16 जून 2015

ବିଜେପିରେ ଗିରିଧର ଓ କଥା ମହାବାତ୍ୟାର



ଭୁବନେଶ୍ଵର, ୧୬ ଜୁନ୍‌ ୨୦୧୫(ବିମଳ ପ୍ରସାଦ): ଜଣେ ଥର ସାଂସଦ କିଛି ମାସ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ କରିଛନ୍ତି ନିଜ ନିର୍ବାଚନମଣ୍ଡଳୀ ପାଇଁ ରାଜ୍ୟ ପାଇଁ ତାହା ସମୀକ୍ଷା କରିବାର ଗୁରୁତ୍ଵ ରହିଛି। ତେବେ ସବୁଠୁ ରୋଚକ ପ୍ରସଙ୍ଗ ହେଉଛି ମହାବାତ୍ୟା ପରର କଥା। ସେତେବେଳେ ଯୋଗାଯୋଗ ବ୍ୟବସ୍ଥା ଠପ୍ହୋଇଯିବାରୁ ନୂଆଦିଲ୍ଲୀ ସହ ମଧ୍ୟ ବିଳମ୍ବରେ ଯୋଗାଯୋଗ ହୋଇଥିଲା। ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ପାଇଁ କୌଣସି ଦଳବଳ ନଥିଲା। ତେଣୁ ପର ଉପ​ରେ ନିର୍ଭର କରିବା ହିଁ ଏକମାତ୍ର ଭରସା ଥିଲା। କହିବା ବାହୁଲ୍ୟ, କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରିବା ଜରୁରୀ ଥିଲା। କିନ୍ତୁ ଯୋଗାଯୋଗ ବିଳମ୍ବିତ ହୋଇଥିଲା। ସେତେବେଳକୁ ପ୍ରଧାନମନ୍ତ୍ରୀ ଥିଲେ ଅଟଳବିହାରୀ ବାଜପେୟୀ। ନୂଆଦିଲ୍ଲୀ କର୍ତ୍ତୃପକ୍ଷ ମନେ ପକାଇଦେଲେ ଯେ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜରୁରୀ ଯୋଗାଯୋଗ ପାଇଁ ସାଟେଲାଇଟ୍ଫୋନ୍ଥାଏ, ସେଇଟା କୁଆଡ଼େ ଗଲା? ଆମ ମୁଖ୍ୟମନ୍ତ୍ରୀ ଖୋଜିଖୋଜି ପାଇଲେ, ତାହା ନିଜ ପୁଅ ପାଖରେ ଅଛି। ତାହାପରେ ଯୋଗାଯୋଗ କରିବା ସହଜ ହୋଇଗଲା ଅତଏବ ଜରୁରୀକାଳୀନ ପରିସ୍ଥିତିରେ ନିଜର କର୍ତ୍ତବ୍ୟବୋଧ କାଣ୍ଡଜ୍ଞାନ ପ୍ରୟୋଗରେ ବିଫଳ ଜଣେ ନେତା, ଲାଞ୍ଛିତ ହୋଇଥିବା​ନେଇ ବହୁ ବର୍ଷ ପରେ ଅଭିଯୋଗ ପ୍ରକାଶ କରିବାର ଆଉ ଭିତ୍ତି ଅଛି? କାରଣ ଏଭଳି ଘଟଣାରେ ଓଡ଼ିଶା ଓଡ଼ିଶାବାସୀଙ୍କ ବ୍ୟକ୍ତିତ୍ଵ ସାମର୍ଥ୍ୟ ଉପରେ ସର୍ବଭାରତୀୟ ସ୍ତରରେ ଏକ ନକରାତ୍ମକ ବାର୍ତା ପ୍ରସାରିତ ହୋଇଯାଇଥିଲା  

ଅନ୍ୟ ପକ୍ଷରେ ଜଣେ ଯଦି ନିଜର ଶେଷ ଜୀବନ ପର୍ଯନ୍ତ ରାଜନୀତିରେ ରହିବେ ଏବଂ ଦଳୀୟ ଟିକେଟ ପାଇ ଲଢୁଥିବେ, ତେବେ ନୂଆ ପିଢ଼ି କିଭଳି ସୁଯୋଗ ପାଇବେ? ଏବଂ ଏଭଳି ନେତାଙ୍କ ପାଖରେ ଗଣତନ୍ତ୍ରର ମୂଲ୍ୟବୋଧ ? କ୍ଷମତାକୁ ନିଜର ଜାଗିର ବୋଲି ଧରି ନେଇଥିବା ଏଭଳି କିଛି ନେତାଙ୍କ ପାଇଁ ଅଶୁଭ ପାଲଟିଛି ଏବେର ନରେନ୍ଦ୍ର ମୋଦୀଙ୍କ ବିଜେପି ନେତୃତ୍ଵାଧୀନ ସରକାର; ଯେଉଁଠି ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମନ୍ତ୍ରୀପଦ ଦିଆଯାଇ ନାହିଁ। ତେଣୁ ପ୍ରାର୍ଥୀତ୍ଵ ଟିକେଟ୍ପ୍ରଦାନରେ ମଧ୍ୟ ଏଭଳି ନୀତି ପ୍ରତିଫଳିତ ହେବ ବୋଲି ସ୍ପଷ୍ଟ ଜଣାପଡୁଛି। ଦେଖିବାକୁ ରହିଲା, ସେହି ଦଳରେ ଯୋଗ ଦେଇଥିବା ଏହି ନେତାଙ୍କ ପ୍ରତି ଓଡ଼ିଶାର ତଥା କୋରାପୁଟ ସଂସଦୀୟ କ୍ଷେତ୍ରର ଭୋଟରଗଣ କିଭଳି ବିଚାର କରୁଛନ୍ତି?

कोई टिप्पणी नहीं:

एक टिप्पणी भेजें