୍ଆପ୍ ଗୃପ୍ରେ ରହିବ। ଯେକୌଣସି ବ୍ୟକ୍ତି ସେଠାରୁ ନମ୍ବର ସଂଗ୍ରହ କରିପାରିବେ।
ଆମ୍ଭର ମନ୍ତବ୍ୟ:
୧. ସିୟୁଜି ନମ୍ବରରେ ପରସ୍ପର ମଧ୍ୟରେ ଅସୀମିତ କଥା ହେବାର ସୁବିଧା ରହିଥାଏ। ତେଣୁ ପୁଲିସ ଅଧିକାରୀମାନେ ନିଜ ବେପାର ଓ ଉପୁରି ପାଇଁ କଥା ହେବାରେ ଏହି ମାଗଣା ଟକ୍ଟାଇମ୍କୁ ଭରପୂର ଉପଯୋଗ କରିବାର ଆଶଙ୍କା ରହିଛି।
୨. ଯୌବନଦୀପ୍ତ ଅଧିକାରୀମାନେ ପ୍ରେମାଳାପରେ ମଧ୍ୟ ଫୋନ୍କୁ ବ୍ୟସ୍ତ ରଖିବେ। ପ୍ରେମିକାମାନେ ମଧ୍ୟ ନିଷ୍କଣ୍ଟକ ଭାବରେ ଆଳାପ କରିବା ପାଇଁ ଜାଣି ଜାଣି ଏହି ସରକାରୀ ନମ୍ବରକୁ ବ୍ୟସ୍ତ ରଖିପାରନ୍ତି।
୩. ପୁଲିସ୍ ସଂଗଠନ ‘‘ଖଜୁରୀଗଛର ....ପାହାଚ ପାହାଚ’’ ହୋଇଥିବାରୁ ଉପରୋକ୍ତ ଆଶଙ୍କାକୁ ଟାଳିବା ପାଇଁ କୌଣସି ନିରୀକ୍ଷଣ ବ୍ୟବସ୍ଥା ଚେଷ୍ଟା କଲେ ବି କାର୍ଯ୍ୟକାରୀ ହେବ ନାହିଁ।
୪. ଫେସ୍ବୁକ୍ ଓ ହ୍ୱାଟ୍ସ୍ଆପ୍ App, ସଂପୃକ୍ତ ଅଧିକାରୀମାନଙ୍କୁ ଚଗଲା କରିପାରେ। ଅର୍ଥାତ୍ ଅକାମରେ ବ୍ୟସ୍ତ ରଖିପାରେ। ଯାହାକି ସାଧାରଣନାଗରିକଙ୍କୁ ବିବ୍ରତ କରିବାର କାରଣ ହୋଇପାରେ।
୫. ସବୁଠୁ ବିପଜ୍ଜନକ ହେଉଛି - ହ୍ୟାଣ୍ଡ୍ସେଟ୍ ଖରାପ ହୋଇଛି, ବ୍ୟାଟେରି ଖରାପ ହୋଇଛି ବାହାନାରେ କେହି କେହି ଫୋନ୍କୁ ବନ୍ଦ ରଖି ଦେଇ ପାରନ୍ତି।
୬. ଠକିବାର ବାଟଗୁଡ଼ିକ ଯଦି ସୁରୁଖୁରୁରେ ନଚାଲେ, ତେବେ ଅଧିକାରୀମାନେ କିଛି ନା କିଛି ବାହାନା କରି ଫୋନ୍ ରିସିଭ୍ କରିବାକୁ କନିଷ୍ଠମାନଙ୍କୁ ବ୍ୟବହାର କରିବାଟା ଥୟ। ଯାହାଦ୍ଵାରା ଆପଣ ଅସଲ ପଦାଧିକାରୀଙ୍କ ସହ କଥା ହୋଇ ନପାରି ବା ଯୋଗାଯୋଗ କରି ନପାରି ବ୍ୟତିବ୍ୟସ୍ତ ହେବେ ଏବଂ ଏହି ବ୍ୟବସ୍ଥା ଉପରୁ ଆସ୍ଥା ତୁଟାଇ ଦେବେ।
୭. ଆଜିକାଲି ଡୁଆଲ ସିମ୍ ଫୋନ୍ ହିଁ ବଜାରରେ ମିଳୁଥିବାରୁ, ଅନ୍ୟ ସିମ୍ଟି ଯଦି ବାବୁଙ୍କ ବ୍ୟକ୍ତିଗତ ନମ୍ବର ହୋଇଥାଏ, ତେବେ କଥା ସରିଲା ଜାଣନ୍ତୁ।
୮. ଏହି ନମ୍ବରରେ ୨୪-ଘଣ୍ଟା ଇଣ୍ଟରନେଟ୍ ସଂଯୋଗ ରହୁଥିବାରୁ ବାବୁଙ୍କ ପରିବାର ସଦସ୍ୟମାନେ ମଧ୍ୟ ଚଗଲାମି କରିବା ଏକ ବିଚିତ୍ର କଥା ନୁହେଁ।
୯. ବାବୁ ଯଦି ହ୍ୟାଣ୍ଡ୍ସେଟ୍ ହଜାଇ ଦିଅନ୍ତି, ତାହାକୁ ଖୋଜି ପାଇବାର ବ୍ୟବସ୍ଥାକୁ ପ୍ରୟୋଗ କରିପାରିବେ ତ? ଯଦି ପାଇଥିବା ବ୍ୟକ୍ତି ବା ଲୁଟିଥିବା ବ୍ୟକ୍ତି ସିମ୍ ବ୍ୟବହାର ନକରି କେବଳ WiFiରେ ବ୍ୟବହାର କରନ୍ତି, ତେବେ ସେଭଳି କ୍ଷେତ୍ରରେ ନୂଆ ହ୍ୟାଣ୍ଡ୍ସେଟ୍ ମୂଲ୍ୟ ସଂପୃକ୍ତ ଅଧିକାରୀ ବହନ କରିବେ ତ?
୧୦. ହ୍ୟାଣ୍ଡ୍ସେଟ୍ରେ ଓଡ଼ିଆ ପଢ଼ିବା, ଲେଖିବା ହୋଇପାରୁଥିବା ଦରକାର। ତେଣୁ ଆମେ ପ୍ରସ୍ତାବ ଦେଉଛୁ ତାହା Micromax Unite ଅଥବା Samsung Z1 ମଡ଼େଲ୍ର ହେବା ଉଚିତ। ତେବେ ଅଧିକ ଇଣ୍ଟରନାଲ ମେମୋରି ପାଇଁ ବରାଦ କରାଯିବା ଦରକାର। ନିହାତି 8GB ବା 16GB ମେମୋରି ରହିବା ଦରକାର।
୧୧. ଆଣ୍ଡ୍ରଏଡ଼୍ ସେଟ୍ର କଲ୍ ରେକର୍ଡ଼ର App ସବୁବେଳେ ଅନ୍ ରହିବା ଦରକାର। ଯାହା ଫଳରେ ବାବୁ ଯଦି ଟିକେ ନାଲିପାଣିରେ ଥିବେ, ତେବେ ନିଶା ଉତୁରିଲେ ବି ରେକଡିଂକୁ ଶୁଣି, ଘଟଣା କ’ଣ ବୁଝିପାରି ତାହା ଉପରେ ତୁରନ୍ତ ପଦକ୍ଷେପ ନେଇ ପାରିବେ। ନଚେତ୍ ଉପରିସ୍ଥଙ୍କ ପାଖରେ ନିଜକୁ ନିର୍ଭୁଲ ବୋଲି ଦର୍ଶାଇବାର ବାଟ ବାହାର କରିପାରିବେ। ଅନ୍ୟଥା କଥାବାର୍ତ୍ତାକୁ ପୁଣି ଥରେ ଶୁଣି ଠିକ୍ରେ ବୁଝିବାକୁ ଚେଷ୍ଟା କରିପାରିବେ।
୧୨. ଏହି ଭ୍ରାମ୍ୟଭାଷ ବ୍ୟବସ୍ଥା ଏକ ଉତ୍ତମ ବ୍ୟବସ୍ଥା। ଏହା ପୁଲିସ ବାବୁମାନଙ୍କୁ କର୍ତ୍ତବ୍ୟନିଷ୍ଠ ହେବାକୁ ବାଧ୍ୟ କରିବ। କିନ୍ତୁ ଉପୁରି-ପିପାସୁ ଓ କର୍ମକୁଢ଼ି ବାବୁମାନେ ବୀତସ୍ପୃହ ହେବାଟା ଜଳଜଳ ଦିଶିଯାଉଛି।
Blogger:- ବିମଳ ପ୍ରସାଦ, 9937353293
कोई टिप्पणी नहीं:
एक टिप्पणी भेजें