29 जून 2015

ଓଡ଼ିଶା ସରକାରଙ୍କ ବିହନ ପୋର୍ଟାଲ ଫମ୍ପା

ଓଡ଼ିଶା ସରକାରଙ୍କ କୃଷି ବିଭାଗ ଏକ ପୋର୍ଟାଲ ଖୋଲିଛନ୍ତି। ଯାହାର ନାମ ରଖିଛନ୍ତି ଓଡ଼ିଶା ବିହନ ପୋର୍ଟାଲ। କ୍ଲିକ୍ କରି ଦେଖନ୍ତୁ, ଏହାର ହୋମ୍‌ ପେଜ୍‌ରେ ଓଡ଼ିଆରେ ଲେଖାଥିଲେ ବି ଅନ୍ୟ କୌଣସି ବିଷୟବସ୍ତୁ ଓଡ଼ିଆରେ ନାହିଁ। ବରଂ କିଛି ସୂଚନା କେବଳ PDFରେ ରହିଛି। କିନ୍ତୁ website ବା portalର ତଥ୍ୟ PDFରେ ରହିବା କଥା ନୁହେଁ। ଆମେ ସଚେତନ ନହେବାରୁ  ସରକାର ଓ ସରକାରୀ ସଂସ୍ଥା ଆମକୁ ଏହିଭଳି ଠକି ଚାଲିଛନ୍ତି। ଆମ୍ଭର ଅନ୍ୟ ଏକ ବ୍ଲଗ୍‌  କେଉଁଠି ଅଟକିଛି ଇ-ଗଭର୍ନାନ୍‌ସ୍‌ରେ  ଆମ୍ଭେ ଏହା ଉପରେ ବିସ୍ତୃତରେ ଲେଖିଛୁ। ତେବେ କୃଷକଙ୍କ ସୁବିଧା ପାଇଁ କେତେକ ଅମଳକ୍ଷମ କିସମର ସଂପୂର୍ଣ ତାଲିକା ଏଠାରେ ଓଡ଼ିଆରେ ପ୍ରକାଶ କରିଛୁ। ସରକାରୀ ବିହନ ପୋର୍ଟାଲବାଲା ଚାହିଁଲେ ଏହି ପାଠକୁ ନେଇ ତାଙ୍କ ପୋର୍ଟାଲରେ ଖଂଜି ଦେଇ ପାରିବେ। 

କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ଉଦ୍‌ଭାବିତ ଧାନ କିସମ
୧. ପଦ୍ମା, ୨.ବାଳା, ୩.କ୍ରିଷ୍ଣା, ୪.ରତ୍ନା, ୫.ବିଜୟା, ୬.ଜୟନ୍ତୀ, ୭.କଳିଙ୍ଗ-୧, ୮.କଳିଙ୍ଗ-୨, ୯.ଶକ୍ତି, ୧୦.ସୁପ୍ରିୟା, ୧୧.ବାଣୀ, ୧୨.ଅନାମିକା, ୧୩.ଇନ୍ଦିରା, ୧୪.ପଲ୍ଲବୀ, ୧୫.ରାମକୃଷ୍ଣ, ୧୬.ସମଲେଇ, ୧୭.ସତ୍ତାରୀ, ୧୮.ସାବିତ୍ରୀ/ପୋନମଣି, ୧୯.କଳିଙ୍ଗ-୩, ୨୦.ଉତ୍କଳପ୍ରଭା, ୨୧.ନୀଳା, ୨୨.ସରସ, ୨୩.ଉଦୟ, ୨୪.ଅନ୍ନଦା, ୨୫. ସିଆର୍‌ ୧୦୧୪, ୨୬.ଧରିତ୍ରୀ, ୨୭.ଗାୟତ୍ରୀ, ୨୮.ହୀରା, ୨୯.କଳାଶ୍ରୀ, ୩୦.କଲ୍ୟାଣୀ-୨, ୩୧.କ୍ଷୀରା, ୩୨.ମୋତି, ୩୩.ପଦ୍ମିନୀ, ୩୪.ପାଣିଧାନ, ୩୫.ତାରା, ୩୬.ତୁଳସୀ, ୩୭.ବନପ୍ରଭା, ୩୮.ଶକ୍ତିମାନ, ୩୯.ସି.ଆର୍‌. ୧୦୦୨, ୪୦.ଲୁଣିଶ୍ରୀ, ୪୧.ସୀମା, ୪୨.ସ୍ନେହା, ୪୩.ବନ୍ଦନା, ୪୪.ଧଳା ହୀରା, ୪୫. ରାଧୀ, ୪୬.ସୋନାମଣି, ୪୭.ତପସ୍ଵିନୀ, ୪୮.ପୂଜା, ୪୯.ସାରଳା, ୫୦.ଦୁର୍ଗା, ୫୧.ବିରେନ୍ଦର, ୫୨.ଗୀତାଞ୍ଜଳି(ଅରୋମାଟିକ୍‌), ୫୩. କେତକୀଜୋହା(ଅରୋମାଟିକ୍‌), ୫୪.ନବୀନ,  ୫୫.ରାଜଲକ୍ଷ୍ମୀ (ସଙ୍କରୀକୃତ), ୫୬.ଅଜୟ(ସଙ୍କରୀକୃତ), ୫୬.ବର୍ଷାଧାନ, ୫୭.ସତ୍ୟ କୃଷ୍ଣ (ସି.ଆର. ଧାନ ୧୦), ୫୮.ନୂଆ କଳାଜୀରା, ୫୯.ନୂଆ ଧୂସର(ସି.ଆର. ସୁଗନ୍ଧ ଧାନ ୩), ୬୦.ଚନ୍ଦନ (ସି.ଆର୍‌. ବଡ଼ଧାନ ୨), ୬୧.ହଂସେଶ୍ଵରୀ (ସି.ଆର୍‌. ଧାନ ୭୦), ୬୨.ସ୍ଵର୍ଣ ସବ୍‌୧, ୬୩. ସହଭାଗୀ ଧାନ, ୬୪.ଫାଲ୍‌ଗୁନୀ, ୬୫.ରୀତା (ସି.ଆର୍‌. ଧାନ ୪୦୧), ୬୬.ଲୁଣା ସୁବର୍ଣା, ୬୭.ଲୁଣା ସଂପଦ, ୬୮.ନୂଆ ଚିନିକାମିନୀ, ୬୯.ସି.ଆର୍‌. ଧାନ ୬୦୧, ୭୦.ସି.ଆର୍‌. ଧାନ ୫୦୦, ୭୧.ସତ୍ୟଭାମା (ସି.ଆର୍‌. ଧାନ ୧୦୦), ୭୨.ପ୍ୟାରୀ(ସି.ଆର୍‌. ଧାନ ୨୦୦), ୭୩.ହୁଏ(ସି.ଆର୍‌. ଧାନ ୩୦୧), ୭୪. ଉନ୍ନତ ଲଲାଟ, ୭୫.ଉନ୍ନତ ତପସ୍ଵିନୀ, ୭୬.ସୁମିତ୍‌ (ସି.ଆର୍‌. ଧାନ ୪୦୪), ୭୬.ପୂର୍ଣଭୋଗ (ସି.ଆର୍‌. ବାସ୍ନା ଧାନ ୯୦୨), ୭୭.ଜଳମଣି (ସି.ଆର୍‌. ଧାନ ୫୦୩), ୭୮.ଜୟନ୍ତୀ ଧାନ, ୭୯.ଲୁଣା ବାଡ଼ିଆଳ (ସି.ଆର୍‌. ଧାନ ୪୦୬), ୮୦.ଲୁଣା ଶଂଖୀ(ସି.ଆର୍‌. ଧାନ ୪୦୫), ୮୧.ସି.ଆର୍‌. ଧାନ ୯୦୭, ୮୨.ସି.ଆର୍‌. ଧାନ ୩୦୦, ୮୩.ସି.ଆର୍‌. ଧାନ ୩୦୩, ୮୪.ସି.ଆର୍‌. ଧାନ୩୦୪, ୮୫.ସି.ଆର୍‌. ଧାନ ୨୦୨, ୮୬.ସି.ଆର୍‌. ଧାନ ୪୦୭, ୮୭.ସି.ଆର୍‌. ଧାନ ୫୦୫, ୮୮.ସି.ଆର୍‌. ଧାନ ୨୦୫(ଆଇ.ଟି. ୨୨୭୩୭), ୮୯.ଅଙ୍କିତ (ସି.ଆର୍‌. ଧାନ ୧୦୧ ), ୯୦.ସଚଳା (ସି.ଆର୍‌. ଧାନ ୨୦୩), ୯୧.ଗୋପିନାଥ (ସି.ଆର୍‌. ଧାନ ୨୦୬), ୯୨.ମଧୁମଣି.(ସି.ଆର୍‌. ଧାନ ୩୦୭), ୯୩.ଚକାଆଖି (ସି.ଆର୍‌. ଧାନ ୪୦୮) 

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (OUAT) ଦ୍ଵାରା ଉଦ୍ଭାବିତ ଧାନ କିସମ
୧.ହେମା, ୨.ଜଗନ୍ନାଥ, ୩.କୁମାର, ୪.ରାଜେଶ୍ଵରୀ, ୫.ପାରିଜାତ, ୬.ଯଯାତି, ୭.ସୁଫଳା, ୮.ଶଙ୍କର, ୯.ସୁଭଦ୍ରା, ୧୦.ଦୟା, ୧୧.ପ୍ରତାପ, ୧୨.ରୁଦ୍ର, ୧୩.ସାରଥୀ, ୧୪.ଗୌରୀ, ୧୫.ପଥରା, ୧୬.ରମ୍ଭା, ୧୭.ଅନଙ୍ଗ, ୧୮.ଭୁବନ, ୧୯.ଲଲାଟ, ୨୦.ଶ୍ରାବଣୀ, ବାଦାମୀ, ୨୧.ଭଂଜ, ୨୨.ବିରୁପା, ୨୩.କାଞ୍ଚନ, ୨୪.ଖଣ୍ଡଗିରି, ୨୫.ମହାଲକ୍ଷ୍ମୀ, ୨୬.ମାଣିକ, ୨୭.ମେହେର, ୨୮.ନୀଳଗିରି, ୨୯.ସାମନ୍ତ, ୩୦.ସନ୍ତେପ ହିପ୍‌-୩, ୩୧.ଉର୍ବଶୀ, ୩୨.ସାଗରିକା, ୩୩.ସୁଭଦ୍ରା, ୩୪.ଘଣ୍ଟେଶ୍ଵରୀ

OUAT ଉଦ୍ଭାବିତ  ଅନ୍ୟ ଶସ୍ୟାଦିର କିସମ
ଗହମ କିସମ:  ୧.ସାଗରିକା, ୨.ଉତ୍କଳିକା
ମାଣ୍ଡିଆ କିସମ: ୧.ନୀଳାଚଳ, ୨.ଦିବ୍ୟସିଂହ
ବିରି କିସମ: ୧.ସାରଳା
ମୁଗ କିସମ: ୧.ଧଉଳି
କୋଳଥ କିସମ: ୧.ଊର୍ମି
ଚିନାବାଦାମ କିସମ: ୧.କିସାନ, ୨.ଜୱାନ, ୩.ସ୍ମୃତି
ତିଳ ବା ରାଶି କିସମ: ୧.ବିନାୟକ, ୨.କନକ, ୩.କଳିକା, ୪.ଉମା(କେ.ଏ. ୫), ୫.ଉଷା (କେ.ଏ.୭), ୬.ବିନାୟକ, ୭.ସ୍ମାରକ(ଓଏସ୍‌ସି- ୫୬୦), ୮.ଶୁଭ୍ରା (ଓଏସ୍‌ସି- ୨୦୭)
ଅଳସୀ ବା ରାମତିଳା କିସମ: ୧.ଦେଓମାଲି
ନଳିତା କିସମ: ୧.ବଳଦେବ, ୨.ଜୟଦେବ, ୩.ମହାଦେବ, ୪.ରେବତୀ

ଅାମ୍ଭର ମନ୍ତବ୍ୟ:
ଉପରୋକ୍ତ କିସମଗୁଡ଼ିକ ପ୍ରକୃତରେ ରାଜ୍ୟର ବିହନ ନିଗମରେ ଉପଲବ୍ଧ କି? ଠିକ୍ ସମୟରେ ଚାଷୀଙ୍କ ପାଖରେ ପହଞ୍ଚୁଛି କି? ଏହା ଯାଞ୍ଚ କରିବା ପ୍ରତ୍ୟେକ ସଚେତନ ନାଗରିକଙ୍କ କର୍ତ୍ତବ୍ୟ...

26 जून 2015

ଘଟ ବିଭ୍ରାଟ ଓ ଓଡ଼ିଶା ବଂଦ୍‌

ଭୁବନେଶ୍ଵର, ୨୬ ଜୁନ୍‌ ୨୦୧୫: ୨୦୧୫ ମସିହାରେ ବଡ଼ଦେଉଳରେ ଚାରିମୂର୍ତିଙ୍କର ନବକଳେବରକୁ ନେଇ ବିଭ୍ରାଟ ଦେଖା ଦେବା ପରେ କଂଗ୍ରେସ ଡାକରାରେ ଆଜି ଅଭୂତପୂର୍ବ ଭାବେ ବନ୍ଦପାଳନକୁ ସଫଳତା ମିଳିଛି।  ଅବଶ୍ୟ ଏଥିରୁ କଂଗ୍ରେସକୁ କିଛି ମାତ୍ରାରେ ଫାଇଦା ମିଳିବ। ହେଲେ ନବକଳେବର ଘଟ ପରିବର୍ତନ ବିଭ୍ରାଟକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉପୁଜିଥିବା ଅସନ୍ତୋଷ କାରଣରୁ ଏପରି ହୋଇଛି। ଆଜି ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ବିଶେଷ ଭାବେ ବିଭିନ୍ନ ଦୃଶ୍ୟ ଦେଖାଇବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି। ହେଲେ, ବଂଦ୍‌ ପାଳନକୁ ନେଇ ଘଟିଥିବା ହିଂସାରେ  ଧନଜୀବନର ଯେଉଁ କ୍ଷତି ହୋଇଛି, ତାହା ଉପରେ ଯଥେଷ୍ଟ ଚର୍ଚା ହୋଇ ନାହିଁ। ଯେଉଁ ଗାଡ଼ିମଟର ସବୁ ଭାଙ୍ଗିଛି ବା ପୋଡ଼ିଛି, ସେଗୁଡ଼ିକୁ ବୀମାରାଶି ମିଳିବ ନାହିଁ। କାରଣ ସାଧାରଣ ବୀମା କମ୍ପାନୀମାନେ ସ୍ପଷ୍ଟ କରି ଦେଇଛନ୍ତି ଯେ ଘୋଷିତ ବଂଦ୍‌ ପାଳନ ବେଳେ କ୍ଷୟକ୍ଷତି ହେଲେ ବୀମା କମ୍ପାନୀ ଦାୟୀ ରହିବ ନାହିଁ। ଏହା ଆଇନସମ୍ମତ କି ନାହିଁ, ତାହା ଉପରେ ତର୍ଜମା ହେବା ଦରକାର।

ସବୁଠୁ ବଡ଼ କଥା ହେଉଛି, କଂଗ୍ରେସ ପାର୍ଟି ଓଡ଼ିଶାରେ ଲୋପପାଇଯିବ ବୋଲି ଯାହା ଆଶଙ୍କା କରାଯାଉଥିଲା, ତାହା ଆଜି ଭୁଲ୍‌ ପ୍ରମାଣିତ ହୋଇଛି। ଶାସକ ବିଜୁ ଜନତା ଦଳର ଚତୁର୍ଥ ଇନିଂସ୍‌ ବେଳକୁ ଅନେକ ମାର୍କାମରା କଂଗ୍ରେସ କର୍ମୀ ଘଟପରିବର୍ତନ କରି ବି.ଜ.ଦ.ମୁହାଁ ହେଉଥିବା ବେଳେ ଆଜି ତାହାର ଓଲଟା ଫଳ ଦେଖିବାକୁ ମିଳିଛି। ରାଜ୍ୟବାସୀଙ୍କ ଭାବପ୍ରବଣତାକୁ ଗୋଟାଇବାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ବେଶ୍‌ ସଫଳ ହୋଇଛି। ହେଲେ ଏହାକୁ ନିର୍ବାଚନୀ ଫାଇଦା ବନାଇବାରେ କଂଗ୍ରେସର ରଣନୀତି କ’ଣ ହେବ, ତାହା ଦେଖିବାର ଅଛି। ତେବେ ଏଥିରେ ଭାରତୀୟ ଜନତା ପାର୍ଟି ପଛରେ ପଡ଼ିଯାଇଛି। ଏଥର ମିଡ଼ିଆବାଲା ପୁଣି ଆକ୍ଷେପ କରିବେ ଯେ ଶାସକ ଦଳ ସହିତ ବୋଧେ କିଛି ସଲାସୁତରା ଅଛି। ଜୁନ୍‌ ୩୦ ତାରିଖରୁ ୬ ଦିନ ପର୍ଯ୍ୟନ୍ତ ଆନ୍ଦୋଳନର ଆଉ କିଛି ମୂଲ୍ୟ ନଥିବ। ସେତେ ବେଳକୁ ପୁଲିସ, ପ୍ରଶାସନ ସମେତ ମାଡ଼ ଖାଇଥିବା ସାଧାରଣ ନାଗରିକ ସଚେତନ ହୋଇଯାଇଥିବେ ଏବଂ କଂଗ୍ରେସ ଆହୂତ ବଂଦ୍‌ର ରାଗକୁ ଭା.ଜ.ପା. ଉପରେ ଶୁଝେଇ ଦେବେ।

ଦିବ୍ୟଦାରୁ ଚିହ୍ନଟ ବେଳର ଦୁର୍ନୀତି ଖବର କେତୋଟି ଗଣମାଧ୍ୟମ ବାରମ୍ବାର ପ୍ରକାଶ କରୁଥିଲେ। ପରେ ଦାରୁ ପୋଲା ବାହାରିବାରୁ ମଧ୍ୟ ରାଜ୍ୟବାସୀ ତାତିକି ଥିଲେ। ଏହା ସାଙ୍ଗକୁ ଘଟ ପରିବର୍ତନ ବିଭ୍ରାଟ ଖବରମାନ ଲୋକଙ୍କ କ୍ରୋଧକୁ ଚରମସୀମାକୁ ନେଇଗଲା। ତେଣୁ ଏହି ବଂଦ୍‌କୁ ସମର୍ଥନ କରିଥିବା ବ୍ୟକ୍ତିମାନେ କଂଗ୍ରେସିଆ ନୁହନ୍ତି। କିନ୍ତୁ ଏହାକୁ କିଭଳି ବି.ଜ.ଦ. ବିରୋଧୀ ଜନମତରେ ରୂପାନ୍ତରିତ କରାଯାଇପାରିବ, ତାହା ଉପରେ ଧମାଧମ୍‌ କାର୍ଯ୍ୟ ହେବା ଦରକାର।

ଓଡ଼ିଶାର ସବୁ ଗଣମାଧ୍ୟମ ଏଥର ଲୋକଙ୍କ ପକ୍ଷ ନେଇକି ସେବାୟତମାନଙ୍କ ବିବୃତିକୁ ନିନ୍ଦା କରିବାରେ ଲାଗିଛନ୍ତି। ଏହି ଭୁଲ୍‌ କ୍ଷମଣୀୟ ନୁହେଁ ବୋଲି ସାବ୍ୟସ୍ତ କରାଯିବା ପରେ ମଧ୍ୟ ‘‘ଭୁଲି ଯାଆନ୍ତୁ’’ ବୋଲି ସେବାୟତଙ୍କ ବିବୃତିକୁ ପ୍ରାୟ ସବୁ ସମ୍ବାଦପତ୍ର ନାପସନ୍ଦ କରିଛନ୍ତି। ଯଦିଓ ଶାସକଦଳ କେବେ ବି ଗଣମାଧ୍ୟମର କଣ୍ଠରୋଧ କରିବାକୁ ପ୍ରୟାସ କରି ନାହିଁ, ତଥାପି ଗଣମାଧ୍ୟମ ଏଥର ଶାସକଙ୍କ ଉପରେ ଭାରୀ ପଡ଼ିଥିବା ଜଳଜଳ ଦେଖାଯାଉଛି।

ଶ୍ରୀମନ୍ଦିର ପରିସରରେ ସେବାୟତମାନଙ୍କ ଔଦ୍ଧତ୍ୟ ଓ ଶୋଷଣ ଉପରେ ଗତ ୧୦ ବର୍ଷ ଧରି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ରହିଥିବା କ୍ରୋଧର ମଧ୍ୟ ହିସାବକିତାବ ଏହି ରଥଯାତ୍ରା ପୂର୍ବରୁ ହେବା ଦରକାର। ଆଜିର ସବୁଠୁ ଦୁଃଖଦ କଥା ହେଉଛି ଯେ ପର୍ଯ୍ୟଟକମାନେ ମଧ୍ୟ ଏହି ବଂଦ ଦ୍ଵାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେବାୟତମାନଙ୍କ  ପଶୁବତ୍‌ ଆଚରଣ (ମୁଥ ମାରି ମୁହଁ ଫଟେଇବା) ବଢୁଥିବା ବେଳେ କେରଳ, ତାମିଲନାଡୁ ରାଜ୍ୟରୁ ଭକ୍ତମାନେ  ଆସିବା ପ୍ରାୟତଃ ବନ୍ଦ କରି ଦେଲେଣି। କର୍ଣାଟକ, ଆନ୍ଧ୍ରପ୍ରଦେଶ, ପଂଜାବ, ହରୟାଣା, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ରାଜସ୍ଥାନର ଭକ୍ତମାନଙ୍କ ସଂଖ୍ୟା ବିପୁଳ ମାତ୍ରାରେ କମିଗଲାଣି। କେବଳ ପଶ୍ଚିମବଂଗ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର ଓ ମହାରାଷ୍ଟ୍ରର ଭକ୍ତମାନଙ୍କୁ ନେଇ ଚାଲିଛି ଶ୍ରୀମନ୍ଦିର। ତାହା ପୁଣି ଟୁର୍‌ ଅପରେଟରମାନଙ୍କ ଉଦ୍ୟମ ତଥା ଇସ୍କନ୍‌ ତୀର୍ଥଯାତ୍ରା ସଂଗଠନର କାର୍ଯ୍ୟକ୍ରମ ଯୋଗୁ ସମ୍ଭବ ହେଉଛି। ସେବାୟତ ପରିବାରର ଅବିବାହିତ ଭେଣ୍ଡାମାନେ ସେବାୟତ ବେଶରେ ଦାଦାଗିରି ବନ୍ଦ ନକଲେ ସବୁ ଲଜ୍ଜା ଓଡ଼ିଶାବାସୀଙ୍କୁ ମୁଣ୍ଡାଇବାକୁ ପଡ଼ିବ।

ବିଶେଷଜ୍ଞଙ୍କ ମତରେ ତୀର୍ଥଯାତ୍ରୀ ତଥା ଭକ୍ତମାନଙ୍କ ସାମଗ୍ରୀର ସୁରକ୍ଷା ଆଉ ଘରୋଇ ସଂସ୍ଥା ଉପରେ ଛାଡ଼ି ନଦେଇ ତାହାକୁ ମନ୍ଦିର ପ୍ରଶାସନ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁ। ବୋମା ଓ ମାରଣାସ୍ତ୍ର ଯାଞ୍ଚ ପରେ ମୋବାଇଲ୍‌ଫୋନ୍‌ ଓ ଟଙ୍କା ସମେତ ସମସ୍ତ ସାମଗ୍ରୀ ଲକରରେ ରଖିବାର ବ୍ୟବସ୍ଥା ହେଉ। ଭକ୍ତମାନେ ଲକର ଚାବି ସହ ବିନା ଟଙ୍କାରେ ମନ୍ଦିର ପରିସରକୁ ଗଲେ ଗୁଣ୍ଡାଗର୍ଦିର ଠିପି ବଂଦ ହୋଇଯିବ। ତେବେ ସିଂହଦ୍ଵାର ବାହାରେ ଦର୍ଶନ ଓ ଭୋଗ ଇତ୍ୟାଦି ପାଇଁ ଆଗୁଆ ଟିକେଟ କାଟିବାର ବ୍ୟବସ୍ଥା ହେବା ଦରକାର

ଜୟ ଜଗନ୍ନାଥ।

bimal.odisha@yahoo.in

25 जून 2015

ଖବର - ଆମେ କଅଣ ଚାହୁ କଅଣ ପାଉ

ଆପଣ କଅଣ ଜାଣିବା ଉଚିତ
ହେଲେ, ଖବରରୁ ଆପଣ ପାଆନ୍ତି କଅଣ
ଶଂଖଚିଲ କୁଳ ବୁଡ଼ିଲାଣି, ବାଦୁଡ଼ି ବି ଦିଶୁ ନାହାନ୍ତି
କିଏ ହତ୍ୟାର ଶିକାର ହେଲା, କିଏ ମାରିଥିଲା
ମହୁମାଛି ହଜାର ସଂଖ୍ୟାରେ ମରୁଛନ୍ତି କାହିଁକି
ଧର୍ଷଣ, ବଳାତ୍କାର, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଥାନାରେ ଅଭିଯୋଗ
ପକ୍ଷୀମାନଙ୍କ ସଂଖ୍ୟା କାହିଁକି ବୁଡ଼ିଯିବାକୁ ବସିଛି
କିଛି ବ୍ୟକ୍ତିଙ୍କର ଭିତ୍ତିହୀନ ବିବୃତି, ଦାମ-ପ୍ୟାରୀଙ୍କ ବିବୃତି ଯୁଦ୍ଧ
ସମୁଦ୍ରଜଳରେ ଏସିଡ଼୍‌ ମାତ୍ରା ବଢୁଛି, ଜୀବାଶ୍ମ ଇନ୍ଧନର ବିକଳ୍ପ
ନବୀନ କେବେ ଦିଲ୍ଲୀ ଗଲେ, କେବେ ଫେରିଲେ
ବରଫ ଶୃଙ୍ଗଗୁଡ଼ିକ ତରଳିଯାଉଛି
ରାଜନୈତିକ ଦଳର ଦାବି ଓ ବିବୃତି ଝଡ଼
ବଣରେ ଗଛ କମିବାରେ ଲାଗିଛି, ଶିଳ୍ପଜ ପ୍ରଦୂଷଣର ବିପଦ କ’ଣ
ପ୍ରତ୍ୟେକ ବିଷୟରେ ଭୁଲ୍‌ ସୂଚନା
ପ୍ରାକୃତିକ ଗ୍ୟାସ୍‌ ଉପଦ୍ରବର ବିପଦ, ବନ୍ୟାର ବିପଦ
ବଡ଼ କମ୍ପାନୀର ଉତ୍ପାଦ, ଲୋକପ୍ରିୟ ଉତ୍ପାଦର ନୂଆ ମଡ଼େଲ
ବିଷାକ୍ତ କୃଷି କର୍ମ ଅଭ୍ୟାସର ସମସ୍ୟା ଏବଂ ଜିଏମ୍‌ଓ, ମନ୍‌ସାଣ୍ଟୋ
ଯୁଦ୍ଧବିରତି ଉଲଂଘନ, ନକ୍ସଲ ଉତ୍ପାତରେ ଏତେଜଣ ମଲେ
ମରୁଡ଼ି ଓ ମୃତ୍ତିକା ଅବକ୍ଷୟ କାରଣରୁ ଚିନ୍ତାଜନକ ଖାଦ୍ୟ ଅଭାବ
ଚୋରି, ରାହାଜାନୀ, ବ୍ୟାଙ୍କ୍‌ ଲୁଟ୍‌, ଏଟିଏମ୍‌ ଲୁଟ୍‌ ଓ ଗିରଫଦାରୀ
ଏବଂ ବନ୍ୟପ୍ରାଣୀ ସଂଖ୍ୟାରେ ଘୋର ହ୍ରାସ
ଗଂଜେଇ ଜବତ, ହେରୋଇନ୍‌ ଜବତ, ଦେଶୀମଦ ଜବତ
ଜଳସ୍ତର ଦୂଷିତ ହେବା ସହ କମୁଛି କାହିଁକି
କେତେ କାର୍‌ ବିକ୍ରି ​‌ହେଲା, ମୋଟର ବାଇକ୍‌ ବିକ୍ରୀ‌ ହେଲା
ଜୈବିକ ଖାଦ୍ୟ ଉତ୍ପାଦନ ବଢ଼ାଇବା କେମିତି
ସେକ୍ସସ୍କାଣ୍ଡାଲ, ସେକ୍ସରାକେଟ୍‌, ବଙ୍ଗୀୟ ଯୁବତୀ ଗିରଫ
ପର୍ମାକଲ୍‌ଚର ଓ ସୁସ୍ଥାୟୀ ଜୀବନଯାପନ
ସଂପାଦକୀୟ ପୃଷ୍ଠାରେ ନୈତିକତାର ପରାମର୍ଶ, ରାଜନୀତି ଚର୍ଚା
ଯୁଦ୍ଧର ବାସ୍ତବତାଗୁଡ଼ିକ କ’ଣ? ରାଷ୍ଟ୍ରୀୟ ନିରାପତ୍ତାରେ ଫାଙ୍କ
ବାର୍ଷିକ ଉତ୍ସବ, ପୁରସ୍କାର ଉତ୍ସବ, କିଏ ପୁରସ୍କୃତ ହେଲେ
ଆପଣଙ୍କ ଅଧିକାରକୁ କେମିତି ଉଲଂଘନ କରାଯାଉଛି
ଲାଞ୍ଚନେବା ବେଳେ ଭିଜିଲାନ୍ସ ଧରିଲା, କାର୍ଯ୍ୟାନୁଷ୍ଠାନ ନଥିବ
ଦେଶାନ୍ତର ଉପରେ ମିଛ କଥା, ନୂଆ ଜୀବିକା ପନ୍ଥା
ବଡ଼ଦେଉଳରେ କେବେ ପୁନେଇ, ଏକାଦଶୀ, ବୁଡ଼ ଓ ବେଶ
କାରାଗାର ଶିଳ୍ପର ଅଭିବୃଦ୍ଧି, କୁଟୀରଶିଳ୍ପର ବିକାଶ
ବନ୍ଦପାଳନ, ଟାୟାରଜଳା, ରାସ୍ତାରୋକୋ
ସରକାରୀ ବଜେଟ୍‌ରେ କ’ଣ ଅଛି, ନୂଆ ସ୍କିମ୍‌ କ’ଣ
ଗୁଳିମାଡ଼, ଗୁଳିକାଣ୍ଡ, ଭୁଜାଲିମାଡ଼, ଖଣ୍ଡା ବୁଲିଲା
କାର୍ଯ୍ୟକ୍ରମ ରୂପାୟନରେ ଭୁଲ୍‌ଭଟକା, କେମିତି ସୁଧୁରିବ
ଜମିମାଫିଆ, ଖଣିମାଫିଆ, ଚିଟ୍‌ଫଣ୍ଡ୍‌ ମାଫିଆଙ୍କ ଦୌରାତ୍ମ୍ୟ
ସମ୍ବିଧାନରେ କ’ଣ ଅଛି, ଆଇନରେ କ’ଣ ଅଛି
ସରକାରୀ ଘୋଷଣା,ଓ ବିଭାଗର ପ୍ରଶଂସା

24 जून 2015

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋବାଇଲ୍‌ App

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜର ମୋବାଇଲ୍‌ ଆପ୍‌ ଆରମ୍ଭ ହୋଇଛି। ଆନ୍ଦ୍ରଏଡ଼୍‌ ସ୍ମାର୍ଟଫୋନ୍‌ ବ୍ୟବହାରକାରୀମାନେ ଏହି Appକୁ ଗୁଗୁଲ୍‌ ପ୍ଲେଷ୍ଟୋର୍‌ରୁ ଡାଉନ୍‌ଲୋଡ଼୍‌ କରି ବ୍ୟବହାର କରିପାରିବେ। ଏହି ବ୍ଲଗ୍‌ର ତଳେ ତାହାର ଲିଙ୍କ୍‌ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ନିବେଦନ କରିଛନ୍ତି ଯେ ଏହି App ଜରିଆରେ ନାଗରିକମାନେ ତାଙ୍କ ସହିତ ସଂପର୍କରେ ରହନ୍ତୁ। ଏହି ମୋବାଇଲ୍‌ ଆପ୍‌ରେ ପ୍ରଧାନମନ୍ତ୍ରୀଙ୍କ ଦୈନନ୍ଦିନ କାର୍ଯ୍ୟାବଳୀର ସୂଚନା ମିଳିବ। ବ୍ୟବହାରକାରୀମାନେ ମଧ୍ୟ ଚାହିଲେ ପ୍ରତ୍ୟକ୍ଷ ଭାବରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସଂକ୍ଷିପ୍ତ ବାର୍ତା ଓ ଇମେଲ୍‌ ପାଇବାର ପସନ୍ଦକୁ ସକ୍ରିୟ କରିପାରିବେ। ଏପରିକି ମନ୍‌ କୀ ବାତ୍‌ର ବିଭିନ୍ନ ଅଧ୍ୟାୟକୁ ମଧ୍ୟ ଏହି ଆପ୍‌ରୁ ଶୁଣିପାରିବେ, ତାଙ୍କର ବ୍ଲଗ୍‌ ପଢ଼ିପାରିବେ, କିମ୍ବା ତାଙ୍କ ଜୀବନୀ ମେନୁକୁ ଯାଇ ତାଙ୍କ ବିଷୟରେ ଅଧିକ ସୂଚନା ପାଇପାରିବେ। ସବୁଠୁ ବଡ଼ କଥା ହେଲା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରୟାସ ଓ ସଫଳତା ଉପରେ ମଧ୍ୟ ବିସ୍ତୃତ ସୂଚନା​‌ ‘ଇନ୍‌ଫୋଗ୍ରାଫିକ୍ସ’ ମେନୁରୁ ମିଳିବ।

ତେବେ ଏହି ଆପ୍‌ ଦ୍ଵାରା ରାଷ୍ଟ୍ରୀୟ ନିରାପତ୍ତା ପ୍ରତି ଭବିଷ୍ୟତରେ ବିପଦ ଅଛି କି ନାହିଁ? ଜଣେ ପାକିସ୍ତାନୀ ଚାହିଲେ ଏହାକୁ ନିଜ ମୋବାଇଲରେ ଚାଲୁ କରିପାରିବ କି ନାହିଁ? WindowPhoneiPhone ପାଇଁ ଏହି ଆପ୍‌ କେବେ ଶୁଭାରମ୍ଭ ହେବ? ଏମିତି ଅନେକ ପ୍ରଶ୍ନ ଉପରେ କୌଣସି ସୂଚନା ବା ସ୍ପଷ୍ଟୀକରଣ ପ୍ରକାଶ ପାଇ ନାହିଁ। ଆପଣମାନେ ବ୍ୟବହାର କଲେ ହିଁ ଏହାର ଅନେକ ସୁବିଧା ଅସୁବିଧା ଜାଣିପାରିବେ।

Prime Minister Narendra Modi launched his own mobile app to stay connected with people. Narendra Modi Mobile App – is available on Google’s PlayStore and can be downloaded by Android users free of cost. The PM urged citizens to stay connected through the app. The app provides updates on the day-to-day activities of the PM. It presents an opportunity to receive messages and emails directly from Shri Narendra Modi. Using the app, one can tune-in and listen to the various ‘Mann ki Baat’ editions of the PM, read his blogs, and get to know more about him from the Biography section. The app provides comprehensive information on initiatives and achievements of the Union Government, including an ‘infographics’ section. The app can be downloaded at:



23 जून 2015

ଡାଲି ମିଶନ କେବେ?

ଡାଲି ଦର ଶହେ ଟଙ୍କା  ଟପିଲା ପରେ  ବି ବିଶେଷ ପ୍ରତିକ୍ରିୟା ଜଣାପଡୁନି। ଅଥଚ ଆଳୁ ଦର ଯେବେ ଅଶୀ ଛୁଇଁଥିଲା, ସେବେ ଏକାଧିକ ସହରରେ ଖାଉଟି ତାତିଥିଲେ।  ଏଥିରୁ ଜଣାପଡୁଛି କି ରାଜ୍ୟ ଯାକ ଲୋକଙ୍କର ପସନ୍ଦିଆ ଖାଦ୍ୟରେ ଡାଲି ନାହିଁ। ବରଂ ଆଳୁ ରହିଛି। କିନ୍ତୁ ଆଳୁ ଅପେକ୍ଷା ଡାଲି ଯେ ଅଧିକ ପୁଷ୍ଟିକର, ଏକଥା ଆଉ ଆମେ ଲୋକଙ୍କୁ ପଢ଼ାଇବୁ ନାହିଁ।  କିନ୍ତୁ ବିଦ୍ୟାଳୟର ମଧ୍ୟାହ୍ଣ ଭୋଜନ, ସହରର ‘ଆହାର’ ଯୋଜନା, ଅଙ୍ଗନୱାଡ଼ି କେନ୍ଦ୍ରର ରନ୍ଧାଖାଦ୍ୟ, ବିଭିନ୍ନ ସରକାରୀ ଛାତ୍ରାବାସ, ଛାତ୍ରୀନିବାସ, ପୁଲିସ୍‌ ବାରାକ୍‌, ତାଲିମ କେନ୍ଦ୍ରର ଖାଦ୍ୟରେ ଡାଲି ଜରୁରୀ। ଯାହାର କୌଣସି ବିକଳ୍ପ ନାହିଁ।  

ଡାଲି କହିଲେ ସାଧାରଣତଃ ଆଜିକାଲି ହରଡ଼ ଓ ମୁଗ ଡାଲିକୁ ବୁଝାଉଛି। ଖେସାରିଚଣାକୁ କେଉଁ କାଳରୁ ସରକାର ଅଖାଦ୍ୟ ଘୋଷଣା କରି, ତାହାର ଉତ୍ପାଦନ ଓ ଖାଦ୍ୟ ରୂପେ ଗ୍ରହଣକୁ  ନିଷେଧ କରିଛନ୍ତି। ଗଂଜାମ ଜିଲ୍ଲାରେ ବହୁଳ ଉତ୍ପାଦିତ ଏହି ଡାଲିଜାତୀୟ ଫସଲକୁ ବିଲଚଣା ବୋଲି କହନ୍ତି, ଯାହାକୁ ପୂର୍ବ ଓଡ଼ିଶାରେ କେବଳ ଚଣା କହିଲେ ବୁଝାପଡ଼େ। ତେଣେ ମସୁରିଡାଲି ଉପରେ ମଧ୍ୟ ସମାନ ପ୍ରକାର ବୈଜ୍ଞାନିକ କଟକଣା ରହିଛି। ଆଉ ଉପକାରୀ ସାବ୍ୟସ୍ତ ହୋଇଥିବା କୋଳଥ ଡାଲି, ବଜାରରେ ସ୍ଵପ୍ନ ହୋଇଯାଇଛି। ଦିନ ଥିଲା ଓଡ଼ିଶାରେ ଲୋକେ ବିରି ଡାଲି ବି ଖାଉଥିଲେ। ହେଲେ ଆଜିକାଲି ଆଉ ଦେଶୀ ବିରି କିସମ ଘରେ କି ବଜାରରେ କେଉଁଠି ନାହିଁ। ଅନ୍ୟ କଥାଟି ହେଲା, ଆଜିର ଭେଜାଲ ଯୁଗରେ ପ୍ରାୟ ୯୦ ଭାଗ ଲୋକଙ୍କର ଯାବତୀୟ ପେଟ ଗୋଳମାଳ ସମସ୍ୟା ରହୁଛି। ଯାହାର ମୂଳ କାରଣ  ହେଉଛି - ନାଳ (Mucus), ଆଉ ଏହାକୁ ବଢାଇ ଦିଏ ଏବେର ସଙ୍କର କିସମ ବିରି ଡାଲି। ତେଣୁ ସେଇଥିପାଇଁ ବିନା ସରକାରୀ ଘୋଷଣାରେ ମଧ୍ୟ ଲୋକମାନଙ୍କ ଭିତରେ ଏହା ଏକ ଗର୍ହିତ ଡାଲି ପାଲଟି ଯାଇଛି। ସେହିପରି ବୁଟଡାଲି ମଧ୍ୟ ରାସ୍ତାକଡ଼ ହୋଟେଲରେ ଡାଲ୍‌ ଫ୍ରାଏ ବା ତଡ଼କା ନାମରେ ବିକ୍ରି ହେଉଛି। ହରଡ଼ ଡାଲି ଦାମିକା ହୋଇଥିବାରୁ ଶସ୍ତା ବୁଟଡାଲି ମଧ୍ୟ ସରକାରୀ ଖାଦ୍ୟ କାର୍ଯ୍ୟକ୍ରମରେ ପ୍ରୟୋଗ ହେଉଥିବା ଜଣାପଡ଼ିଲାଣି। କିନ୍ତୁ ବୁଟଡାଲି ମଧ୍ୟ ସମସ୍ତଙ୍କ ପାଇଁ ସବୁଦୃଷ୍ଟିରୁ ସ୍ଵାସ୍ଥ୍ୟକର ନୁହେଁ।

ଅର୍ଥାତ୍‌ ଆମର ଟାର୍ଗେଟ୍‌ ହେଉଛି - ହରଡ଼, ମୁଗ ଓ କୋଳଥ ଡାଲିର ଉତ୍ପାଦନ ବୃଦ୍ଧି ତଥା ସଂଗ୍ରହ ଓ ବିତରଣକୁ ସୁସଂଗତ କରିବା। ଏଠାରେ ମନେ ପକାଇଦେବାକୁ ଚାହୁ ଯେ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ଗୋଟିଏ ଉଲ୍ଲେଖନୀୟ ଘଟଣା ଥିଲା, ପଂଜାବ-ହରିଆନାର ଚାଷୀମାନଙ୍କ ଦ୍ଵାରା ଧାନଚାଷ କରାଇବା। ସେତେବେଳେ ଦେଶରେ ଶସ୍ୟର ଅଭାବ ପୂରଣ ପାଇଁ କେବଳ ଆହ୍ୱାନ ଜରିଆରେ ସେହି ରାଜ୍ୟର ଚାଷୀମାନଙ୍କୁ ମତେଇ ଦେଇଥିଲେ ଅଟଳଜୀ। ଆଉ ଫସଲ ଉତ୍ପାଦନ ପରେ ଯାହା ହେଲା, ତାହା ଦେଶରେ ଖାଦ୍ୟ-ଅଧିକାର କର୍ମୀମାନଙ୍କୁ ବିରକ୍ତ କଲା। କାରଣ ଏମିତି ପରିସ୍ଥିତି ହେଲା ଯେ ବିଭିନ୍ନ ସରକାରୀ ଗୋଦାମରୁ ଚାଉଳ ନେଇ ଗରିବ ଲୋକଙ୍କୁ ମାଗଣାରେ ବାଂଟିବା ପର୍ଯନ୍ତ କଥା ଗଲା।

ଓଡ଼ିଶା ସରକାର ସେମିତି କରନ୍ତୁ। ମୁଖ୍ୟତଃ ଓଡ଼ିଶାର ଚାଷୀମାନଙ୍କୁ ଡାଲି ଚାଷ ପାଇଁ ଉସୁକାନ୍ତୁ। ଠିକ୍‌ ଆଳୁଚାଷ ଭଳି ଆମ ଚାଷୀଏ ବିପୁଳ ପରିମାଣରେ ଉତ୍ପାଦନ କରି ଗଦା କରିଦେବେ। ତା’ପରେ ସରକାର ଚିନ୍ତା କରନ୍ତୁ କେମିତି ସଂଗ୍ରହ, ମହଜୁଦ୍‌ ଓ ବିତରଣ କରିବେ। କେବଳ ଦକ୍ଷିଣ ଓଡ଼ିଶାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଲେ, ତାହା ହିଁ ସାରା ରାଜ୍ୟ ପାଇଁ ବଳକା ଉତ୍ପାଦନ ସୁନିଶ୍ଚିତ କରିବାକୁ ଯଥେଷ୍ଟ ହେବ। ପୂର୍ବ ଓଡ଼ିଶାର ହରଡ଼କୁ ଦକ୍ଷିଣ ଓଡ଼ିଶା (କୋରାପୁଟ ଅଞ୍ଚଳରେ)ରେ କହନ୍ତି ଛୋଟ କାନ୍ଦୁଲ। ଆଉ ସେମାନେ ଯାହାକୁ ଉତ୍ପାଦନ କରନ୍ତି, ତାହା ହେଉଛି ବଡ଼ କାନ୍ଦୁଲ। ଯାହାକୁ ପୂର୍ବ ଓଡ଼ିଶାରେ କେବଳ କାନ୍ଦୁଲ କୁହାଯାଏ। ଏହି କାନ୍ଦୁଲ ହେଉଛି ଗୋଟାପଣେ ଜୈବିକ (Organic) ସାମଗ୍ରୀ। ଅର୍ଥାତ୍‌ ରାସାୟନିକର ପ୍ରୟୋଗ ହୁଏ ନାହିଁ କି ତାହା ସଙ୍କରଜାତୀୟ ନୁହେଁ। କୃଷି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବାରମ୍ବାର ପ୍ରଚାର ଓ ଘୋଷଣା କରିକି ମୁଖ୍ୟତଃ ଆଦିବାସୀ ଚାଷୀମାନଙ୍କ ଧ୍ୟାନ ଆକର୍ଷଣ କରିପାରିବେ।

ଏକଥା ସର୍ବଜନବିଦିତ ଯେ ଦକ୍ଷିଣ ଓଡ଼ିଶାର ବିପୁଳ ପରିମାଣରେ ଜୈବିକ ଉତ୍ପାଦ ପ୍ରତିବର୍ଷ ଆନ୍ଧ୍ର-ଛତିଶଗଡ଼ର ମହାଜନମାନେ ସଂଗ୍ରହ କରି ନିଅନ୍ତି। ଫଳରେ ପ୍ରକ୍ରିୟାକରଣ ପରେ ବି ସେହି ଉତ୍ପାଦଗୁଡ଼ିକ ଓଡ଼ିଶାବାସୀଙ୍କୁ  ପ୍ରାୟତଃ ମିଳେ ନାହିଁ।  ସେହି ପରି ମୁଗ ଓ କୋଳଥ ମଧ୍ୟ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରସାରିତ ହୋଇପାରିବ। ରାଜ୍ୟ ସ୍ଵାସ୍ଥ୍ୟ-ଶିକ୍ଷା (Healh Education) ବିଭାଗ କୋଳଥର ପ୍ରଚାର କରିବା ଦରକାର। କାରଣ କୋଳଥ ଏକ ଔଷଧୀୟ ଡାଲି। 

ରାଜ୍ୟର ପ୍ରଶାସକ, ଲୋକପ୍ରତିନିଧି ଓ ବିଶେଷଜ୍ଞମାନଙ୍କ ମାନସମଂଥନ (brainstorming) ପାଇଁ ଏତିକି ଯଥେଷ୍ଟ। ସରକାର ଯଦି ଅବହେଳା କରିବେ, ତେବେ ରାଜ୍ୟରେ ଡାଲି ଅଭାବରୁ ରାଜ୍ୟବାସୀଙ୍କ ମଧ୍ୟରେ ପୁଷ୍ଟିହୀନତା ବଢ଼ିଯିବ। ଆମ୍ଭେ ଆଶାବାଦୀ ଯେ ସରକାର କେବଳ ନବକଳେବର ବିଭ୍ରାଟ ପଛରେ ସବୁ ସମୟ ବରବାଦ ନକରି ଖୁବ୍‌ଶିଘ୍ର ଡାଲି ସଂକଟ ଉପରେ ପଦକ୍ଷେପ ନେବେ।

ସହଯୋଗ ପାଇଁ ସଦାପ୍ରସ୍ତୁତ: ବିମଳ ପ୍ରସାଦ, ୯୯୩୭୩୫୩୨୯୩

22 जून 2015

ଓଡ଼ିଶାର ନିଖୋଜ ଡାକ୍ତରସୂଚୀ-୨୦୧୫

ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଅବସ୍ଥାପିତ ୬୧୩ ଜଣ ଡାକ୍ତର ନିଖୋଜ ଥିବା ନେଇ କେତେକ ଆଗଧାଡ଼ିର ଖବରକାଗଜରେ ଓଡ଼ିଶା ସରକାରଙ୍କର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୧ ଜୁନ୍‌ ୨୦୧୫ରେ ଏକ ନୋଟିସ୍‌ (ନଂ. 12406/H, Conf. & Proce- 159/2015) ଜାରି କରିଛନ୍ତି। Odisha Civil Services (Classification, Control & Appeal) Rules 1962 ଅନୁସାରେ ସେମାନଙ୍କ ବିରୋଧରେ ଚିଠା ଅଭିଯୋଗ ହୋଇଅଛି। କିନ୍ତୁ ସେମାନଙ୍କ ଠିକଣା ମିଳୁ ନଥିବାରୁ ସେଗୁଡ଼ିକୁ ଦିଆଯାଇପାରୁ ନାହିଁ। ଖବରକାଗଜ ବିଜ୍ଞପ୍ତି ପଢ଼ି ୧୦ ଦିନ ମଧ୍ୟରେ ସେମାନେ ଚିଠା ଅଭିଯୋଗ ଗ୍ରହଣ କରିପାରିବେ ଏବଂ ଆଉ ୨୦ ଦିନ ମଧ୍ୟରେ ଲିଖିତ ଆକାରେ ନିଜର ପକ୍ଷ ରଖିପାରିବେ। ଅନ୍ୟଥା, ସେମାନେ ଚାହିଲେ ସଂଶୟ ମୋଚନ ପାଇଁ ବିଭାଗୀୟ ଅତିରିକ୍ତ ସଚିବ ହରେକୃଷ୍ଣ ବେହେରାଙ୍କୁ ଫୋନ୍‌ ଯୋଗେ 0674-2396618 ନଂବରରେ ଯୋଗାଯୋଗ କରିପାରିବେ। ଯେଉଁମାନେ ଯୋଗାଯୋଗ ନକରିବେ, ସେମାନଙ୍କ ବିରୋଧରେ ଚିଠା ଅଭିଯୋଗକୁ ଚୂଡ଼ାନ୍ତ ବିବେଚନା କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

ତଳସୂଚୀରେ ଲିଖିତ ଡାକ୍ତରମାନେ ବହୁଦିନ ଧରି ବେନିୟମ ଭାବେ ନିଜ ସ୍ଵାସ୍ଥ୍ୟକେନ୍ଦ୍ରରେ ଓ ମୁଖ୍ୟାଳୟରେ ଅନୁପସ୍ଥିତ ରହିଛନ୍ତି। ସମସ୍ତଙ୍କୁ ୧ ଜୁନ୍‌ ୨୦୧୫ରେ ନୋଟିସ୍‌ ଜାରି କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସ୍ପଷ୍ଟୀକରଣ ମଗାଯାଇଛି। ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ପ୍ରମୁଖ ଶାସନସଚିବ ଏହି ବିଜ୍ଞପ୍ତି ପ୍ରକାଶ କରିଥିବାର ସୂଚନା ରହିଛି। (ବିଜ୍ଞପ୍ତି ଠାରସଂଖ୍ୟା: ୧୦୦୦୧/୧/୦୦୦୪/୧୫୧୬)

ନିଖୋଜ ଡାକ୍ତରଙ୍କ  କ୍ରମ ତାଲିକା (ବିଜ୍ଞପ୍ତି ପ୍ରକାରେ)
୦୧-ଡା. ସୟଦ୍‌ ଇସ୍‌ମାଇଲ , ୦୨- ଡା. ପ୍ରଫୁଲ୍ଲ କୁମାର ଦାସ, ୦୩-ଡା. ତୁମୁଲା ପ୍ରକାଶ ରାଓ, ୦୪-ଡା. ଜ୍ୟୋତିଷଚନ୍ଦ୍ର ଦାସ, ୦୫-ଡା. ପ୍ରତାପକେଶରୀ ଦାସ, ୦୬-ଡା. କମଳାକାନ୍ତ ନାଏକ, ୦୭-ଡା. ଅନ୍ତର୍ଯ୍ୟାମୀ ସାହୁ, ୦୮-ଡା. ନମିତା ସେଠୀ, ୦୯-ଡା. ସୁନୀଲ କୁମାର ନନ୍ଦ, ୧୦-ଡା. ଲକ୍ଷ୍ମୀକାନ୍ତ ସାହୁ, ୧୧-ଡା. ସୀମାଞ୍ଚଳ ମହାପାତ୍ର, ୧୨-ଡା. ବେଣୁଗୋପାଳ ଦାସ, ୧୩-ଡା. ପବିତ୍ର କୁମାର ପଟ୍ଟନାୟକ, ୧୪-ଡା. ଅଶୋକ କୁମାର ବେହେରା, ୧୫-ଡା. ସିସିନ୍ତି ହରିଶଙ୍କର ପାତ୍ର, ୧୬-ଡା. ତନ୍ମୟ କୁମାର ଦାସ, ୧୭-ଡା. ପୋଟାପ୍ରଗଡ଼ ଭି. ମୋହନ, ୧୮-ଡା. ଅନସୂୟା ଜେନା, ୧୯-ଡା. ବ୍ରହ୍ମାନନ୍ଦ ଦାଶ, ୨୦-ଡା. ଅରୁଣ ଚରଣ ଦାଶ, ୨୧-ଡା. ସୀମାଂଚଳ ମହାପାତ୍ର, ୨୨-ଡା. ଲଲାଟେନ୍ଦୁ ମହାନ୍ତି, ୨୩-ଡା. ବୃଷଭାନୁ କରଣ, ୨୪-ଡା. ମୁକ୍ତିକାନ୍ତ ସେନାପତି, ୨୫-ଡା. ପ୍ରଫୁଲ୍ଲ କୁମାର ପାତ୍ର, ୨୬-ଡା. ସୁରେଶଚନ୍ଦ୍ର ସାହୁ, ୨୭-ଡା. ଲକ୍ଷ୍ମୀନାରାୟଣ ସାହୁ, ୨୮-ଡା. ସୁଧାଂଶୁ ଶେଖର ସୂତାର, ୨୯-ଡା. ଅରିଜିତ ମହାପାତ୍ର, ୩୦-ଡା. ଲଲାଟେନ୍ଦୁ ଜେନା, ୩୧-ଡା. ପ୍ରଭାତ କୁମାର ପଟ୍ଟନାୟକ, ୩୨-ଡା. ଭାରତ ବିଜୟ ପୁରୋହିତ, ୩୩-ଡା. ସଂଧ୍ୟାରାଣୀ ଦାଶ, ୩୪-ଡା. ଶ୍ଵେତପଦ୍ମା ମିଶ୍ର, ୩୫-ଡା. କେଦାରନାଥ ପଣ୍ଡା, ୩୬-ଡା. ରାଜେଶ କୁମାର କର, ୩୭-ଡା. ନିହାର ରଂଜନ ପ୍ରଧାନ, ୩୮-ଡା. ପ୍ରିୟା  ରାୟ, ୩୯-ଡା. ସୁଶାନ୍ତ କୁମାର ପଣ୍ଡା, ୪୦-ଡା. ରାଜେଶ ପଟ୍ଟନାୟକ, ୪୧-ଡା. ଶ୍ରୀହରି ଦତ୍ତ, ୪୨-ଡା. ଗିରିଧାରୀ ଜେନା, ୪୩-ଡା. ମହେନ୍ଦ୍ର କୁମାର ତ୍ରିପାଠୀ, ୪୪-ଡା. ଆଦିତ୍ୟ କୁମାର ରାୟ, ୪୫-ଡା. ରାଜୀବଲୋଚନ ଆଚାର୍ଯ୍ୟ, ୪୬-ଡା. ଏଲି ମହାପାତ୍ର, ୪୭-ଡା. ଗଣେଶଚନ୍ଦ୍ର ମହାପାତ୍ର, ୪୮-ଡା. ହରିବଂଧୁ ସେଠୀ, ୪୯-ଡା. ରୀତା ଦାଶ, ୫୦-ଡା. ସଂଧ୍ୟାଶ୍ରୀ ପଣ୍ଡା, ୫୧-ଡା. ସିଦ୍ଧାର୍ଥ ନନ୍ଦ, ୫୨-ଡା. ପ୍ରଣୀତା ମହାନ୍ତି, ୫୩-ଡା. ଶରତଚନ୍ଦ୍ର ପାଣିଗ୍ରାହୀ, ୫୪-ଡା. ଗୁଡ଼ିଆ ଶିବପ୍ରସାଦ, ୫୫-ଡା. ଅଂଜୁବାଳା ଦେ, ୫୬-ଡା. ବିଧୁଭୂଷଣ ମହାପାତ୍ର, ୫୭-ଡା. ଗୋପାଳ କୁମାର ପଣ୍ଡା, ୫୮-ଡା. ସିଦ୍ଧାର୍ଥ ରାଉତ, ୫୯-ଡା. ସବିତା ସ୍ଵାଇଁ, ୬୦-ଡ. ବ୍ରହ୍ମାନନ୍ଦ ସତପଥୀ, ୬୧-ଡା. ଅଜୟ କୁମାର ବେହେରା, ୬୨-ଡା. ମନୋଜ କୁମାର ସାହୁ, ୬୩-ଡା. ଶକ୍ତିସୁଧା ସାମନ୍ତରାୟ, ୬୪-ଡା. ଶୁଭ୍ରାଂଶୁ ପାତ୍ର, ୬୫-ଡା. ସୁନୀଲ କୁମାର ପଟ୍ଟନାୟକ, ୬୬-ଡା. ସୁଧୀର ରଂଜନ ସାମଲ, ୬୭-ଡା. ସତ୍ୟକାମ ଜେନା, ୬୮-ଡା. ସୁଜିତ କୁମାର ସାହୁ, ୬୯-ଡା. ମନୋରଂଜନ ମହାପାତ୍ର, ୭୦-ଡା. ଜୟଭାନୁ କୱଁର, ୭୧-ଡା. ନିତାଶା ଗୋୟଲ, ୭୨-ଡା. ଆଶିଷ ପଟ୍ଟନାୟକ, ୭୩-ଡା. ବିଶ୍ଵରଂଜନ ପାତ୍ର, ୭୪-ଡା. ସଂଘମିତ୍ରା ପଣ୍ଡା, ୭୫-ଡା. ସୋମନାଥ ଦାଶ, ୭୬-ଡା. ସୀମା ଚୌହାନ, ୭୭-ଡା. ନାରାୟଣ ପ୍ରସାଦ ମୋଦି, ୭୮-ଡା. ସତ୍ୟରଂଜନ ପାଣିଗ୍ରାହୀ, ୭୯-ଡା. ରତ୍ନା ପଣ୍ଡା, ୮୦-ଡା. ଆନ୍‌ସାରୀ SM ଇନ୍ତେଖାବ୍‌, ୮୧-ଡା. ମନୀଷା ସାହୁ, ୮୨-ଡା. ସୁସ୍ମିତା ଦାଶ, ୮୩-ଡା. ମହେନ୍ଦ୍ର ପ୍ରସାଦ ସାମଲ, ୮୪-ଡା. ପ୍ରଣବ କୁମାର ପରମାଣିକ, ୮୫-ଡା. ଦିଲ୍ଲୀପ କୁମାର ସାହୁ, ୮୬-ଡା. ନିବେଦିତା ପାତ୍ର, ୮୭-ଡା. ରାଜମୋହନ ପଣ୍ଡା, ୮୮-ଡା. ନବନୀତା ପାଢ଼ୀ, ୮୯-ଡା. ରଚିତା ଷଡଙ୍ଗୀ, ୯୦-ଡା. ଅକ୍ଷୟ କୁମାର ନାୟକ, ୯୧-ଡା. ସ୍ଵପନ କୁମାର ପ୍ରଧାନ, ୯୨-ଡା. ନିହାରମାଳିନୀ ସେନାପତି, ୯୩-ଡା. ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ୯୪-ଡା. ମନୋରଂଜନ ମହାପାତ୍ର, ୯୫-ଡା. ଅସୀମ ମହାନ୍ତି, ୯୬-ଡା. ଦେବାଶିଷ କର, ୯୭-ଡା. ଚନ୍ଦ୍ରକାନ୍ତ ପାତ୍ର, ୯୮-ଡା. ଇସାବେଲା ଟପ୍ନୋ, ୯୯-ଡା. ପ୍ରଦ୍ୟୁମ୍ନ କୁମାର ଜେନା, ୧୦୦-ଡା. ରାଜେଶ ସୁନାର, ୧୦୧-ଡା. ନିଲମ୍‌ ମହାନ୍ତି, ୧୦୨-ଡା. ଗିରିଜା ପ୍ରସାଦ ଦାଶ, ୧୦୩-ଡା. ମଧୁମିତା ମହାନ୍ତି, ୧୦୪-ଡା. ପଲ୍ଲବୀ ପଲାଇ, ୧୦୫-ଡା. ରୁବି ସତପଥୀ, ୧୦୬-ଡା. ଦେବଜ୍ୟୋତି  ତ୍ରିପାଠୀ, ୧୦୭-ଡା. ଆହୁତି ମିଶ୍ର, ୧୦୮-ଡା. ବିଜୟ କୁମାର ମେହେର, ୧୦୯-ଡା. ଶିବବ୍ରତ  ପଟ୍ଟନାୟକ, ୧୧୦-ଡା. ପ୍ରକୃତି ଦାଶ, ୧୧୧-ଡା. ଅନିନ୍ଦିତା ମିଶ୍ର, ୧୧୨-ଡା. ଶ୍ରୀଲେଖା ସତପଥୀ, ୧୧୩-ଡା. ସତ୍ୟେନ୍‌ ପରିଡ଼ା, ୧୧୪-ଡା. ତପନ ପଟ୍ଟନାୟକ, ୧୧୫-ଡା. ଚିନ୍ତାମଣି ମହାନ୍ତ, ୧୧୬-ଡା. ସତ୍ୟସ୍ଵରୂପ ତ୍ରିପାଠୀ, ୧୧୭-ଡା. କୁନାଲ ଗୌତମ, ୧୧୮-ଡା. ଶ୍ରୀକାନ୍ତ ମହାପାତ୍ର, ୧୧୯-ଡା. ସୁଖଦା ମିଶ୍ର, ୧୨୦-ଡା. ରଶ୍ମି ପଟ୍ଟନାୟକ, ୧୨୧-ଡା. ସଂଜୟ ପାଳ, ୧୨୨-ଡା. ସୁରଜିତ ସାହୁ, ୧୨୩-ଡା. ନରହରି ଅଗସ୍ତି, ୧୨୪-ଡା. ବିବୁଧେନ୍ଦୁ ମହାପାତ୍ର, ୧୨୫-ଡା. ଭୋଜରାଜ ରଣା, ୧୨୬-ଡା. ଅନୁସ୍ପନ୍ଦନ ମହାପାତ୍ର, ୧୨୭-ଡା. ଅନୀଲ ମିଶ୍ର, ୧୨୮-ଡା. ସୁଜିତ କୁମାର ବେହେରା, ୧୨୯-ଡା. ରଶ୍ମି ପଟ୍ଟନାୟକ, ୧୩୦-ଡା. ମୃତ୍ୟୁଂଜୟ ଦାଶ, ୧୩୧-ଡା. ସହସ୍ରାଂଶୁ ପୃଷ୍ଟି, ୧୩୨-ଡା. ପୁଲୀନ ବିହାରୀ ଦାସ, ୧୩୩-ଡା. ତନୁଜା ମିଶ୍ର, ୧୩୪-ଡା. ସୁମନ କୁମାର ନାଗ୍‌, ୧୩୫-ଡା. ସଂଜୟ କୁମାର ମହାପାତ୍ର, ୧୩୬-ଡା. ମନୋଜ କୁମାର ରାମ, ୧୩୭-ଡା. ଇପ୍‌ସିତା ମହାନ୍ତି, ୧୩୮-ଡା. ଇନ୍ଦ୍ରଜିତ ଜେନା, ୧୩୯-ଡା. ଏସ୍‌. ସିନି, ୧୪୦-ଡା. ଚଇତାଳି ବୋଷ୍‌, ୧୪୧-ଡା. ବିଶ୍ଵପ୍ରକାଶ ଦତ୍ତ, ୧୪୨-ଡା. ଚନ୍ଦନରାଣୀ ଓଝା, ୧୪୩-ଡା. ସତ୍ୟରଂଜନ ଦାସ, ୧୪୪-ଡା. ସ୍ଵର୍ଣଲତା ଦାସ, ୧୪୫-ଡା. ମୀନାକ୍ଷୀ ପ୍ରଧାନ, ୧୪୬-ଡା. ସୁବ୍ରତ କୁମାର ପ୍ରଧାନ, ୧୪୭-ଡା. ଦେବସ୍ମିତା​‌ ବେହେରା, ୧୪୮-ଡା. ଅର୍ଚନା ସାମଲ, ୧୪୯-ଡା. ରାଜେଶ କୁମାର  ଗୁପ୍ତା, ୧୫୦-ଡା. ଡେଜିନା ଗଡ଼ନାୟକ, ୧୫୧-ଡା. ଶୀଲା କାଣ୍ଡୁଲାନା, ୧୫୨-ଡା. ଡାଲିଆ ଦାଶ, ୧୫୩-ଡା. ବନ୍ଦ୍ୟା ସାହୁ, ୧୫୪-ଡା. ରାଜେଶ କୁମାର ଅଗ୍ରୱାଲ, ୧୫୫-ଡା. ବୁଦ୍ଧେଶ୍ଵର ମାଝୀ, ୧୫୬-ଡା. ସୁଜାତା ବେହେରା, ୧୫୭-ଡା. ସୁରେଶ କୁମାର ଟପୋ, ୧୫୮-ଡା. ସୁଜାତା ପ୍ରିୟଦର୍ଶିନୀ ମିଶ୍ର, ୧୫୯-ଡା. ରାଧାକାନ୍ତ ନାଥ, ୧୬୦-ଡା. ସରୋଜ ରଂଜନ ସାହୁ, ୧୬୧-ଡା. ନୀଳଗିରି କେର୍‌କେଟା, ୧୬୨-ଡା. ରଂଜିତ କୁମାର ସାହୁ, ୧୬୩-ଡା. ନବନୀତା ପଟ୍ଟନାୟକ, ୧୬୪-ଡା. ଭାସ୍କରଚନ୍ଦ୍ର ନାୟକ, ୧୬୫-ଡା. ଶୁଭଶ୍ରୀ ନନ୍ଦ, ୧୬୬-ଡା. ସୁରାଇ ମୁର୍ମୁ, ୧୬୭-ଡା. ମିନତି ରାଉତ, ୧୬୮-ଡା. ବିଜୟଲକ୍ଷ୍ମୀ ନନ୍ଦ, ୧୬୯-ଡା. ଅଜୟ କୁମାର ଜେନା, ୧୭୦-ଡା. ରାଜେଶ କୁମାର ଲେଙ୍କା, ୧୭୧-ଡା. ଶ୍ରୀମନ୍ତ କୁମାର ସାହୁ, ୧୭୨-ଡା. କୁଳମଣି ସୁନା, ୧୭୩-ଡା. ଶର୍ମିଳା ହାଁସଦାଃ, ୧୭୪-ଡା. ସତ୍ୟଭାମା ମାରାଣ୍ଡି, ୧୭୫-ଡା. ମଂଜୁରୀ ବେସ୍ରା, ୧୭୬-ଡା. ରିତୁ ମିଶ୍ର, ୧୭୭-ଡା. ସଂଜୀବ କୁମାର ଦୀପ୍‌, ୧୭୮-ଡା. କ୍ରିସ୍‌କିଲ୍ଲା କେରକେଟା, ୧୭୯-ଡା. ବିଜୟ କୁମାର ସେଠୀ, ୧୮୦-ଡା. ଶିବନାରାୟଣ ବେହେରା, ୧୮୧-ଡା. ବସନ୍ତ କୁମାର ବେହେରା, ୧୮୨-ଡା. ନରେଶ ଦେଶିନାୟକ, ୧୮୩-ଡା. ଅକ୍ଷୟ କୁମାର ସାହୁ, ୧୮୪-ଡା. ଜେରୋମ୍‌ ଡୁଙ୍‌ଡୁଙ୍‌, ୧୮୫-ଡା. ସଂଜୟ କୁମାର ମହାପାତ୍ର, ୧୮୬-ଡା. ସଚ୍ଚିକାନ୍ତ ଆଚାର୍ଯ୍ୟ, ୧୮୭-ଡା. ଶୁଭକାନ୍ତ ବିଶ୍ଵାଳ, ୧୮୮-ଡା. ସୁରେନ୍ଦ୍ର କୁମାର ରଥ, ୧୮୯-ଡା. ଶିବାଷିଷ ବେହେରା, ୧୯୦-ଡା. ରାଧାକୃଷ୍ଣ ରାମଚନ୍ଦାନୀ, ୧୯୧-ଡା. ପବନ କୁମାର ପଡ଼ିହାର, ୧୯୨-ଡା. ଦେବୀପ୍ରସାଦ ସାହୁ, ୧୯୩-ଡା. ଗୋପବଂଧୁ ଦତ୍ତ, ୧୯୪-ଡା. ସୌରୀନ୍‌ ଭୂୟାଁ, ୧୯୫-ଡା. ରାଜେଶ ମହାନ୍ତି, ୧୯୬-ଡା. ଅରୁଣ କୁମାର ପାତ୍ର, ୧୯୭-ଡା. ମଧୁସୂଦନ ଗୁଇଁ, ୧୯୮-ଡା. କୁଶ କୁମାର ଶାହା, ୧୯୯-ଡା. ସୁରେନ କୁମାର ଦାସ, ୨୦୦-ଡା. ମହେଶ୍ଵର ଚୌଧୁରୀ, ୨୦୧-ଡା. ଜିନାଗା ନାଗେଶ୍ଵର ରାଓ, ୨୦୨-ମାନସ ରଂଜନ ରାଉତ, ୨୦୩-ଡା. ସୁବାସଚନ୍ଦ୍ର ଦାଶ, ୨୦୪-ଡା. ଶିବକୁମାର ପାଢ଼ୀ, ୨୦୫-ଡା. ସିଦ୍ଧାର୍ଥ ଦାସ, ୨୦୬-ଡା. କାଳୀପ୍ରସାଦ ସତପଥୀ, ୨୦୭-ଡା. ରାଜେଶ ପତି, ୨୦୮-ଡା. ଦେବେନ୍ଦ୍ର କୁମାର ତ୍ରିପାଠୀ, ୨୦୯-ଡା. ସଂଦୀପ କୁମାର ମିଶ୍ର, ୨୧୦-ଡା. ଚନ୍ଦନ ଦାସ, ୨୧୧-ଡା. ରୁଦ୍ରପ୍ରତାପ ମହାପାତ୍ର, ୨୧୨-ଡା. ରଂଜିତ କୁମାର ଯୋଷୀ, ୨୧୩-ଡା. ଦ୍ଵିଜେନ୍ଦ୍ର ପ୍ରସାଦ, ୨୧୪-ଡା. ଅମିତ କୁମାର ଚୌହାନ୍‌, ୨୧୫-ଡା. ମସିବୁଲ୍‌ ଆଲମ ଖାଁ, ୨୧୬-ଡା. ଦିବ୍ୟପ୍ରସନ୍ନ ମହାନ୍ତି, ୨୧୭-ଡା. ଅନ୍ତର୍ଯାମୀ ମହାରଣା, ୨୧୮-ଡା. ମନୋରଂଜନ ନାଏକ, ୨୧୯-ଡା. ପ୍ରହଲ୍ଲାଦ ଚନ୍ଦ୍ର ମିଶ୍ର, ୨୨୦-ଡା. ଅନୀଲ କୁମାର ଦାଶ, ୨୨୧-ଡା. ଶାଶ୍ଵତ କୁମାର ପଟ୍ଟନାୟକ, ୨୨୨-ଡା. ସୁନୀଲ କୁମାର ସତପଥୀ, ୨୨୩-ଡା. ତପନ ନାୟକ, ୨୨୪-ଡା. ଜାମି ସାଗର ପୃଷ୍ଟି, ୨୨୫-ଡା. ପ୍ରଭାତ କୁମାର ମଜୁମଦାର, ୨୨୬-ଡା. ଗୀତା ସୋରେନ୍‌, ୨୨୭-ଡା. ପୃଥ୍ୱୀରାଜ ସେଠୀ, ୨୨୮-ଡା. ଜୟସିଂହ ମାଝୀ, ୨୨୯-ଡା. ନେତ୍ରାନନ୍ଦ ଦୋରା, ୨୩୦-ଡା. କବିବର ପ୍ରଧାନ, ୨୩୧-ଡା. ଫଗୁରାମ ମାରାଣ୍ଡି, ୨୩୨-ଡା. ଅଜିତ ପ୍ରସାଦ ଜେନା, ୨୩୩-ଡା. କ୍ରିଷ୍ଣ ପ୍ରିୟମ୍ବଦା, ୨୩୪-ଡା. ସଂଘମିତ୍ରା ଦାଶ, ୨୩୫-ଡା. ଚଇତାଳି ପଟ୍ଟନାୟକ, ୨୩୬-ଡା. ଇଶାନୀ ମହାପାତ୍ର, ୨୩୭-ଡା. ଦେବାଶିଷ ମିଶ୍ର, ୨୩୮-ଡା. ବିକ୍ରମ କିଶୋର ବେହେରା, ୨୩୯-ଡା. ମାଧୁରୀ ପଟ୍ଟନାୟକ, ୨୪୦-ଡା. ଜଗଦୀଶ ପ୍ରସାଦ ସାହୁ, ୨୪୧-ଡା. ସୁବ୍ରତ ପଣ୍ଡା, ୨୪୨-ଡା. ବିଶ୍ଵରଂଜନ ମିଶ୍ର, ୨୪୩-ଡା. ମୈନାକ  ଚାଟାର୍ଜୀ, ୨୪୪-ଡା. ସମୀର ନାୟକ, ୨୪୫-ଡା. ସନ୍ତୋଷ କୁମାର ପଣ୍ଡା, ୨୪୬-ଡା. ମଧୁସ୍ମିତା ପ୍ରଧାନ, ୨୪୭-ଡା. ସୁନୀତା ବେହେରା, ୨୪୮-ଡା. ଜିତାମିତ୍ର ମିଶ୍ର, ୨୪୯-ଡା. ଲିପିଲେଖା ପାଠକ, ୨୫୦-ଡା. ସୁନୀତା ବେହେରା, ୨୫୧-ଡା. ସଂଯୁକ୍ତା ମିଶ୍ର, ୨୫୨-ଡା. ଭାରତୀ ସିଂହ, ୨୫୩-ଡା. ସସ୍ମିତା ପଣ୍ଡା, ୨୫୪-ଡା. ଭବାନୀଶଙ୍କର ସାମନ୍ତରାୟ, ୨୫୫-ଡା. ରାଜଶ୍ରୀ ପାଣିଗ୍ରାହୀ, ୨୫୬-ଡା. ନୀଳୋତ୍ପଳ ମହାନ୍ତି, ୨୫୭-ଡା. ଅମ୍ରିତା ପଣ୍ଡା, ୨୫୮-ଡା. ସୌମ୍ୟରଂଜନ ଦାସ, ୨୫୯-ଡା. ବିଭୁତେନ୍ଦ୍ର ମହାନ୍ତି, ୨୬୦-ଡା. ସୋନାଲୀ ମହାପାତ୍ର, ୨୬୧-ଡା. ସୁବ୍ରତ କୁମାର ସାହୁ, ୨୬୨-ଡା. ଅନୀଲ କୁମାର ମହାପାତ୍ର, ୨୬୩-ଡା. ଲକ୍ଷ୍ମୀନାରାୟଣ ସାହୁ, ୨୬୪-ଡା. ହରିଶଚନ୍ଦ୍ର ମିଶ୍ର, ୨୬୫-ଡା. ପ୍ରଶାନ୍ତ ପ୍ରଧାନ, ୨୬୬-ଡା. ବିଶ୍ଵମୋହନ ପାଢ଼ୀ, ୨୬୭-ଡା. ସୌମିତ୍ର କୁମାରୀ ସତପଥୀ, ୨୬୮-ଡା. ଶକ୍ତି ପ୍ରସାଦ ସତପଥୀ, ୨୬୯-ଡା. ପି. ଶ୍ରୀନିବାସ ରାଓ, ୨୭୦-ଡା. ସୁବ୍ରତ କୁମାର ସାହୁ, ୨୭୧-ଡା. ଆଶୁତୋଷ ପାଣିଗ୍ରାହୀ, ୨୭୨-ଡା. ପ୍ରଦ୍ୟୁତ ରଂଜନ ଭୂୟାଁ, ୨୭୩-ଡା. ଅବନିକାନ୍ତ ସାହୁ, ୨୭୪-ଡା. ନିର୍ମଳ କୁମାର ମହାକୁଡ଼, ୨୭୫-ଡା. ଜୟଶ୍ରୀ ଚୌଧୁରୀ, ୨୭୬-ଡା. ଶିବପ୍ରସାଦ ସାହୁ, ୨୭୭-ଡା. ଇ. ଦେବରାଜୁ ରେଡ଼ୀ, ୨୭୮-ଡା. ଜୟନ୍ତ କୁମାର ମୁଦୁଲି, ୨୭୯-ଡା. ସତ୍ୟରଂଜନ ପାତ୍ର, ୨୮୦-ଡା. ମୌସୁମୀ ଦାସ, ୨୮୧-ଡା. ପ୍ରକାଶ କୁମାର ସାମଲ, ୨୮୨-ଡା. ରାଜେଶ କୁମାର ଜେନା, ୨୮୩-ଡା. ମମତାରାଣୀ ସାହୁ, ୨୮୪-ଡା. ରୁଷିକାନ୍ତ ମହାନ୍ତ, ୨୮୫-ଡା. ଆଶୁତୋଷ ସାମଲ, ୨୮୬-ଡା. ସୁବ୍ରତ କୁମାର ସାମନ୍ତରା, ୨୮୭-ଡା. ଦିଲ୍ଲୀପ କୁମାର ସୋରେନ, ୨୮୮-ଡା. ଆଲୋକ କୁମାର ବେହେରା, ୨୮୯-ଡା. ଦୟାନିଧି ମେହେର, ୨୯୦-ଡା. ବ୍ୟୋମକେଶ ପାତ୍ର, ୨୯୧-ଡା. ପ୍ରଜ୍ଞାପାରମିତା ଜେନା, ୨୯୨-ଡା. ନବୀନ କୁମାର ହେଂବ୍ରମ୍, ୨୯୩-ଡା. ସୁଧାଂଶୁ କୁମାର ଦାସ, ୨୯୪-ଡା. ରଶ୍ମିରେଖା ବେହେରା, ୨୯୫-ଡା. ବଂଶୀଧର ମୂଳିଆ, ୨୯୬-ଡା. ପ୍ରଦ୍ୟୁମ୍ନ କୁମାର ସାହୁ, ୨୯୭-ଡା. ଚିତ୍ତରଂଜନ ନାୟକ, ୨୯୮-ଡା. ମନୋରଂଜନ ସିଂହ, ୨୯୯-ଡା. ଗଭା ମହୁସ୍ମିତା, ୩୦୦-ଡା. ଏଲୋରା ଦେବୀ, ୩୦୧-ଡା. ବିଷ୍ଣୁପ୍ରସାଦ ମହାପାତ୍ର, ୩୦୨-ଡା. ସ୍ମିତା ସୌଭାଗିନୀ ବେହେରା, ୩୦୩-ଡା. ଦେବୀଦତ୍ତ ପ୍ରଧାନ, ୩୦୪-ଡା. ମଣ୍ଟୁ ଛତ୍ରିଆ, ୩୦୫-ଡା. ସ୍ମିତା ଚୌଧୁରୀ, ୩୦୬-ଡା. ପ୍ରଭାକର ବାହିନୀପତି, ୩୦୭-ଡା. ଗିରିଜା ମିଶ୍ର, ୩୦୮-ଡା. ଦୀପଙ୍କର ପଢ଼ିହାରୀ, ୩୦୯-ଡା. ଆଶିଷ ଆଚାର୍ଯ୍ୟ, ୩୧୦-ଡା. ରବିନାରାୟଣ ଗୁରୁ, ୩୧୧-ଡା. ରାମ ଗୋଏଙ୍କା, ୩୧୨-ଡା. ବିଭୁଦତ୍ତ ରାଉତରାୟ, ୩୧୩-ଡା. ପ୍ରଭାତ ରଂଜନ ମହାପାତ୍ର, ୩୧୪-ଡା. ଶୁଭାଶିଷ ମହାପାତ୍ର, ୩୧୫-ଡା. ଶେଖ୍‌ ସ୍ଵାଲେହିନ୍‌ ବକ୍ସ, ୩୧୬-ଡା. ଶ୍ରୀକାନ୍ତ କୁମାର ଧର, ୩୧୭-ଡା. ସୁଚିତ୍ରା କୁମାରୀ, ୩୧୮-ଡା. ଦେବସ୍ମିତା ରଥ, ୩୧୯-ଡା. ଅନୁରାଧା ଟିବ୍ରେୱାଲା, ୩୨୦-ଡା. ଅଂଜୁ ପ୍ରସାଦ, ୩୨୧-ଡା. ଶୁଭାଶିଷ ମହାନ୍ତି, ୩୨୨-ଡା. ନିହାରିକା ପଟ୍ଟନାୟକ, ୩୨୩-ଡା. ସ୍ମିତା ପାଢ଼ୀ, ୩୨୪-ଡା. ପ୍ରତାପ କୁମାର ମିଶ୍ର, ୩୨୫-ଡା. ମଧୁସ୍ମିତା ମହାନ୍ତି, ୩୨୬-ଡା. ରୁଦ୍ରପ୍ରକାଶ ପାଣିଗ୍ରାହୀ, ୩୨୭-ଡା. ସଂଗ୍ରାମ କେଶରୀ ମହାପାତ୍ର, ୩୨୮-ଡା. କରମଜିତ୍‌ ରଥ, ୩୨୯-ଡା. ସତ୍ୟସୁନ୍ଦର ଗଜେନ୍ଦ୍ର ମହାପାତ୍ର, ୩୩୦-ଡା. ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ୩୩୧-ଡା. ବିଜୟ ମିଶ୍ର, ୩୩୨-ଡା. ସୁନୀଲ ମାଧବ ପଣ୍ଡା, ୩୩୩-ଡା. ସୁଲୋଚନା ଦାଶ, ୩୩୪-ଡା. ଅଜିତ କୁମାର  ପଟ୍ଟନାୟକ, ୩୩୫-ଡା. ରାଜନାରାୟଣ  ମହାକୁଡ଼, ୩୩୬-ଡା. କୃଷ୍ଣପ୍ରସାଦ ବେହେରା , ୩୩୭-ଡା. ସନ୍ତୋଷ ପ୍ରସାଦ ଶର୍ମା, ୩୩୮-ଡା. କାତ୍ୟାୟନୀ ପଣ୍ଡା, ୩୩୯-ଡା. ମଧୁସ୍ମିତା ପଟ୍ଟନାୟକ, ୩୪୦-ଡା. ସବ୍ୟସାଚୀ ପରିଡ଼ା, ୩୪୧-ଡା. କବିତା ଚନଣିଆ, ୩୪୨-ଡା. ଅୟସକାନ୍ତ ପାଣି, ୩୪୩-ଡା. ଗୋପାଳକୃଷ୍ଣ ଦାସ, ୩୪୪-ଡା. ତୁଳସୀ ପ୍ରସାଦ ଡାକୁଆ, ୩୪୫-ଡା. ଜଗଦୀଶ ପ୍ରସାଦ ଦାସ, ୩୪୬-ଡା. ଅନିରୁଦ୍ଧ ଦାସ, ୩୪୭-ଡା. ଜୟଶ୍ରୀ ମିଶ୍ର, ୩୪୮-ଡା. ଦେବସ୍ମିତା ସେନାପତି, ୩୪୯-ଡା. ଶୁଭ୍ରାଂଶୁ ଶେଖର ଜେନା, ୩୫୦-ଡା. ଲୀନା ଚାନ୍ଦ, ୩୫୧-ଡା. ପ୍ରୀତିନନ୍ଦା ମିଶ୍ର, ୩୫୨-ଡା. ନିବେଦିତା ପରିଡ଼ା, ୩୫୩-ଡା. ସୁଶାନ୍ତ କୁମାର ମାଝୀ, ୩୫୪-ଡା. ଉମାଶଙ୍କର ପ୍ରଧାନ, ୩୫୫-ଡା. ଅଶୋକ କୁମାର ବଡ଼ମାଳି, ୩୫୬-ଡା. ଧର୍ମଜୀବନ ସାମନ୍ତରାୟ, ୩୫୭-ଡା. ଉପେନ୍ଦ୍ର ହାଁସଦାଃ, ୩୫୮-ଡା. ନିମାଇଁ ଚରଣ ବେହେରା, ୩୫୯-ଡା. ବିନୋଦ କୁମାର ବେହେରା, ୩୬୦-ଡା. ଆସ୍ଥେରିଆ କିରୋ, ୩୬୧-ଡା. ସୁଶାନ୍ତ କୁମାର ପାତ୍ର, ୩୬୨-ଡା. ମୃତ୍ୟୁଞ୍ଜୟ ଦାସ, ୩୬୩-ଡା. ଆକାଶ ଭାରତ ମାରାଣ୍ଡି, ୩୬୪-ଡା. ରାଜେନ୍ଦ୍ର ମଣ୍ଡଳ, ୩୬୫-ଡା. ଅମିତା ଟିଗା, ୩୬୬-ଡା. ଲୋପାମୁଦ୍ରା ବେଉରା, ୩୬୭-ଡା. ଜୟନ୍ତ କୁମାର ବୈଦ୍ୟ, ୩୬୮-ଡା. ଅପରାଜିତା ପରିଡ଼ା, ୩୬୯-ଡା. ବିଷ୍ଣୁପ୍ରିୟା ସାହୁ, ୩୭୦-ଡା. ମନୋଜ କୁମାର ମହାପାତ୍ର, ୩୭୧-ଡା. ବିଶ୍ଵଜିତ ପାଳ, ୩୭୨-ଡା. ସୁମନ ଦାସ, ୩୭୩-ଡା. ମୈତ୍ରୀ ପରିଡ଼ା, ୩୭୪-ଡା. କୁମାର ମିତ୍ରଭାନୁ, ୩୭୫-ଡା. ସୀମା ସାହା, ୩୭୬-ଡା. ପ୍ରଣତି ମିଶ୍ର, ୩୭୭-ଡା. ରାଜେଶ କୁମାର ପାଢ଼ୀ, ୩୭୮-ଡା. ଅନନ୍ତ କୁମାର ଅଗସ୍ତି, ୩୭୯-ଡା. ଦେବଦର୍ଶୀ ରଥ, ୩୮୦-ଡା. ଅର୍ଚନା ବାରିକ, ୩୮୧-ଡା. ଶ୍ରୀୟା ଦାସ, ୩୮୨-ଡା. ଜି. ସ୍ମିତା, ୩୮୩-ଡା. ଶୈଳଜା ଅଗ୍ରୱାଲ, ୩୮୪-ଡା. ଜୟପ୍ରକାଶ ପାଣି, ୩୮୫-ଡା. ସ୍ମରଣିକା ସୂତାର, ୩୮୬-ଡା. ପ୍ରଶାନ୍ତ କୁମାର ନାୟକ, ୩୮୭-ଡା. ଶିବଦତ୍ତ ଦାସ, ୩୮୮-ଡା. ଦିଲ୍ଲୀପ କୁମାର ସା, ୩୮୯-ଡା. ବିମଳ କୁମାର ସାହୁ, ୩୯୦-ଡା. ସୁପ୍ରଭା ନାଏକ, ୩୯୧-ଡା. ଖଗେଶ୍ଵର ରାଉତ, ୩୯୨-ଡା. ମୋହନଲାଲ ଜୈନ, ୩୯୩-ଡା. ରଂଜନ କୁମାର ଲେଙ୍କା, ୩୯୪-ଡା. ହରେନ୍ଦ୍ରନାଥ ମୁର୍ମୁ, ୩୯୫-ଡା. ଦେବଦତ୍ତ ବିଶ୍ଵାଳ, ୩୯୬-ଡା. ଭାବଗ୍ରାହୀ ମଲ୍ଲିକ, ୩୯୭-ଡା. ପ୍ରଦୀପ୍ତ ରଂଜନ ସାହୁ, ୩୯୮-ଡା. ବିଭୁଦତ୍ତ ସାହୁ, ୩୯୯-ଡା. ପରମେଶ୍ଵର ପଂକଜକୁମାର ରାଉତ, ୪୦୦-ଡା. ଧୀରେନ୍ଦ୍ରନାଥ ମାଝୀ, ୪୦୧-ଡା. ଦିଲ୍ଲୀପ କୁମାର ମହାନ୍ତ, ୪୦୨-ଡା. ଇନ୍ଦୁମତୀ ସୋରେଙ୍, ୪୦୩-ଡା. ସମୀରଣ ଦାସ, ୪୦୪-ଡା. ହେମନ୍ତ କୁମାର ନାୟକ, ୪୦୫-ଡା. ଇପ୍‌ସା ମହାପାତ୍ର, ୪୦୬-ଡା. ସନ୍ତୋଷ କୁମାର ସୁବୁଦ୍ଧି, ୪୦୭-ଡା. ରାଜେନ୍ଦ୍ର କୁମାର ସାହୁ, ୪୦୮-ଡା. ଦିନବଂଧୁ ପାତ୍ର, ୪୦୯-ଡା. ଗୀତାଞ୍ଜଳି ନାଏକ, ୪୧୦-ଡା. ସଂଯୁକ୍ତା ସାମଲ, ୪୧୧-ଡା. ଏସ୍‌. ସିଦ୍ଧାର୍ଥଶଙ୍କର ରେଡ଼ୀ, ୪୧୨-ଡା. ରଜତ କୁମାର ଏକ୍କା, ୪୧୩-ଡା. ଲଲାଟ ବରୁଣ ପାତ୍ର, ୪୧୪-ଡା. ସୁଶାନ୍ତ ପଣ୍ଡା, ୪୧୫-ଡା. ବିଶ୍ଵରଂଜନ ଦାସ, ୪୧୬-ଡା. ଆଶୁତୋଷ ଦାସ, ୪୧୭-ଡା. ରାଜଲକ୍ଷ୍ମୀ ଷଡ଼ଙ୍ଗୀ, ୪୧୮-ଡା. ସଂଦୀପ କୁମାର ପଣ୍ଡା, ୪୧୯-ଡା. ସଂଗୀତା ମିଶ୍ର, ୪୨୦-ଡା. ରଶ୍ମିରଂଜନ ସତପଥୀ, ୪୨୧-ଡା. ରତନ କୁମାର ଦାସ, ୪୨୨-ଡା. ଦିଲ୍ଲୀପ କୁମାର ଦାଶ, ୪୨୩-ଡା. ଲୋପାମୁଦ୍ରା ଖୁଣ୍ଟିଆ, ୪୨୪-ଡା. ସୁବ୍ରତ କୁମାର ପାଳ, ୪୨୫-ଡା. ମଧୁସ୍ମିତା ଦାସ, ୪୨୬-ଡା. ରିଷି କୁମାର ଷଡ଼ଙ୍ଗୀ, ୪୨୭-ଡା. ଶୁଭ୍ରାଂଶୁ ଶେଖର ନନ୍ଦ, ୪୨୮-ଡା. ମନୋରଂଜନ ପାଣିଗ୍ରାହୀ, ୪୨୯-ଡା. ଶ୍ରାବଣୀ ବିଶ୍ଵକଲ୍ୟାଣୀ, ୪୩୦-ଡା. ସାର୍ଥକ କୁମାର ମହାନ୍ତି, ୪୩୧-ଡା. ସମ୍ବିତ କୁମାର ପଣ୍ଡା, ୪୩୨-ଡା. ବଜ୍ରଙ୍ଗଲାଲ ବଂଶାଲ, ୪୩୩-ଡା. ଜ୍ୟୋତିରଂଜନ ସାହୁ, ୪୩୪-ଡା. ଶୋଭନ କୁମାର ରଥ, ୪୩୫-ଡା. ମଧୁସ୍ମିତା ମହାନ୍ତି, ୪୩୬-ଡା. ଦେବଯାନୀ ମେହେରା, ୪୩୭-ଡା. ଜିତେନ୍ଦ୍ର କୁମାର ପାତ୍ର, ୪୩୮-ଡା. ଅଲକ୍ତା ଶୁଭଦର୍ଶିନୀ, ୪୩୯-ଡା. ନାଗେଶ୍ଵର ସାହୁ, ୪୪୦-ଡା. ମାନସ କୁମାର ସାହୁ, ୪୪୧-ଡା. ପବିତ୍ର କୁମାର ମିଶ୍ର, ୪୪୨-ଡା. ପ୍ରଶାନ୍ତ କୁମାର ପଣ୍ଡା, ୪୪୩-ଡା. ଦେବଦତ୍ତ ମହାପାତ୍ର, ୪୪୪-ଡା. ସଂଗୀତା ସାହୁ, ୪୪୫-ଡା. ଜ୍ୟୋତିରଂଜନ ପରିଡ଼ା, ୪୪୬-ଡା. ସତ୍ୟରଂଜନ ସେଠୀ, ୪୪୭-ଡା. ବିବେକାନନ୍ଦ ସାହୁ, ୪୪୮-ଡା. ଅସିତ୍‌ ବେହେରା, ୪୪୯-ଡା. ନିରଂଜନ ଲାକ୍ରା, ୪୫୦-ଡା. ରଂଜିତ୍‌ କୁମାର ପାତ୍ର, ୪୫୧-ଡା. ମୋନାଲିସା ସ୍ଵାଇଁ, ୪୫୨-ଡା. ମମିତା ନାୟକ, ୪୫୩-ଡା. ଅନ୍ତର୍ଯ୍ୟାମୀ ପ୍ରଧାନ, ୪୫୪-ଡା. ମୁକ୍ତିଲତା ଜେସ୍‌, ୪୫୫-ଡା. ପ୍ରଶାନ୍ତ କୁମାର ବଳ, ୪୫୬-ଡା. ଅପରାଜିତା ପ୍ରିୟଦର୍ଶିନୀ, ୪୫୭-ଡା. ପୁଷ୍ପକ ସାମଲ, ୪୫୮-ଡା. ସତ୍ୟବ୍ରତ ଗୁରୁ, ୪୫୯-ଡା. ସନ୍ତୋଷ କୁମାର ସିଂହ, ୪୬୦-ଡା. ପାଲମାରୁନ ଟିଗା, ୪୬୧-ଡା. ଶ୍ୟାମପ୍ରସନ୍ନ ସତପଥୀ, ୪୬୨-ଡା. ସୋନାଲୀ ଷଡ଼ଙ୍ଗୀ, ୪୬୩-ଡା. ଅବନୀନ୍ଦ୍ରନାଥ  ସାହୁ, ୪୬୪-ଡା. ମଧୁସ୍ମିତା ମହାନ୍ତି, ୪୬୫-ଡା. ଆନନ୍ଦ ଶଙ୍କର ସେଠୀ, ୪୬୬-ଡା. ପ୍ରଦୀପ କୁମାର  ରାଜନାଲ, ୪୬୭-ଡା. ହରପ୍ରସାଦ ମହାନ୍ତି, ୪୬୮-ଡା. ଶୁଭାଶିଷ ଦାସ, ୪୬୯-ଡା. ଯୋଗମାୟା ପଟ୍ଟନାୟକ, ୪୭୦-ଡା. ସମ୍ୟକ ସାହୁ, ୪୭୧-ଡା. ସୌରଭ କୁମାର ପାତ୍ର, ୪୭୨-ଡା. ବିନୟାନନ୍ଦ ପାଢ଼ୀ, ୪୭୩-ଡା. ଜାନକୀବଲ୍ଲଭ ପ୍ରଧାନ, ୪୭୪-ଡା. ପ୍ରଦୀପ କୁମାର କର, ୪୭୫-ଡା. ମଧୁଶ୍ରୀ ନାୟକ, ୪୭୬-ଡା. ଅର୍ଚନା ପାଢ଼ୀ, ୪୭୭-ଡା. ଗାୟତ୍ରୀ ବଳବନ୍ତରାୟ, ୪୭୮-ଡା. ମନୋରଂଜନ ତ୍ରିପାଠୀ, ୪୭୯-ଡା. ବରଦାପ୍ରସନ୍ନ ସାମଲ, ୪୮୦-ଡା. ରୋମିଲା ତିୱାରୀ, ୪୮୧-ଡା. ଚନ୍ଦ୍ରଶେଖର ସାହୁ, ୪୮୨-ଡା. ଜରିନା ବେଗମ୍‌, ୪୮୩-ଡା. ନିବେଦିତା ଗୁରୁ, ୪୮୪-ଡା. ପ୍ରସନଜିତ୍‌ ବଳିୟାରସିଂହ, ୪୮୫-ଡା. ଦେବାଶିଷ ପଣ୍ଡା, ୪୮୬-ଡା. ଅବିନାଶ କାନୁନ୍‌ଗୋ, ୪୮୭-ଡା. ସୌମ୍ୟା ଦାଶ, ୪୮୮-ଡା ପ୍ରେମରାଜ ଦେବତା, ୪୮୯-ଡା. ସୁନୀତା ମିଶ୍ର, ୪୯୦-ଡା. ଚନ୍ଦ୍ରଶେଖର ସାହୁ, ୪୯୧-ଡା. ଅଶ୍ଵିନୀ କୁମାର ପ୍ରତାପ, ୪୯୨-ଡା. ଶୁଭଶ୍ରୀ କର, ୪୯୩-ଡା. ସମୀକ୍ଷା ଚୌଧୁରୀ, ୪୯୪-ଡା. ଏମ୍‌. ଜଗ୍‌ଜିତ୍‌, ୪୯୫-ଡା. ବିଜ୍ଞବିରାଜିତା ପଣ୍ଡା, ୪୯୬-ଡା. ଅରବିନ୍ଦ ଦାସ, ୪୯୭-ଡା. ଏନ୍‌. ହିମାଂଶୁ ଚୌଧୁରୀ, ୪୯୮-ଡା. ଲୀନା ଦାସ, ୪୯୯-ଡା. ଏ. ହରି ପ୍ରସାଦ, ୫୦୦-ଡା. ସାରଦାପ୍ରସନ୍ନ ପ୍ରଧାନ, ୫୦୧-ଡା. ସବିତା  ସିଂହ, ୫୦୨-ଡା. ଗିରିଜା ନନ୍ଦିନୀ କାନୁନ୍‌ଗୋ, ୫୦୩-ଡା. ସୁଚିତ୍ରା ସାହୁ, ୫୦୪-ଡା. ସଂଶୟ ମହାପାତ୍ର, ୫୦୫-ଡା. ଶତରୂପା ଦାସ, ୫୦୬-ଡା. ପ୍ରିୟବ୍ରତ ଦାସ, ୫୦୭-ଡା. ବନ୍ଦିତା ଦାଶ, ୫୦୮-ଡା. ତନୁଶ୍ରୀ ସତପଥୀ, ୫୦୯-ଡା. ସଂଜୀବ କୁମାର ମେହେର, ୫୧୦-ଡା. ସିଂଧୁସୁଧା ସାହୁ, ୫୧୧-ଡା. ସୁପ୍ରଭା ଦାସ, ୫୧୨-ଡା. ଜ୍ୟୋତିର୍ମୟୀ ତୁରୁକ, ୫୧୩-ଡା. ଅଂଜନ କୁମାର ସାହୁ, ୫୧୪-ଡା. ନିରଂଜନ ପାଣିଗ୍ରାହୀ, ୫୧୫-ଡା. ରଶ୍ମିରଂଜନ ରାଉତ, ୫୧୬-ଡା. ବିନୟ ଭୂଷଣ ବିହାରୀ, ୫୧୭-ଡା. ସ୍ମିତା କୁଜୁର, ୫୧୮-ଡା. ଚିତ୍ରଲେଖା ନାଏକ, ୫୧୯-ଡା. ସସ୍ମିତା ସାହୁ, ୫୨୦-ଡା. ତପନ କୁମାର ସାହୁ, ୫୨୧-ଡା. ସୌମ୍ୟା ନାୟକ, ୫୨୨-ଡା. ପ୍ରଦୀପ୍ତ କୁମାର ମାଝୀ, ୫୨୩-ଡା. ବିବେକ ମହାନ୍ତ, ୫୨୪-ଡା. ମୋତିଲାଲ ଗୌଡ଼, ୫୨୫-ଡା. ତୁଷାରରଂଜନ ମେହେର, ୫୨୬-ଡା. ସୁଜିତ କୁମାର ଲାକ୍ରା, ୫୨୭-ଡା. ଦେବାଶିଷ ନନ୍ଦ, ୫୨୮-ଡା. ହିମୋଗ୍ଲୋବିନ୍‌, ୫୨୯-ଡା. ଲିପ୍‌ସା ପ୍ରିୟଦର୍ଶିନୀ, ୫୩୦-ଡା. ରଚିତା ପ୍ରଭାଲୀନା, ୫୩୧-ଡା. ଅଭିଲିପ୍‌ସା ଆଚାର୍ଯ୍ୟ, ୫୩୨-ଡା. ଡାଇସି କରନ୍‌, ୫୩୩-ଡା. ସ୍ଵର୍ଣ ବାନାର୍ଜୀ, ୫୩୪-ଡା. ସ୍ନେହମୟୀ ନାୟକ, ୫୩୫-ଡା. ମୋନାଲିସା ମହାପାତ୍ର, ୫୩୬-ଡା. ଦୀପ୍ତିରେଖା ସତପଥୀ, ୫୩୭-ଡା. ଅପର୍ଣା ଦ୍ଵିବେଦୀ, ୫୩୮-ଡା. ସୁଧାଂଶୁ ଶେଖର ଭୋଇ, ୫୩୯-ଡା. ଅଂଶୁମାନ ସତପଥୀ, ୫୪୦-ଡା. ଆରତୀ ମଲ୍ଲିକ, ୫୪୧-ଡା. ଦେବାଶିଷ ପାତ୍ର, ୫୪୨-ଡା. ଅର୍ପିତା ଦାଶ, ୫୪୩-ଡା. ଇପ୍‌ସିତା ଅପରାଜିତା ନନ୍ଦ, ୫୪୪-ଡା. ଜ୍ଞାନରଂଜନ ନାୟକ, ୫୪୫-ଡା. ସୁଶ୍ରୀ ରଥ, ୫୪୬-ଡା. ସ୍ଵୀକୃତି ବେହେରା, ୫୪୭-ଡା. ମୋନାଲିସା ସାହୁ, ୫୪୮-ଡା. ରଶ୍ମିତା ସାହୁ, ୫୪୯-ଡା. ସଂଗୀତା ଜେନା, ୫୫୦-ଡା. ଗୁରୁପ୍ରସାଦ ମହାନ୍ତି, ୫୫୧-ଡା. ଶଶୀ ସିଂହ, ୫୫୨-ଡା. ଚିନ୍ମୟ ବାରିକ, ୫୫୩-ଡା. ଇନ୍ଦିରା ଶୁଭଦର୍ଶିନୀ ପାଲ, ୫୫୪-ଡା. ଲୋପାମୁଦ୍ରା ଦାସ, ୫୫୫-ଡା. ବିକାଶଚନ୍ଦ୍ର ସତପଥୀ, ୫୫୬-ଡା. ସମୀର କୁମାର ପାଣିଗ୍ରାହୀ, ୫୫୭-ଡା. ଶ୍ଵେତାଲୀନା ପଟ୍ଟନାୟକ, ୫୫୮-ଡା. ଦିନେଶ ମେହେର, ୫୫୯-ଡା. ସରିତା ଓତା, ୫୬୦-ଡା. ପ୍ରକାଶ କୁମାର ମହାନ୍ତି, ୫୬୧-ଡା. କୀର୍ତିକେତନ ପ୍ରଧାନ, ୫୬୨-ଡା. ଦେବାଶିଷ ବେହେରା, ୫୬୩-ଡା. ପ୍ରୀତିଶଚନ୍ଦ୍ର ପାତ୍ର, ୫୬୪-ଡା. ସଂକଳ୍ପ ପାଣି, ୫୬୫-ଡା. ସୂର୍ଯ୍ୟପ୍ରକାଶ SN ଚୌଧୁରୀ, ୫୬୬-ଡା. ସୌଭାଗ୍ୟ ରଂଜନ ତ୍ରିପାଠୀ, ୫୬୭-ଡା. ରଂଜିତା ବକ୍ସି, ୫୬୮-ଡା. ଅଜିତ ପ୍ରସାଦ ମିଶ୍ର, ୫୬୯-ଡା. ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ୫୭୦-ଡା. ସୁଧାଂଶୁ ଶେଖର ମହାନ୍ତି, ୫୭୧-ଡା. ଶ୍ରୀକାନ୍ତ କାନୁନ୍‌ଗୋ, ୫୭୨-ଡା. ସୁନୀଲ କୁମାର ସାମଲ, ୫୭୩-ଡା. କଳ୍ପେଶ କକଡ଼, ୫୭୪-ଡା. ସଂଗ୍ରାମ କେଶରୀ ମହାନ୍ତି, ୫୭୫-ଡା. ସୋନାଲିକା ରଥ, ୫୭୬-ଡା. ଜୀବନଜ୍ୟୋତି ମିଶ୍ର, ୫୭୭-ଡା. ରାଣୀ ସାହୁ, ୫୭୮-ଡା. ଲିପିକା ନାୟକ, ୫୭୯-ଡା. ମାଡ଼୍ଡ଼ି ସୁମନ, ୫୮୦-ଡା. ସୟଦ୍‌ ଇର୍‌ଫାନ୍‌ ଅଲୀ, ୫୮୧-ଡା. ସୌମ୍ୟରଂଜନ ପଣ୍ଡା , ୫୮୨-ଡା. ରଂଜିତା ପ୍ରଧାନ, ୫୮୩-ଡା. ଗିରିଜା ପ୍ରିୟଦର୍ଶିନୀ, ୫୮୪-ଡା. ସନ୍ତୋଷ କୁମାର ଜେନା, ୫୮୫-ଡା. କାହ୍ନୁଚରଣ ଦିଗାଲ, ୫୮୬-ଡା. ଶୈଳେନ୍ଦ୍ରନାରାୟଣ ପରିଡ଼ା, ୫୮୭-ଡା. ମିତାଶ୍ରୀ ନାୟକ, ୫୮୮-ଡା. ଅସୀମା ମଲ୍ଲିକ, ୫୮୯-ଡା. ଦେବାଶିଷ ମାରାଣ୍ଡି, ୫୯୦-ଡା. ଦୀପ୍ତିମୟୀ ମଲ୍ଲିକ, ୫୯୧-ଡା. ବିମଳ କୁମାର ସାହୁ, ୫୯୨-ଡା. ଲଳିତ ରଂଜନ ମାନିକ୍‌, ୫୯୩-ଡା. ଜୁଲି ଟୁଡୁ, ୫୯୪-ଡା. ମାନସୀ ପ୍ରଧାନ, ୫୯୫-ଡା. କଳ୍ପନା ମାଝୀ, ୫୯୬-ଡା. ସୁନୀତା ସେଠୀ, ୫୯୭-ଡା. ତାପସରଂଜନ ବେହେରା, ୫୯୮-ଡା. ଜିମ୍ମି ନାରାୟଣ, ୫୯୯-ଡା. ସ୍ଵାଗତ ପାଟ୍ଟଯୋଶୀ, ୬୦୦-ଡା. ସୁଧୀର କୁମାର ମହାପାତ୍ର, ୬୦୧-ଡା. ରାଜକୁମାର ମହାପାତ୍ର, ୬୦୨-ଡା. ସ୍ନେହାଂଶୁ ଦେ, ୬୦୩-ଡା. ପ୍ରଦୀପ୍ତ କୁମାର ମିଶ୍ର, ୬୦୪-ଡା. ଚିନ୍ମୟ ସାହୁ, ୬୦୫-ଡା. ବିଦ୍ୟାପତି ଆଚାର୍ଯ୍ୟ, ୬୦୬-ଡା. ବିକ୍ରମ ରାଉତ, ୬୦୭-ଡା. ରଶ୍ମି ହାଁସଦା, ୬୦୮-ଡା. ବିଚିତ୍ରାନନ୍ଦ ରାଉତ, ୬୦୯-ଡା. ସ୍ମିତା ଦାସ, ୬୧୦-ଡା. ସଂଗ୍ରାମ କେଶରୀ ଜେନା, ୬୧୧-ଡା. ଶୁଭକାନ୍ତ ମହାପାତ୍ର, ୬୧୨-ଡା. ସଲ୍‌ମା ଜାଫ୍ରି, ୬୧୩-ଡା. ଦେବଦତ୍ତ ପରୁଆ।

bimal.odisha@yahoo.in , 9937353293

19 जून 2015

ଓଡ଼ିଶାର ବଣଭୋଜି ସ୍ଥଳ ତାଲିକା



ଓଡ଼ିଶାରେ ବଣଭୋଜି ସ୍ଥଳଗୁଡ଼ିକର ଏକ ବିସ୍ତୃତ ତାଲିକା ଏଗୁଡ଼ିକ ପ୍ରାଦେଶିକ ତଥା ଜିଲ୍ଲାସ୍ତରରେ ବେଶ୍ଲୋକପ୍ରିୟ
୦୧
ରାଣୀଡୁଡୁମା, କୋରାପୁଟ
୩୩
ଗୋକୁଳାନନ୍ଦ ପୀଠ, କଣ୍ଟିଲୋ, ନୟାଗଡ଼
୦୨
ମିଠୁଡୁଙ୍ଗୁରି, ସମ୍ବଲପୁର
୩୪
ଦେବକୁଣ୍ଡ, ଉଦଳା, ମୟୂରଭଂଜ
୦୩
ଦଣ୍ଡାଧାର ଡ୍ୟାମ୍‌, ଢେଙ୍କାନାଳ
୩୫
ପିତାମହଲ ଡ୍ୟାମ୍‌, ସୁନ୍ଦରଗଡ଼
୦୪
ଶ୍ରୀବିଶ୍ଵନାଥ, କଟକ
୩୬
କୁମ୍ଭୀଦର, ବୌଦ୍ଧ
୦୫
ସତୀଗୁଡ଼ା ଡ୍ୟାମ୍‌, ମାଲକାନଗିରି
୩୭
ମା’ କନକେଇ ପୀଠ, ବୌଦ୍ଧ
୦୬
ମଣ୍ଡାସର କୁଟି, କନ୍ଧମାଳ
୩୮
ସିଂହନାଥ ପୀଠ, ବଡ଼ମ୍ବା
୦୭
ବାଲିହରଚଣ୍ଡୀ, ପୁରୀ
୩୯
ଦେବୀ ସୁନାମୁହିଁ, କେନ୍ଦୁଝର-ମୟୂରଭଂଜ
୦୮
ଗଣ୍ଡାହାତୀ ଜଳପ୍ରପାତ, ଗଜପତି
୪୦
ବଡ଼ଟାସରା, ନୟାଗଡ଼
୦୯
ପୁଲିଚୁମି, ଗଜପତି
୪୧
କାଟ୍ରାମାଲା, କନ୍ଧମାଳ
୧୦
ସୋର୍ଲକୋଣ୍ଡା ବ୍ୟାରେଜ୍‌, ମାଲକାନଗିରି
୪୨
ଦଦରାଘାଟି, ଢେଙ୍କାନାଳ
୧୧
ବେହ୍ଲେଇ, ବାଲେଶ୍ଵର
୪୩
ହାତୀପାକ୍‌ନା, ମାଲକାନଗିରି
୧୨
ଘୁମର ଜଳପ୍ରପାତ
୪୪
ସାପୁଆ ଡ୍ୟାମ୍‌, ଢେଙ୍କାନାଳ
୧୩
ତୋଳରିଚଅଁରା, କଳାହାଣ୍ଡି
୪୫
କେଲିଆ, ନବରଙ୍ଗପୁର
୧୪
ଫୁର୍ଲିଝରଣ୍‌, କଳାହାଣ୍ଡି
୪୬
ଜଟିଆରଗଡ଼ି, ଢେଙ୍କାନାଳ
୧୫
ଚନ୍ଦନଧାରା ଜଳପ୍ରପାତ, ନବରଙ୍ଗପୁର
୪୭
ଦେଓଝରନ, ସମ୍ବଲପୁର
୧୬
ବାଉଁଶଚୂଡ଼ା, ସମ୍ବଲପୁର
୪୮
ଅପରକୋଲାବ, କୋରାପୁଟ
୧୭
ପର୍ଶୁରାମକୁଣ୍ଡ, ଗଂଜାମ
୪୯
ଭୀମକୁଣ୍ଡ, ମୟୂରଭଂଜ
୧୮
ଲେଲିଗୁମ୍ମା, ରାୟଗଡ଼
୫୦
ନନ୍ଦିନିଆ, ଢେଙ୍କାନାଳ
୧୯
ଘୁମୁରେଶ୍ଵର ପୀଠ, ନବରଙ୍ଗପୁର
୫୧
ବିନିକେଇ, ଅନୁଗୁଳ
୨୦
ସପ୍ତଧାରା, ମାଲକାନଗିରି
୫୨
ଖଣ୍ଡାଧାର, କେନ୍ଦୁଝର
୨୧
ଦଦରାଘାଟୀ ଡ୍ୟାମ୍‌, ଢେଙ୍କାନାଳ
୫୩
ମିରିଗଶିଙ୍ଗା, କେନ୍ଦୁଝର
୨୨
ଗୁରୁବେଡ଼ା, କେନ୍ଦୁଝର
୫୪
ସରଫଗଡ଼ ଡ୍ୟାମ୍‌, ସୁନ୍ଦରଗଡ଼
୨୩
ରେଙ୍ଗାଲି ଡ୍ୟାମ୍‌, ସୁନ୍ଦରଗଡ଼
୫୫
ବୁଢ଼ାଡଙ୍ଗର, ନବରଙ୍ଗପୁର
୨୪
ଶାକୁଣଗଡ଼, କଳାହାଣ୍ଡି
୫୬
ରଂଜନା, ସମ୍ବଲପୁର
୨୫
ଦନ୍ତିକଣ୍ଟା, କୋରାପୁଟ
୫୭
ପ୍ରଧାନପାଟ ଜଳପ୍ରପାତ, ଦେବଗଡ଼
୨୬
ସୁନାମୁହିଁ, ନୟାଗଡ଼
୫୮
ସରାଙ୍ଗ, ଢେଙ୍କାନାଳ
୨୭
କୁକୁଡ଼ାଦରନ୍‌, ଅନୁଗୁଳ
୫୯
ସୀତାକୁଣ୍ଡ, ମାଲକାନଗିରି
୨୮
ଛଡ଼ାପୁଣ୍ଡୁଲ, କେନ୍ଦୁଝର
୬୦
ପୋଡ଼ାଗଡ଼, ନବରଙ୍ଗପୁର
୨୯
ଡୁଡୁମା ଜଳପ୍ରପାତ, କୋରାପୁଟ
୬୧
ଦେଉଳଝରି, ଅନୁଗୁଳ
୩୦
ଝରଝରିଘାଟୀ, ଅନୁଗୁଳ
୬୨
​‌କେଚଲା, କୋରାପୁଟ
୩୧
ଝିମେଇଚୁଆ, ଅନୁଗୁଳ
୬୩
ଡେରାସ ଡ୍ୟାମ୍‌, ଭୁବନେଶ୍ଵର
୩୨
ଭଏଁରାଘୁମର, କଳାହାଣ୍ଡି
୬୪
ସାତପଡ଼ା, ପୁରୀ